ବିବାହର ପାଞ୍ଚମାସ ପରେ ପଙ୍ଖାରେ ଫାଶି ଲଗାଇ ଆତ୍ମହତ୍ୟା କଲେ ସିଭିଲ ଇଞ୍ଜିନିରଙ୍କ ପତ୍ନୀ, ଶୋଇବା ଘରୁ ମିଳିଲା ସୁସାଇଡ୍ ନୋଟ୍

Published By : Prameya-News7 Bureau | July 29, 2019 IST

କାନପୁର ୨୯|୭: ବିବାହର ପାଞ୍ଚମାସ ମାସ ପରେ ପଙ୍ଖାରେ ଫାଶି ଲଗାଇ ଆତ୍ମହତ୍ୟା କଲେ ସିଭିଲ ଇଞ୍ଜିନିରଙ୍କ ପତ୍ନୀ। ଶନିବାର ଦିନ ପଙ୍ଖାରେ ଲୁଗା ଲଗାଇ ସେ ଆତ୍ମହତ୍ୟା  କରିଛନ୍ତି। ମୃତକଙ୍କ ଶୋଇବା ଘରୁ ପୋଲିସକୁ ସୁସାଇଡ୍ ନୋଟ ମିଳିଛି। ତାଙ୍କର ମାନସିକ ଅବସ୍ଥା ଭଲ ନଥିବାରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ସୁସାଇଡ୍ ନୋଟରେ ଉଲ୍ଲେଖ କରାଯାଇଛି। ଝିଅକୁ ଯୌତୁକ ନିର୍ଯାତନା ଦେଉଥିବାରୁ ସେ ଆତ୍ମହତ୍ୟା କରିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

 ସୂଚନା ମୁତାବକ, ଫତେପୁର ମାହୌର ଗାଁର ଝିଅ ଅନୁପମା ଗତ ଫ୍ରେବୃଆରି ମାସରେ ସିଭିଲ ଇଞ୍ଜିନିର ପାଓ୍ବନ କୁମାରଙ୍କୁ ବିବାହ କରିଥିଲେ। ପରିବାର ଲୋକଙ୍କ କହିବାନୁଯାୟୀ, ଶାଶୁ, ଶ୍ବଶୁର ଓ ସ୍ବାମୀ ସବୁ ମିଶି ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିଲେ। ଡିମାଣ୍ଡ ବାବଦରେ କାର ଗୋଟେ ମାଗିଥିଲେ। ହେଲେ ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ସେ ମନା କରିଦେଇଥିଲେ। ଶାଶୁଘର ଲୋକଙ୍କ ନିର୍ଯାତନାରେ ଅତିସହ୍ୟ ହୋଇ ସେ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।  

ମୃତକଙ୍କ ଭାଇଙ୍କ କହିବାନୁଯାୟୀ, ଶନିବାର ସକାଳ ୭.୩୦ ଟାରେ ଅନୁପମା ତାଙ୍କ ସ୍ତ୍ରୀ ସହ ଫୋନରେ କଥା ହୋଇଥିଲେ। ସେ ଗାଁକୁ ଆଉ ଯାଇପାରିବେ  ନାହଁ ​‌ବୋଲି ଅଭିମାନରେ ଭାଉଜଙ୍କୁ କହିଥିଲେ। କଥା ସରିବା ପରେ ମୋବାଇଲ ଫୋନ ସ୍ବିଚ୍ ଅଫ  ହୋଇଯାଇଥିଲା।

 ଯୌତୁକ ନିର୍ଯାତନ ଦେଉଥିବାରୁ ତାଙ୍କ ଭଉଣୀ ଆତ୍ମହତ୍ୟା କରିଛି ବୋଲି ମୃତକ ଅନୁପମାଙ୍କ ଭାଇ ଅଭିଯୋଗ କରିଛନ୍ତି। ବାପଘର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.