ଡାକ୍ତରଙ୍କ ଉପରକୁ ଚଢ଼ିଗଲା ସିଟି ବସ
2/08/2018 at 7:42 AM

ଭୁବନେଶ୍ୱର ୨/୮ : ଡାକ୍ତରଙ୍କ ଉପରକୁ ଚଢ଼ିଗଲା ସିଟି ବସ | ଉକ୍ତ ଡାକ୍ତର ଜଣକ ହେଲେ ହେମନ୍ତ କୁମାର ରାଉତ | ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଘଟିଛି ମର୍ମନ୍ଦୁତ ସଡକ ଦୁର୍ଘଟଣା | ସିଟି ବସରୁ ଓହ୍ଲାଇବା ବେଳେ ବସ ଚକ ଡାକ୍ତରଙ୍କ ଉପରେ ଚଢି ଯାଇଥିଲା | ଘଟଣାସ୍ଥଳରେ ହିଁ ଡାକ୍ତରଙ୍କ ମୃତ୍ୟୁ ହୋଇଛି | ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି | ତେବେ ଦୁର୍ଘଟଣା ପରେ ବସ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି | ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି | ସ୍ଥାନୀୟ ଲୋକେ ବସ ଭଙ୍ଗାରୁଜା କରିଛନ୍ତି | ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଛି |
Related Posts
ମାଘ ମେଳାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଟ୍ରମ୍ପ ଓ ହିଟଲର ବାବା
23 January 2021
ଜଳେଶ୍ବରରୁ ଜବତ ହେଲା ନକଲି ପାନ ମସଲା, ଦୁଇ ଅଭିଯୁକ୍ତ ଅଟକ
23 January 2021