Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଆଜିଠୁ ଗଡିବ ସିଟି ବସ୍, ପ୍ରଥମ ପର୍ଯ୍ୟାୟରେ ୫ ରୁଟ୍‌ରେ କରିବ ଚଳାଚଳ

6/07/2021 at 9:33 AM

ସମ୍ବଲପୁର, ୦୬/୦୭:  କରୋନା ସଂକ୍ରମଣ କମ୍‌ ଥିବା ଜିଲ୍ଲାରେ ବସ୍‌ ଚଳାଚଳ ସ୍ୱାଭାବିକ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହେବା ପରେ ସମ୍ବଲପୁରରେ ସିଟି ବସ୍‌ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସୋମବାର ସନ୍ଧ୍ୟା ସୁଦ୍ଧା ୧୧ଟି ବସ୍‌ ପ୍ରସ୍ତୁତ ହୋଇଥିବା ବେଳେ ମଙ୍ଗଳବାରଠାରୁ ଉକ୍ତ ଗାଡ଼ିଗୁଡ଼ିକ ଗଡ଼ିବ ବୋଲି ପରିଚାଳନାକାରୀ ସଂସ୍ଥା ଉଟ୍‌ସେଲ୍‌ ପକ୍ଷରୁ କୁହାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ୫ଟି ରୁଟ୍‌ରେ ଏହି ବସ୍‌ ଗଡ଼ିବାକୁ ସ୍ଥିର କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଯାତ୍ରୀ ସଂଖ୍ୟାକୁ ଆଖି ଆଗରେ ରଖି ଅଧିକ ରୁଟ୍‌ ଖୋଲାଯିବା ସହ ଅଧିକ ଗାଡ଼ି ବାହାରିବ ବୋଲି ଉଟ୍‌ସେଲ୍‌ ପକ୍ଷରୁ ବିପିନ ଭାଟିଆ କହିଛନ୍ତି । ଏହାବାଦ୍‌ ସହରରେ ସିଟି ବସ୍‌ ଚଳାଚଳ ପାଇଁ ରହିଥିବା ସମସ୍ୟା ଗୁଡ଼ିକର ମଧ୍ୟ ସମାଧାନ କରାଯାଇଥିବା ସେ ସୂଚନା ଦେଇଛନ୍ତି ।

ଘରୋଇ ବସ୍‌ ମାଲିକମାନେ ନିଜ ନିଜ ଗାଡ଼ି ରିଲିଜ୍‌ କରିବାରେ ଲାଗି ପଡ଼ିଛନ୍ତି । ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ସିଟି ବସ୍‌ ରିଲିଜ୍‌ ହୋଇପାରିନଥିବା ବେଳେ ଗାଡ଼ି ଛିଡ଼ା ହେଲେ ବି କେଉଁ ବାଟ ଦେଇ ଗଡ଼ିବ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ରହିଥିଲା । ସହରର ଗୁରୁତ୍ୱପୂର୍ଣ୍ଣ ମୁଦିପଡ଼ା-ଲକ୍ଷ୍ମୀଟକିଜ ରାସ୍ତାରେ ଏସ୍‌ଏମ୍‌ସି ପକ୍ଷରୁ ଅସ୍ଥାୟୀ ପରିବା ବଜାର ବସିବାକୁ ଅନୁମତି ଦିଆଯାଇଥିଲା । କିଛି ପରିବା ଦୋକାନୀଙ୍କୁ ବସ୍‌ ଷ୍ଟାଣ୍ଡ ପଛପଟେ ଯାଇ ବସିବାକୁ ଅନୁମତି ଦିଆଯାଇଥିବା ବେଳେ ଏବେ ବି କିଛି ପରିବା ଦୋକାନୀ ରାସ୍ତାରେ ବସୁଛନ୍ତି । ତେବେ ବଜାର ସମ୍ପୂର୍ଣ୍ଣ ନଉଠିବା ଯାଏ ଏହି ରାସ୍ତା ଦେଇ ବସ୍‌ ଚଳାଚଳରେ ବାଧା ସୃଷ୍ଟି ହେବ ବୋଲି କୁହାଯାଉଛି ।

ଏନେଇ ଉଟ୍‌ସେଲ୍‌ ପକ୍ଷରୁ ସମ୍ବଲପୁର ମହାନଗର ନିଗମ ସହ ଆଲୋଚନା ମଧ୍ୟ କରାଯାଇଛି । ତେବେ ଏନେଇ ଏସ୍‌ଏମ୍‌ସି ପ୍ରବର୍ତ୍ତନ ଅଧିକାରୀ ଶୁଭଙ୍କର ମହାନ୍ତିଙ୍କୁ ପଚାରିବାରେ, ବର୍ତ୍ତମାନ ହାତଗଣତି କିଛି ବେପାରୀ ଫାୟାର ଷ୍ଟେସନ ନିକଟରେ ବସୁଥିବାରୁ ସମସ୍ୟା ହେଲେ ସେମାନଙ୍କୁ ସ୍ଥାନାନ୍ତର ନେଇ ଯୋଜନା କରାଯିବ ବୋଲି କହିଥିଲେ ।

ପ୍ରଥମ ପର୍ଯ୍ୟୟରେ ମଙ୍ଗଳବାରଠୁ ୫ଟି ରୁଟ୍‌ରେ ସିଟି ବସ୍‌ ଚଳାଚଳ କରିବ । ଲଇଡା, ଚିପିଲିମା, ହୀରାକୁଦ, ଝାରସୁଗୁଡ଼ା ଓ ବରଗଡ଼କୁ ଏହି ପର୍ଯ୍ୟାୟରେ ୧୧ଟି ସିଟି ବସ୍‌ ଗଡ଼ିବା ନେଇ ଯୋଜନା କରାଯାଇଛି । ଯଦି ଗାଡ଼ି ଠିକ୍‌ରେ ଚାଲେ ତେବେ ଦ୍ୱିତୀୟ ପର୍ଯ୍ୟାୟରେ କୁଚିଣ୍ଡା, ପଡ଼ିଆବାହାଲ ଓ ସହର ମଧ୍‌ୟରେ ଚାଲିଥିବା ଫିଡର ବସ୍‌ ସେବା ମଧ୍ୟ ଆରମ୍ଭ ହେବ ବୋଲି ଉଟ୍‌ସେଲ୍‌ ପକ୍ଷରୁ କୁହାଯାଇଛି ।

   Related Posts