କଙ୍ଗନାଙ୍କ ଆବେଦନ ଖାରଜ କଲେ କୋର୍ଟ: ‘୩ଟି ଫ୍ଲାଟକୁ ମିଶାଇ ସ୍ୱୀକୃତି ଯୋଜନା ଉଲଙ୍ଘନ କରିଛନ୍ତି କଙ୍ଗନା’
2/01/2021 at 3:56 PM

ମୁମ୍ବାଇ ୦୨/୦୧ : ଅଭିନେତ୍ରୀ କଙ୍ଗନା ରଣାୱତ ନିଜର ଫ୍ଲାଟ ଭାଙ୍ଗିଥିବା ମାମଲାରେ ମୁମ୍ବାଇ ନଗର ନିଗମକୁ ରୋକିବାକୁ ଆବେଦନ କରିଥିଲେ। ମୁମ୍ବାଇର ଏକ ସିଭିଲ କୋର୍ଟ କଙ୍ଗନାଙ୍କ ଏହି ଆବେଦନକୁ ଖାରଜ କରି କହିଛନ୍ତି ଯେ କଙ୍ଗନା ନିଜର ୩ଟି ଫ୍ଲାଟକୁ ମିଶାଇବା ସମୟରେ ସ୍ୱୀକୃତି ଯୋଜନା ଉଲଙ୍ଘନ କରିଛନ୍ତି। ଉପନଗର ଡିଣ୍ଡୋଶିରେ ଏକ ସିଭିଲ କୋର୍ଟ କଙ୍ଗନାଙ୍କ ଆବେଦନ ଖାରଜ କରିଛନ୍ତି। ଗୁରୁବାର ଦିନ ଏ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରାପ୍ତ ହେବ। ବିଚାରପତି ଏଲ.ଏସ.ଚହ୍ୱାଣ କହିଛନ୍ତି ଯେ କଙ୍ଗନା ସହରର ଖାର ଅଞ୍ଚଳରେ ୧୬ ମହଲା ବିଶିଷ୍ଟ କୋଠାର ପଞ୍ଚମ ମହଲାରେ ନିଜର ୩ଟି ଫ୍ଲାଟକୁ ମିଶାଇ ଦେଇଥିଲେ। ୩ଟି ଫ୍ଲାଟକୁ ମିଶାଇ ସେ ସଙ୍କ ଏରିଆ, ଡକ୍ଟ ଏରିଆ ଓ ସାଧାରଣ ରାସ୍ତାକୁ କଭର କରିଦେଇଥିଲେ।
କୋର୍ଟ କହିଛନ୍ତି ଯେ, ଏହା ସ୍ୱୀକୃତି ଯୋଜନାର ଗମ୍ଭୀର ଉଲଙ୍ଘନ। ଏଥିପାଇଁ ସକ୍ଷମ ପ୍ରାଧିକର ମଞ୍ଜୁରୀ ଆବଶ୍ୟକ। ଵୃହନମୁମ୍ବାଇ ନଗର ନିଗମ (ବିଏମସି) ୨୦୧୮ ମାର୍ଚ୍ଚ ମାସରେ ଅଭିନେତ୍ରୀଙ୍କୁ ତାଙ୍କ ଫ୍ଲାଟର ଅନଧିକୃତ ନିର୍ମାଣ ପାଇଁ ନୋଟିସ ଜାରି କରିଥିଲା।