୧୪ଦଫା ଦାବି ନେଇ ଓଡିଶା ନିର୍ମାଣ ଶ୍ରମିକ ସଂଘର ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | August 22, 2019 IST

ଜଗତସିଂହପୁର ୨୨|୮:  ଜଗତସିଂହପୁର ଠାରେ ଓଡିଶା ନିର୍ମାଣ ଶ୍ରମିକ ସଂଘ ସିଆଇଟିୟୁ ପକ୍ଷରୁ ୧୪ଦଫା ଦାବି ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଂଘର ଜିଲ୍ଲା ସଭାପତି ଲୋଭାକାନ୍ତ ସ୍ଵାଇଁଙ୍କ ନେତୃତ୍ବରେ ଶତାଧିକ ନିର୍ମାଣ ଶ୍ରମିକ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଶ୍ରମ କାର୍ଯ୍ୟାଳୟ ନିକଟରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପ୍ରଦାନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.