ଆଉ କିଛି ଘଣ୍ଟା ପରେ ଜନ୍ମ ନେବେ ଯୀଶୁ ଖ୍ରୀଷ୍ଟ: ସଜାଯାଉଛି ଭୁବନେଶ୍ବରର ସତ୍ୟନଗର କ୍ୟାଥେ।ଲିକ୍ ଚର୍ଚ୍ଚ

Published By : Prameya-News7 Bureau | December 24, 2018 IST

ଭୁବନେଶ୍ୱର ୨୪/୧୨ : ଆଜି ମଧ୍ୟ ରାତ୍ରରେ ଗୀର୍ଜା ଘରେ ଯୀଶୁ ଖ୍ରୀଷ୍ଟ ନେବେ ଜନ୍ମ । ଭୁବନେଶ୍ବର ସହର ସମସ୍ତ ଗୀର୍ଜାଘର ଗୁଡ଼ିକୁ ସଜାଯାଉଛି । ଆଉ ଲେ।କମାନେ ଘର ବଗିଚା ସଜାଇବା ଲାଗି କ୍ରୀସମାସ ଟ୍ରୀ ଠୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ କିଣୁଛନ୍ତି ।

{"id":66837}

ଭୁବନେଶ୍ବର ଗୀର୍ଜାଘରକୁ ସଜାଗଲାଣି । ଆଉ କିଛି ଘଣ୍ଟା ପରେ ଅବତାରୀ ଯୀଶୁ ଖ୍ରୀଷ୍ଟ ଜନ୍ମଗ୍ରହଣ କରିବେ । ଏଥିପାଇଁ ଭୁବନେଶ୍ବରର ୟୁନିଟ୍ ୪ ପ୍ରେ।ଟେଷ୍ଟାଣ୍ଟ ଚର୍ଚ୍ଚ ଏବଂ ସତ୍ୟନଗର କ୍ୟାଥେ।ଲିକ୍ ଚର୍ଚ୍ଚକୁ ସଜାଯାଉଛି । ପ୍ରତିବର୍ଷ ଏହି ପର୍ବକୁ ଧୁମଧାମରେ ପାଳନ କରାଯାଇଥାଏ । ଆସନ୍ତାକାଲି ବଡ଼ ଦିନ । କିନ୍ତୁ ଚର୍ଚ ଗୁଡ଼ିକରେ ୧୮ ତାରିଖଠୁ ବଡ଼ଦିନ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହେ।ଇଥିଲା । ଚର୍ଚକୁ ନୂଆ ରଙ୍ଗରେ ରଙ୍ଗାଯାଇଛି । କ୍ରିସମାସ ଟ୍ରୀ ରଖ।ଯିବା ସହ ରଙ୍ଗୀନ ଆଲୁମାଳାରେ ସଜାଯାଇଛି  । ଆଜି ସନ୍ଧ୍ୟାରୁ ହିଁ ହଜାର ହଜାର ଖ୍ରୀଷ୍ଟଧର୍ମୀ ଅନ୍ବେଷୀ ମାନେ ଏହି ଦୁଇ ଚର୍ଚ୍ଚକୁ ଆସିବେ । ମଧ୍ୟ ରାତ୍ରରେ ଯୀଶୁ ଜନ୍ମ ନେବେ । ଏହି ସମୟରେ ପ୍ରଭୁଙ୍କ ଉଦେଶ୍ୟରେ ଶ୍ରଦ୍ଦାରେ କୀର୍ତନ କରିବେ  ଅନ୍ବେଷୀ ମାନେ ।

{"id":66838,"width":587,"height":430}

ବଡ଼ଦିନ ପାଇଁ ସାରା ସହର ପୂରା ଚଞ୍ଚଳ ହେ।ଇଉଠିଛି । ଲେ।କମାନେ କିଣାକିଣି କରୁଛନ୍ତି । ଏଥିପାଇଁ ୟନିଟ୍ ୧ ମାର୍କେଟ ବି ଚଳଚଞ୍ଚଳ ହେ।ଇ ଉଠିଛି ।ଘର ଓ ଗାର୍ଡ଼େନ ସଜାଇବା କ୍ରୀସମାସ ଟ୍ରୀ, ଷ୍ଟାର, ବେଲୁନ୍,ଲିଚୁ ମାଳ,ରଙ୍ଗୀନ ଝାଲେରୀ, ସାନ୍ତାକ୍ଲୁଜ୍ କ୍ୟାପ୍ ଆଜି ଲେ।କମାନେ କିଣୁଛନ୍ତି । ଏହାସହିତ ଶାନ୍ତି ସଦଭାବନା ବଜାୟ ରହୂ ବେ।ଲି ସମସ୍ତେ ଆଶା କରିଛନ୍ତି ।

{"id":66839,"width":584,"height":389}

କେବଳ ଖ୍ରୀଷ୍ଟଧର୍ମୀ ନୁହନ୍ତି ଅନ୍ୟ ଧର୍ମାବଲମ୍ବୀ ଶ୍ରଦ୍ଦାଳୂ ମାନେ ମଧ୍ୟ ଖ୍ରୀଷ୍ଟମାସରେ ସାମିଲ୍ ହେ।ଇଥାଆନ୍ତି । କାରଣ ବର୍ଷ ଶେଷ ହେଲା ବେଳକୁ ଏହି ପର୍ବ ନୂଆ ବର୍ଷ ଲାଗି ନୂଆ ଆଶାର କିରଣ ଦେଖାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.