Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ମନ୍ତ୍ରୀଙ୍କ ପ୍ରତିଶ୍ରୁତି , Air india କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ମିଳିବ ବକେୟା ଦରମା ଓ ଭତ୍ତା

2/01/2020 at 9:33 PM

ନୂଆଦିଲ୍ଲୀ ୨।୧:  କେନ୍ଦ୍ର ବେସାମରିକ ବିମାନ ଚଳାଚଳମନ୍ତ୍ରୀ ହରଦୀପ ସିଂ ପୁରୀ ଗୁରୁବାର ଏୟାର ଇଣ୍ଡିଆ କର୍ମଚାରୀ ସଂଘମାନଙ୍କ ପ୍ରତିନିଧିଙ୍କୁ ଭେଟିଥିଲେ। ସେମାନଙ୍କ ସମସ୍ୟା ନେଇ ଆଲୋଚନା ବେଳେ ଏପର୍ଯ୍ୟନ୍ତ କର୍ମଚାରୀଙ୍କ ବକେୟା ଥିବା ବେତନ ଓ ଭତ୍ତା ଖୁବ୍ ଶୀଘ୍ର ପ୍ରଦାନ କରାଯିବ ବୋଲି  ପ୍ରତିଶ୍ରୁତି  ଦେଇଥିବା ବେଳେ ଯଦି ବିମାନ କମ୍ପାନୀର ଘରୋଇକରଣ କରାଯାଏ ତେବେ ପ୍ରତିଟି କର୍ମଚାରୀର ସ୍ୱାର୍ଥ ରକ୍ଷା କରାଯିବ ବୋଲି କହିଛନ୍ତି ।

ତେବେ କର୍ମଚାରୀ ସଂଘର ପ୍ରତିନିଧିମାନେ କମ୍ପାନୀର ଘରୋଇକରଣକୁ ବିରୋଧ କରିଥିଲେ। ଏହାର ଜବାବରେ ମନ୍ତ୍ରୀ ଏହା ତାଙ୍କ ହାତର କଥା ନୁହେଁ ବୋଲି କହିଥିବା ବେଳେ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସକରାତ୍ମକ ଆଶ୍ୱାସନା ଦେଇଛନ୍ତି। ଏଥିରେ କୌଣସି କର୍ମଚାରୀକୁ ଜୋର ଜବରଦସ୍ତ ବହିଷ୍କାର କରାଯିବନି ବୋଲି ମନ୍ତ୍ରୀ କହିଛନ୍ତି। ଏହା ଛଡା ଘରୋଇକରଣ ପରେ ବି କର୍ମଚାରୀଙ୍କ ସେବା ସର୍ତ୍ତରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି  ପ୍ରତିଶ୍ରୁତି ଦେଇଛନ୍ତି।

ଗତ ଏକ ବର୍ଷ ହେଲା ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ସେମାନଙ୍କ ୨୫ ପ୍ରତିଶତ ବକେୟା ବେତନ ଓ ଭତ୍ତା ପ୍ରଦାନ କରାଯାଇନି। ତେବେ ସେମାନଙ୍କ ବେତନ ଓ ଭତ୍ତା ବାବଦ ଦାବି ତୁରନ୍ତ ପୁରଣ କରିଦିଆଯିବ ବୋଲି କହିବା ସହ ପୁଣି ୧୦ ଦିନ ପରେ ବୈଠକ ଲାଗି ପ୍ରତିନିଧିଙ୍କୁ କହିଛନ୍ତି। ଏହି ସମୟ ମଧ୍ୟରେ ସେ ସରକାରଙ୍କୁ କର୍ମଚାରୀଙ୍କ ଦାବି ସମ୍ପର୍କରେ ଜଣାଇବେ ବୋଲି କହିଛନ୍ତି।  

   Related Posts