ମହିଳାଙ୍କୁ ସର୍ବୋଚ୍ଚ ସମ୍ମାନ କରୁ, ଦୁଷ୍କର୍ମକାରୀକୁ ବିବାହ କରିବାକୁ କେବେ ଦେଇନୁ ପ୍ରସ୍ତାବ, ଭୁଲ ରିପୋଟିଂ ହୋଇଛି-ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆ
8/03/2021 at 3:13 PM

ନୂଆଦିଲ୍ଲୀ ୦୮/୦୩ : ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଏକ ଟିପ୍ପଣୀ ‘ତାକୁ ବାହା ହେବ’କୁ ନେଇ ଉପୁଜିଥିବା ବିବାଦ ଉପରେ ସୋମବାର ଦିନ ମୁଖ୍ୟ ବିଚାରପତି ଏସଏ ବୋବଡେ କହିଛନ୍ତି ଯେ ଅଦାଲତ ଓ ଏକ ସଂସ୍ଥା ଭାବେ ମହିଳାଙ୍କ ପ୍ରତି ସବୁବେଳେ ସର୍ବୋଚ୍ଚ ସମ୍ମାନ ରହିଛି। ସେ କହିଛନ୍ତି ଯେ ଖବର ଓ ଆକ୍ଟିଭିଷ୍ଟ କହିଛନ୍ତି, ‘ଆପଣ ତାକୁ ବାହା ହେବେ କି’ ଟିପ୍ପଣୀକୁ ସନ୍ଦର୍ଭ ବାହାରେ ଦେଖିଛନ୍ତି ଯାହା ବିବାଦ ସୃଷ୍ଟି କରିଛି ଏବଂ ଅଦାଲତର ଛବି ଖରାପ କରିବାକୁ ଥିଲା। ସୁପ୍ରିମକୋର୍ଟ ପଚାରିଥିଲେ ଯେ ସେହି ମାମଲାରେ ଆବେଦନକାରୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସେ ଅଭିଯୋଗକାରୀଙ୍କୁ ବିବାହ କରିବେ କି ? ତାଙ୍କୁ କୁହ ଯାଇନଥିଲା ଯେ ‘ଯାଅ, ଯାଇକି ତାଙ୍କୁ ବିବାହ କର।’ ମୁଖ୍ୟ ବିଚାରପତି ବୋବଡେଙ୍କ ପୀଠରେ କୁହାଯାଇଥିଲା ଯେ ସେହି ମାମଲାରେ ଅଦାଲତର କାର୍ଯ୍ୟବାହୀକୁ ସମ୍ପୂର୍ଣ୍ଣ ଭୁଲ ଭାବେ ରିପୋଟିଂ କରାଯାଇଥିଲା।
ସେ କହିଛନ୍ତି ଯେ ଚିଫ ଜଷ୍ଟିସ ଅଫ ଇଣ୍ଡିଆ ଏକ ସଂସ୍ଥା ଭାବେ ସର୍ବୋଚ୍ଚ ନ୍ୟାୟାଳୟ ମହିଳାଙ୍କୁ ସର୍ବୋଚ୍ଚ ସମ୍ମାନ ଦେଇଛନ୍ତି। କୋର୍ଟ କେବେ ବି ପୀଡିତାଙ୍କୁ ବିବାହ କରିବାକୁ ଆବେଦନକାରୀଙ୍କୁ କହିନାହାନ୍ତି। ଜଣେ ଓକିଲ କହିଛନ୍ତି ଯେ କିଛି ଲୋକେ ନ୍ୟାୟପାଳିକାଙ୍କ ଛବି ଖରାପ କରିଥାନ୍ତି। ଏମାନଙ୍କ ପାଇଁ କିଛି ବ୍ୟବସ୍ଥା କରିବା ଉଚିତ ବୋଲି ସେ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ବାର ହାତରେ ଆମର ପ୍ରତିଷ୍ଠା ଅଛି, ଆମକୁ ଏହିଭଳି ଭାବେ ଆମର ରକ୍ଷା କରିବା ଆବଶ୍ୟକ ନାହିଁ।
ଶୁଣାଣି ବେଳେ ଏସଜି ତୁଷାର ମେହତା କହିଛନ୍ତି ଯେ ଏହି ମାମଲାରେ ଅଦାଲତଙ୍କ ବୟାନକୁ ସମ୍ପୂର୍ଣ୍ଣ ଭୁଲ ଭାବେ ପେଶ କରାଯାଇଛି ଯେଉଁଥିରେ ବିବାହ ଓ ବୁଝାମଣା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ହରିୟାଣାରେ ଜଣେ ନାବାଳିକାଙ୍କର ୨୬ ସପ୍ତାହର ଗର୍ଭପାତ କରିବାକୁ ଅନୁମତି ଯାଚିକାର ଶୁଣାଣି ବେଳେ ମୁଖ୍ୟ ବିଚାରପତି ଏହି ଟିପ୍ପଣୀ ଦେଇଥିଲେ। ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ମାର୍ଚ୍ଚ ୧ ତାରିଖରେ ଅଭିଯୁକ୍ତର ଆବେଦନ ଉପରେ ଶୁଣାଣି ସମୟରେ ଏହି ଟିପ୍ପଣୀ ଦେଇଥିଲେ। ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆଙ୍କ ଟିପ୍ପଣୀକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ ପାଇଥିଲା।