ଡେରାଡୁନରେ ଐତିହାସିକ ଝଣ୍ଡା ସାହିବ ମେଳାରେ ଦୁର୍ଘଟଣା, ଧ୍ଵଜ ଦଣ୍ଡ ଭାଙ୍ଗି ପଡିଲା ଶ୍ରଦ୍ଧାଳୁଙ୍କ ଉପରେ, ଅନେକ ଆହତ

Published By : Prameya-News7 Bureau | March 13, 2020 IST

ଡେରାଡୁନ ୧୩।୦୩: ଡେରାଡୁନର ଐତିହାସିକ ଝଣ୍ଡା ମେଳା ସମୟରେ ବଡ ଦୁର୍ଘଟଣା ଘଟିଛି। ଶୁକ୍ରବାର ସନ୍ଧ୍ୟାରେ ଝଣ୍ଡାରୋହଣ ସମୟରେ ଝଣ୍ଡା ଦଣ୍ଡର ଅଧା ଅଂଶ ଭାଙ୍ଗି ଯିବାରୁ ଶ୍ରଦ୍ଧାଳୁଙ୍କ ଉପରେ ଯାଇ ପଡିଥିଲା। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଶୁକ୍ରବାର ଦରବାର ସାହିବରେ ଐତିହାସିକ ୧୦୫ ଫୁଟ୍ ଉଚ୍ଚର ଝଣ୍ଡାରୋହଣ କରାଯାଉଥିଲା। ଆରୋହଣ ସମୟରରେ ବର୍ଷା କାରଣରୁ ଧ୍ଵଜା ଦଣ୍ଡର ଅଧା ଅଂଶ ଭାଙ୍ଗି ଯାଇଥିଲା ଏବଂ ତଳକୁ ଖସି ପଡିଥିଲା। ଏଥିରେ ମେଳାରେ ଆତଙ୍କ ଖେଳିଯିବା ସହ ଲୋକେ ଭୟରେ  ଏଣେ ତେଣେ ଦୌଡିବା ବେଳେ ଦଳଚକଟା ହୋଇଥିଲା।

ସୂଚନା ଅନୁଯାୟୀ ଏଥିରେ ଅନେକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଝଣ୍ଡାର ଦଣ୍ଡ ଭାଙ୍ଗିବାରୁ କିଛି ସମୟ ସେଠାରେ ଆତଙ୍କର ମାହୋଲ ଲାଗି ରହିଥିଲା। ଏହି ସମୟରେ ମହନ୍ତ ଦେବେନ୍ଦ୍ର ଦାସ ଜୀ ମହାରାଜଙ୍କ ଆହ୍ଵାନରେ ସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା।

ଆଜି ସକାଳେ ପତାକା ଓହ୍ଲାଇବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଦରବାର ସାହିବର ମହନ୍ତ ଦେବେନ୍ଦ୍ର ଦାସ ଝଣ୍ଡାକୁ ଦହି, ଘିଅ, ଗଙ୍ଗାଜଳ ଓ ପଞ୍ଚାମୃତରେ ସ୍ନାନ କରାଇଥିଲେ। ଏହା ପରେ ସନ୍ଧ୍ୟା ୫ଟାରେ ଝଣ୍ଡେଜୀର ଆରୋହଣ କରାଯାଉଥିଲା। ଏହି ସମୟରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.