ଅମିତ ଶାହାଙ୍କ ଗସ୍ତ ସମୟରେ ମାତିଲେ ଅଜ୍ଞାତ ବନ୍ଧୁକଧାରୀ, ସାଧାରଣ ନାଗରିକଙ୍କୁ ଗୁଳିକରି ହତ୍ୟା

Published By : Prameya-News7 Bureau | October 24, 2021 IST

ଶ୍ରୀନଗର ୨୪/୧୦: ଜାମ୍ମୁ କାଶ୍ମୀରର ଶୋପିଆନରେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣା ଘଟିଛି ଶୋପିଆନ୍‌ର ଜୈନପୋରା ଅଞ୍ଚଳର ବାବାପୋରାରେ । ହଠାତ୍ ଅଜ୍ଞାତ ବନ୍ଧୁକଧାରୀ ଜଣେ ବ୍ୟକ୍ତିଙ୍କ ଉପରକୁ ଗୁଳି ଚଳାଇ ପଳାଇ ଯାଇଥିଲେ । ମୃତକଙ୍କ ନାମ ସହିଦ ଅହମ୍ମଦ ବୋଲି ଜଣାପଡିଛି ।

କେଉଁ ପରିସ୍ଥିତିରେ ଏହି ଆକ୍ରମଣ ହୋଇଛି ସେନେଇ ଘଟଣାର ତଦନ୍ତ କରାଯାଉଛି ବୋଲି ଅଧିକାରୀ କହିଛନ୍ତି । ଏହା ଆତଙ୍କବାଦୀ ଆକ୍ରମଣ କି ନୁହେଁ ତାହା ଏଜେନ୍ସିଗୁଡ଼ିକ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି । ଏହି ଆକ୍ରମଣ ଏପରି ଏକ ସମୟରେ ଆସିଛି ଯେତେବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ତିନି ଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ଆସିଛନ୍ତି । ଗତକାଲି ସେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଜାମ୍ମୁ କାଶ୍ମୀରର ପୋଲିସ୍ ପରଭେଜ୍ ଦାରଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ ।

wp:html /wp:html

ଏହି ମାସରେ ଉପତ୍ୟକାରେ ସାଧାରଣ ନାଗରିକଙ୍କ ଏହା ଦ୍ୱାଦଶ ହତ୍ୟା । ଏହାପୂର୍ବରୁ ଆତଙ୍କବାଦୀମାନେ ଦୁଇଜଣ ଶିକ୍ଷକ, ଜଣେ ଡାକ୍ତରୀ ବ୍ୟବସାୟୀ, ୫ ଜଣ ପ୍ରବାସୀ ଶ୍ରମିକଙ୍କ ସମେତ ୧ ୧ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି । ଶନିବାର ନିଜେ ଗୃହମନ୍ତ୍ରୀ ଅମିତ ଶାହା ବରିଷ୍ଠ ସେନା ଏବଂ ପୋଲିସ ଅଧିକାରୀଙ୍କ ଏକ ବୈଠକ ଡକାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.