ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା : ଏହା ପଛରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଷଡଯନ୍ତ୍ର ଥିବା କହିଲେ ଗୋଗୋଇ

Published By : Prameya-News7 Bureau | April 20, 2019 IST

ନୂଆଦିଲ୍ଲୀ ୨୦/୪ : ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ନିଜ ବିରୋଧରେ ହୋଇଥିବା ଯୌନ ଉତ୍ପୀଡ଼ନ ମାମଲାକୁ ଅସ୍ବୀକାର କରିଛନ୍ତି | ରଞ୍ଜନ ଗୋଗୋଇଙ୍କ ମାମଲାର ଶୁଣାଣି କରୁଥିବା ବେଞ୍ଚ ଏହି ମାମଲାରେ ଏ ପର୍ଯ୍ୟନ୍ତ କୌଣସି ଆଦେଶ ଦେଇନାହାନ୍ତି |ତେବେ ନ୍ୟପାଳିକାର ସ୍ୱତନ୍ତ୍ରତାକୁ ଦୃଷ୍ଟିରେ ରଖି ସଂଯମ ଆଚରଣ ପାଇଁ ଅଦାଲତ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇଛନ୍ତି |ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଜଣେ ଜୁନିଅର ସହଯୋଗୀ ଗୋଗଇଙ୍କ ବିରୋେଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଛନ୍ତି | ଆଜି ଏହି ମାମଲାର ଶୁଣାଣି ଥିଲା |


ମାମଲାର ଶୁଣାଣି ବେଳେ ସିଜେଆଇ କହିଥିଲେ ଯେ, ତାଙ୍କ ବିରୋଧରେ କରାଯାଇଥିବା ଯୌନ ଉତ୍ପୀଡ଼ନ ମାମଲା ମିଛ | ଅନଲାଇନ ମିଡ଼ିଆରେ ତାଙ୍କ ବିରୋଧରେ ହୋଇଥିବା ତଥା କଥିତ ଯୌନ ଉତ୍ପୀଡ଼ନ ମାମଲା ଅବୈଧ | ସେ କହିଛନ୍ତି ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିବା ମହିଳାଙ୍କ ପଛରେ କୌଣସି ବଡ ହସ୍ତୀଙ୍କ ହାତ ଅଛି | ନ୍ୟାୟପାଳିକାଙ୍କ ସ୍ୱତନ୍ତ୍ରତା ବିପଦରେ ଅଛି | ନ୍ୟାୟପାଳିକାଙ୍କୁ ଅସ୍ଥିର କରିବା ପାଇଁ ଉଦ୍ୟମ ହେଉଛି ବୋଲି ସେ କହିଥିଲେ | ଅଭିଯୋଗ କରିଥିବା ମହିଳାଙ୍କର କ୍ରିମିନାଲ ବ୍ୟାକଗ୍ରାଉଣ୍ଡ ଥିବା କହିଛନ୍ତି ଗୋଗୋଇ |


ଗୋଗୋଇ କହିଛନ୍ତି ଯେ, ଦେଶରେ ୨ଟି କାର୍ଯ୍ୟାଳୟ ସମ୍ପୂର୍ଣ ସ୍ୱତନ୍ତ୍ର | ପ୍ରଥମଟି ହେଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଦ୍ୱିତୀୟଟି ହେଲା ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ | ଅଭିଯୋଗକାରୀ ମହିଳାଙ୍କ ବିରୋଧରେ ପୂର୍ବରୁ ୨ଟି ମାମଲା ରହିଛି | ତେବେ ଅପରାଧିକ ମାମଲା ଚାଲୁଥିବାବେଳେ ସେ କେମିତି ସୁପ୍ରିମକୋର୍ଟରେ କାମ କରୁଥିଲେ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି | ଦିଲ୍ଲୀ ପୋଲିସ ସହ ଏ ସମ୍ପର୍କରେ କଥା ହୋଇଛନ୍ତି ବୋଲି ଗୋଗୋଇ କହିଛନ୍ତି |

