ଜାମ୍ମୁ ୦୨। ମାର୍ଚ୍ଚ- ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରଠୁ ଏହି କେନ୍ଦ୍ର ଶାସିତ ଅଞ୍ଚଳର ରୂପ ରେଖ ବଦଳିବାରେ ଲାଗିଛି। ସୁରକ୍ଷା ହେଉ ଅବା ରୋଜଗାରର ବିକଳ୍ପ ସବୁ ଦିଗରେ ଜାମ୍ମୁ-କାଶ୍ମୀରରେ ପରିବର୍ତ୍ତନର ପଦ ଚିହ୍ନ ଦେଖିବାକୁ ମିଳିଛି। ଏହି କ୍ରମରେ ସେଠାକାର ନାମରେ ମଧ୍ୟ ପରିବର୍ତ୍ତନ କରାଯାଉଛି। ଜାମ୍ମୁ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ସିଟି ଚୌକ ଏବଂ ସର୍କୁଲାର ରୋଡ ଚୌକର ନାମ ବଦଳାଇ ଦିଆଯାଇଛି। ଜାମ୍ମୁର ଐତିହାସିକ ସିଟି ଚୌକକୁ 'ଭାରତ ମାତା ଚୌକ'ର ନାମ ଦିଆଯାଇଥିବା ବେଳେ ସର୍କୁଲାର ରୋଡ୍ ଚୌକକୁ 'ଅଟଳ ଚୌକ'ରେ ପରିବର୍ତ୍ତନ କରାଯାଇଛି।
{"id":231807,"sizeSlug":"large"}ସର୍କୁଲାର ଚୌକ ହେଲା ଅଟଳ ଚୌକ
ଭାରତୀୟ ଜନତା ପାର୍ଟି(ବିଜେପି) ନେତୃତ୍ଵାଧୀନ ଜାମ୍ମୁ ନଗର ନିଗମ(ଜେଏମସି)ର ସାଧାରଣ ସଭାରେ ଏହି ସମ୍ବନ୍ଧରେ ପ୍ରସ୍ତାବ ପାରିତ କରାଯାଇଥିଲା, ଯାହା ପରେ ନାମ କରଣ ପରିବର୍ତ୍ତନକୁ ମଞ୍ଜୁରୀ ଦିଆଯାଇଛି। ଅଧିକାରୀ ରବିବାର ଏହାର ସୂଚନା ଦେଇଛନ୍ତି।
ସିଟି ଚୌକ ହେଲା ଭାରତ ମାତା ଚୌକ
{"id":231808,"sizeSlug":"large"}ଜାମ୍ମୁର ଐତିହାସିକ ସିଟି ଚୌକ ପୁରୁଣା ଜାମ୍ମୁର ବାଣିଜ୍ୟିକ କେନ୍ଦ୍ର ସ୍ଥଳୀ ମଧ୍ୟ ରହିଛି। ଏହା ଏବେ ଭାରତ ମାତା ଚୌକ ନାମରେ ପରିଚିତ ହେବ।
ଚୌକର ନାମ ପରିବର୍ତ୍ତନ ନେଇ ଲୋକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିରେ ଅଧିକାଂଶ ଲୋକ ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି। ଜେଏମସି ନାମ ପରିବର୍ତ୍ତନ ପରିବର୍ତ୍ତେ ବିକାଶ ଓ ସ୍ଵଚ୍ଛତା ଉପରେ ଅଧିକ ଧ୍ୟାନ ଦେବା ଉଚିତ୍ ବୋଲି ଲୋକେ ଅପିଲ ମଧ୍ୟ କରିଛନ୍ତି।