ନେତାଙ୍କୁ ଘାରିଲାଣି ପୌର ନିର୍ବାଚନ ଚିନ୍ତା : କଟକ ସମେତ ୩ ମହାନଗର ନିଗମରେ ନିର୍ବାଚନକୁ ନେଇ ଆରମ୍ଭ ହୋଇଗଲାଣି ସରକାରୀ କସରତ

Published By : Prameya-News7 Bureau | June 21, 2019 IST

ଭୁବନେଶ୍ବର ୨୧/୬: ସାଧାରଣ ନିର୍ବାଚନ ପରେ ଏବେ ପୌର ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହେଲାଣି ।  ଆସନ୍ତା ଡିସେମ୍ବର ସୁଦ୍ଧା ନିର୍ବାଚନ ହେବା ନେଇ ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ଆମେ ଯଦି କଟକ ମହାନଗର ନିଗମ କଥା ଆଲୋଚନା କରିବା ତାହେଲେ ଏଠି ଏପର୍ଯ୍ୟନ୍ତ ଓ୍ବାର୍ଡ଼ ପୁନର୍ଗଠନ ଆଉ ଓ୍ବାର୍ଡ଼ ସଂରକ୍ଷଣ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ହୋଇନି । ଯାହାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି ଆଶାୟୀ କର୍ପୋରେଟର ପ୍ରାର୍ଥୀ । ତେବେ ସରକାର ଦଳୀୟ ସ୍ବାର୍ଥକୁ ଗୁରୁତ୍ବ ନଦେଇ ନିୟମ ଅନୁସାରେ ଓ୍ବାର୍ଡ଼ ପୁନର୍ଗଠନ କରିବାକୁ ଦାବି କରୁଛନ୍ତି ବିରୋଧୀ ନେତା ।…

{"id":125515,"width":593,"height":454}

ସାଧାରଣ ନିର୍ବାଚନ ଟେନ୍‌ସନ୍‌ ମୁଣ୍ଡରୁ ଓହ୍ଲାଇଛି କି ନାହିଁ ନେତାଙ୍କୁ ଘାରିଲାଣି ପୌର ନିର୍ବାଚନ ଚିନ୍ତା । ଆସନ୍ତା ଡିସେମ୍ବର ଭିତରେ କଟକ ସମେତ ୩ ମହାନଗର ନିଗମରେ ନିର୍ବାଚନକୁ ନେଇ ଆରମ୍ଭ ହୋଇଗଲାଣି ସରକାରୀ କସରତ । ନିୟମ ଅନୁସାରେ ଏଥର ମଧ୍ୟ ନିର୍ବାଚନ ପୂର୍ବରୁ ଓ୍ବାର୍ଡ଼ ପୁନର୍ଗଠନ ଓ ସଂରକ୍ଷଣ ବ୍ୟବସ୍ଥା କରାଯିବ । ସିଏମସି ତରଫରୁ ଏନେଇ ଏକ ପ୍ରାରମ୍ଭିକ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ଯେହେତୁ ଏପର୍ଯ୍ୟନ୍ତ ଆସନ ଅଦଳବଦଳକୁ ନେଇ କୌଣସି ନିଷ୍ପତି ହୋଇନି ତେଣୁ ଆଶା ଆଶଙ୍କାରେ ରହିଛନ୍ତି ଆଶାୟୀ କର୍ପୋରେଟର ପ୍ରାର୍ଥୀ ।

{"id":125516,"width":595,"height":430}

ଆମେ ଯଦି ଦେଖିବା ତାହେଲେ କଟକ ମହାନଗର ନିଗମର ମୋଟ୍‌ ୫୯ ଓ୍ବାର୍ଡ଼ ଭିତରୁ ୪୧ଟି ସଂରକ୍ଷିତ ଆସନ ରହିଛି ।  ଯାହା ହାଇକୋର୍ଟଙ୍କ ନିର୍ଦେଶକୁ ଉଲଂଘନ କରୁଛି । ନିୟମ ଅନୁସାରେ ୫୦ ପ୍ରତିଶତରୁ ଅଧିକ ଆସନକୁ ସଂରକ୍ଷିତ ହୋଇପାରିବ ନାହିଁ । ତେଣୁ ଏନେଇ ନଗର ଉନ୍ନୟନ ବିଭାଗକୁ ଏକ ଚିଠା ପ୍ରସ୍ତାବ ଦେଇଛି ସିଏମସି । ଯେଉଁଥିରେ୨୦ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ତେବେ ସରକାର ଓ୍ବାର୍ଡ଼ ପୁନର୍ଗଠନରେ ଦଳୀୟ ସ୍ବାର୍ଥକୁ ଗୁରୁତ୍ବ ନଦେଇ ନିୟମ ଅନୁସାରେ କରନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ନେତା ।

{"id":125517,"width":594,"height":390}

ଏଥର ସିଧାସଳଖ ଭୋଟରଙ୍କ ଦ୍ବାରା ମେୟର ନିର୍ବାଚନ ହେବ । ତେଣୁ ଏବେ ଓ୍ବାର୍ଡ଼ ପୁନର୍ଗଠନ ଓ ସଂରକ୍ଷଣ ସହିତ ମେୟର ନିର୍ବାଚନକୁ ନଜରରେ ରଖି ପ୍ରାର୍ଥୀ ଚୟନ କରିବାକୁ ସବୁ ରାଜନୈତିକ ଦଳଙ୍କୁ ଖୁବ୍‌ ଅଙ୍କ କଷିବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.