{"id":105229}


ଯୌନ ଉତ୍ପୀଡ଼ନ ଅଭିଯୋଗ ତାଙ୍କୁ ଗଭୀର ଆଘାତ ହୋଇଛନ୍ତି ବୋଲି କହିଛନ୍ତି ଗୋଗୋଇ | ୪ଟି ମିଡ଼ିଆ ହାଉସ ଏହି ପ୍ରସଙ୍ଗରେ ବିସ୍ତୃତ ଭାବେ କାହାଣୀ ପ୍ରକାଶ କରିଛନ୍ତି | ଆସନ୍ତା ସପ୍ତାହରେ କିଛି ମହତ୍ଵପୁର୍ଣ ମାମଲାର ଶୁଣାଣି ଅଛି | ସେଥିପାଇଁ ଜାଣିଶୁଣି ତାଙ୍କୁ ଏହିଭଳି ଅଭିଯୋଗରେ ଫସାଇ ଦିଆଯାଇଛି ବୋଲି ସେ କହିଛନ୍ତି | ସେ ଭାବୁକ ହୋଇ କହିଛନ୍ତି ଯେ, ୨୦ ବର୍ଷର ସେବା ପରେ ତାଙ୍କ ବ୍ୟାଙ୍କ ଖାତାରେ କେବଳ ୬ ଲକ୍ଷ ଟଙ୍କା ଅଛି | ତାଙ୍କ ଚପରାଶି ପାଖରେ ତାଙ୍କ ଠାରୁ ଅଧିକ ଟଙ୍କା ଅଛି ବୋଲି ସେ କହିଛନ୍ତି |

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ଉତ୍ପୀଡନ ମାମଲା। ସୁପ୍ରିମକୋର୍ଟରେ ଜୁନିଅର ଆସିଷ୍ଟାଣ୍ଟଭାବେ ଚାକିରି  କରୁଥିବା ଜଣେ ୩୫ ବର୍ଷ ବୟସ୍କା ମହିଳା ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଆରୋପ। ପୀଡିତା ମହିଳା ଜଣଙ୍କ ତାଙ୍କର ଅଭିଯୋଗ ସୁପ୍ରିମକୋର୍ଟର ୨୨ ଜଣ ବିଚାରପତିଙ୍କୁ ଲିଖିତଭାବେ ଜଣାଇଛନ୍ତି। ମହିଳା ଜଣଙ୍କ ଦାଖଲ କରିଥିବା ସତ୍ୟପାଠରେ ଏକ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ବର୍ତ୍ତମାନର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଗତବର୍ଷ ଅକ୍ଟୋବର ୧୦ ଏବଂ ୧୧ରେ ତାଙ୍କ ପ୍ରତି ଅସଦାଚରଣ କରିଥିଲେ। ମହିଳା ଜଣଙ୍କର ଅଭିଯୋଗ ଅନୁଯାୟୀ ଗୋଗୋଇ ତାଙ୍କୁ ଜବରଦସ୍ତି ଆଲିଙ୍ଗନ କରିଥିଲେ ଏବଂ ଶରୀରର ସମ୍ବେଦନଶୀଳ ଅଙ୍ଗକୁ ଛୁଇଁଥିଲେ। ମହିଳା ଜଣଙ୍କ ପ୍ରବଳ ବିରୋଧ କରିବାରୁ ଏବଂ ଗୋଗୋଇଙ୍କୁ ଗାଳିଗୁଲଜ କରିବାରୁ ତାଙ୍କୁ ସିଜେଆଇଙ୍କ ଆବାସିକ କାର୍ଯ୍ୟାଳୟରୁ ହଟାଇଦିଆଯାଇଥିଲା।

