ତବଲିଗି ଶୁଣାଣିରେ CJI ଉଠାଇଲେ ଚାଷୀଙ୍କ ପ୍ରସଙ୍ଗ, ପଚାରିଲେ ବିକ୍ଷୋଭକାରୀ ସୁରକ୍ଷିତ ତ ?

Published By : Prameya-News7 Bureau | January 07, 2021 IST

ନୂଆଦିଲ୍ଲୀ ୭।୧: ପ୍ରଧାନ ବିଚାରପତି (ସିଜେଆଇ) ଏସ୍.ଏ.ବୋବଡେ ଗୁରୁବାର ଏକ ମାମଲାର ଶୁଣାଣି କାଳରେ ଦିଲ୍ଲୀ ସୀମାମାନଙ୍କରେ ଠୁଳ ଚାଷୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ପ୍ରସଙ୍ଗରେ ବିକ୍ଷୋଭରତ ଚାଷୀ ସୁରକ୍ଷିତ କି ନା ପଚାରିଛନ୍ତି। ଯାହାର ଜବାବରେ ସୋଲିସିଟର ଜେନେରାଲ ନିଶ୍ଚିତ ରୂପେ ନୁହେଁ ବୋଲି କହିବା ସହ ୨ ସପ୍ତାହ ସମୟ ଦେଲେ ସେଠାରେ କ’ଣ କରାଯାଇଛି ଓ କ’ଣ କରାଯିବା ଦରକାର ସେ ନେଇ ଖଣ୍ଡପୀଠଙ୍କୁ ବିସ୍ତୃତ ରିପୋର୍ଟ ଦେଇ ପାରିବେ ବୋଲି କହିଛନ୍ତି।

{"id":388513,"sizeSlug":"large","linkDestination":"none"}

ଜଷ୍ଟିସ୍ ବୋବଡେଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଏ.ଏସ୍. ବୋପାନ୍ନା ଓ ଜଷ୍ଟିସ ବି.ରାମା ସୁବ୍ରମଣିୟନଙ୍କ ଖଣ୍ଡପୀଠ ଲକଡାଉନ କାଳରେ ଦିଲ୍ଲୀ ଆନନ୍ଦ ବିହାର ବସ୍ ଷ୍ଟାଣ୍ଡ ଓ ନିଜାମୁଦ୍ଦିନ ମରକଜ ଆୟୋଜିତ ତବଲିଗ ଜମାତ ମାମଲାର ସିବିଆଇ ତଦନ୍ତ ଦାବି ନେଇ  ପଟିସନର ଶୁଣାଣି କରିଛନ୍ତି। ଏଥିରେ ସିଜେଆଇ ଦିଲ୍ଲୀ କୃଷକ ଆନ୍ଦୋଳନ ତବଲିଗି ଜମାତ ଭଳି ପରିସ୍ଥିତି ସୃଷ୍ଟିକରିବନିତ ବୋଲି ପ୍ରଶ୍ନ କରିଛନ୍ତି। 

{"id":388514,"width":576,"height":431,"sizeSlug":"large","linkDestination":"none"}

ଆନ୍ଦୋଳନ ଚଳାଇଥିବା ଚାଷୀ ସୁରକ୍ଷିତ କି ନା ସେ ନେଇ ଆମେ ଜାଣୁନା। ଯଦି ନିୟମର ପାଳନ ନ ହୁଏ ତବଲିଗି ଭଳି ପରିସ୍ଥିତି ନ ଉପୁଜିବ  ତାହା କୁହାଯାଇପାରିବନି ବୋଲି ସିଜେଆଇ କହିଛନ୍ତି। ତେବେ ଚାଷୀମାନେ କରୋନା ସୁରକ୍ଷିତ କି ବୋଲି ସିଜେଆଇ ସୋଲିସିଟର ଜେନେରାଲଙ୍କୁ ପଚାରିଛନ୍ତି । ଓକିଲ ସୁପ୍ରିୟା ପଣ୍ଡିତା ଆନନ୍ଦବିହାର ଓ ତବଲିଗି ମାମଲାରେ ପିଟିସନ ଫାଇଲ କରି ଏତେ ସଂଖ୍ୟକ ଲୋକଙ୍କୁ ଏକତ୍ର ହେବାରେ ଦିଲ୍ଲୀ ପୋଲିସ ରୋକିବାକୁ ବିଫଳ ହୋଇଥିଲା ଓ ମାମଲାରେ ନିଜାମୁଦ୍ଦିନ ମରକଜ ମୁଖିଆ ମୌଲାନା ସାଦ ଏବେବି ଫେରାର ଥିବା ଦର୍ଶାଇଛନ୍ତି।

{"id":388515,"sizeSlug":"large","linkDestination":"none"}

ଆବେଦନକାରୀଙ୍କ ପକ୍ଷରୁ ନ୍ୟାୟାଳୟରେ ଉପସ୍ଥିତ ଓକିଲ ଓମ ପ୍ରକାଶ ପରିହାର କେନ୍ଦ୍ର ସରକାର ମୌଲାନା ସାଦଙ୍କ ସମ୍ପର୍କରେ କୌଣସି ବୟାନ ଦେଉ ନଥିବା  କହିଛନ୍ତି। ତେବେ କେବଳ ସାଦଙ୍କ ଉପରେ ଓକିଲଙ୍କ ନଜର କାହିଁକି ବୋଲି କୋର୍ଟ ପଚାରିବା ସହ ଆମେ ଏବେ କରୋନା ପ୍ରସଙ୍ଗରେ ଆଲୋଚନା କରୁଛେ ବୋଲି କହିଥିଲେ। ଏଣୁ ମାମଲାରେ କୋର୍ଟ ଔପଚାରିକ ନୋଟିସ ଜାରି କରିଥିବା ବେଳେ ସୋଲିସିଟର ଜେନେରାଲ ଏହାର ଜବାବ ଦେବେ ବୋଲି  ଖଣ୍ଡପୀଠଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.