{"id":105230}

ସିଜେଆଇଙ୍କ କାର୍ଯ୍ୟାଳୟରେ ତାଙ୍କୁ  ୨୦୧୮, ଅଗଷ୍ଟରୁ ପୋଷ୍ଟିଂ କରାଯାଇଥିଲା। ଏହାର ଦୁଇମାସ ପରେ ଡିସେମ୍ବର ୨୧ରେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା । ଚାକିରିରୁ ବରଖାସ୍ତ ନେଇ ତାଙ୍କ ବିରୋଧରେ କରାଯାଇଥିବା ତଦନ୍ତ ରିପୋର୍ଟରେ ଦର୍ଶାଯାଇଥିବା ତିନିଟି କାରଣ ମଧ୍ୟରୁ ଗୋଟଏ  ହେଉଛି ସେ ବିନା ଅନୁମତିରେ ଗୋଟିଏ ଦିନ ଛୁଟିରେ ରହିଥିଲେ। ମହିଳା ଜଣଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଗୋଗୋଇଙ୍କ ନିର୍ଯାତନା ଏତିକିରେ ସରିନଥିଲା। ଦିଲ୍ଲୀ ପୋଲିସରେ ଚାକିରି କରୁଥିବା ତାଙ୍କର ସ୍ବାମୀ ଓ ଦିଅରଙ୍କୁ ମଧ୍ୟ ଚାକିରିରୁ ନିଲମ୍ବିତ କରାଯାଇଥିଲା। ସୁପ୍ରିମକୋର୍ଟରେ ଚାକିରି କରୁଥିବା ଅନ୍ୟ ଜଣେ ଦିଅରଙ୍କୁ ମଧ୍ୟ ଚାକିରିରୁ ବରଖାସ୍ତ କରାଯାଇଥିଲା। ୨୦୧୯ ମାର୍ଚ୍ଚ ମାସରେ ପିଡିତାଙ୍କ ବିରୋଧରେ ୫୦ ହଜାର ଟଙ୍କା ଚୋରି ଏକ ମାମଲା ରୁଜୁ ମଧ୍ୟ ହୋଇଥିଲା। ପିଡିତା ଏବଂ ତାଙ୍କର ସ୍ବାମୀଙ୍କୁ ଗିରଫ କରାଯାଇ ହାଜତରେ ଅକଥନୀୟ ନିର୍ଯାତନା ଦିଆଯାଇଥିଲା |

ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ ସ୍ବତନ୍ତ କମିଟି ଗଠନ କରାଯାଇ ଅଭିଯୋଗର ସତ୍ୟାସତ୍ୟ ନେଇ ତଦନ୍ତ କରିବାକୁ ଦାବି କରିଛନ୍ତି ପୀଡିତା। ଯୌନଉତ୍ପୀଡନ ନେଇ ତାଙ୍କର ବିରୋଧରେ ଆସିଥିବା ଅଭିଯୋଗକୁ ସିଜେଆଇଙ୍କ ନେତୃତ୍ବରେ ଶୁଣାଣି କରିଥିବା ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ଖଣ୍ଡନ କରିଛନ୍ତି।ଏଭଳି ଖବର ପ୍ରସାରଣ କରିବାରେ ସଂଯମତା ଅବଲମ୍ବନ କରିବାକୁ ମିଡିଆକୁ ତାଗିଦ କରିଛନ୍ତି । ମାମଲାରେ ଶୁଣାଣି କରି ସିଜେଆଇ କହିଛନ୍ତି ନ୍ୟାୟପାଳିକାରେ ଅସ୍ଥିରତା ସୃଷ୍ଚି କରିବାପାଇଁ କିଛି ଗୋଷ୍ଠୀ ଚକ୍ରାନ୍ତ ଚଳାଇଛନ୍ତି। ନ୍ୟାୟପାଳିକା ଏଯାଏ ସ୍ବାଧୀନଭାବେ କାମ କରୁଥିବାରୁ କିଛି ଗୋଷ୍ଠୀ ଏହାକୁ ବଦନାମ କରିବାକୁ ଅପଚେଷ୍ଟା କରୁଛନ୍ତି। ଅଭିଯୋଗ କରିଥିବା ମହିଳାଜଣଙ୍କର ଅପରାଧିକ ପୁଷ୍ଠଭୁମି ଥିବାରୁ ମହିଳାଙ୍କ ପଛରେ କିଛି ବଡ ଗୋଷ୍ଠୀ ଷଡଯନ୍ତ୍ର କରୁଥିବା କହିଛନ୍ତି ସିଜେଆଇ ରଞ୍ଜନ ଗୋଗୋଇ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.