Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ଆଜି ରାଜ୍ୟସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ : ଜେଡିୟୁରେ ଅସନ୍ତୋଷ, ଶିବସେନାର ୟୁ-ଟର୍ନ ପରେ ବି ଗୃହରେ ବିଲ୍ ପାସ୍ ନେଇ ସରକାରଙ୍କ ଦୃଢୋକ୍ତି

11/12/2019 at 8:22 AM

ନୂଆଦିଲ୍ଲୀ ୧୧।୧୨: ଆଜି ରାଜ୍ୟସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ । ଅପରାହ୍ଣ ୨ ଟାରେ ଏହି ବିଲ ଉପରେ ଚର୍ଚ୍ଚା କରାଯିବ । ଏହି ବିଲ ଉପରେ ବିତର୍କ ପାଇଁ ସମୟ ୬ ଘଣ୍ଟା ସମୟ ଦିଆଯାଇଛି । ଏହି ବିଲ ରାଜ୍ୟସଭାରେ ପାରିତ ହେବା ନେଇ ମୋଦି ସରକାରର ପ୍ରକୃତ ପରୀକ୍ଷା ହେବ । ପୂର୍ବରୁ ନାଗରିକତା ସଂଶୋଧନ ବିଲ୍ -୨୦୧୯ ଲୋକସଭାରେ ପାସ୍ ହୋଇସାରିଛି। ଗୃହରେ ଉପସ୍ଥିତ ଥିବା ମୋଟ ୩୯୧ସଦସ୍ୟଙ୍କ ମଧ୍ୟରୁ ବିଲ୍ ସପକ୍ଷରେ ୩୧୧ ଖଣ୍ଡ ଭୋଟ ପଡିଥିବାବେଳେ ବିପକ୍ଷରେ ପଡିଥିଲା ମାତ୍ର ୮୦ଟି ଭୋଟ୍ । ବିରୋଧୀ ଦଳ ପକ୍ଷରୁ ଆଗତ ହୋଇଇଥିବା ସମସ୍ତ ସଂଶୋଧନ ପ୍ରସ୍ତାବ କାଟ୍ ଖାଇଥିଲା ।

ଆଜି ରାଜ୍ୟସଭାରେ ବିଲ୍‌କୁ ବିରୋଧ ପାଇଁ ବିରୋଧୀ ଦଳଗୁଡ଼ିକ ନିଜର ରଣନୀତି ପ୍ରସ୍ତୁତ କରିଛି । କଂଗ୍ରେସ ଦଳ ତା ସାଂସଦଙ୍କ ପାଇଁ ହ୍ୱିପ୍‌ ଜାରି କରିଛି । ବିଲ୍‌କୁ ଲୋକସଭାରେ ସମର୍ଥନ କରିଥିବା ଶିବସେନା ଏହାର ଆଭିମୁଖ୍ୟ ଏବେ ଅସ୍ପଷ୍ଟ ରଖିଛି । ବିଲ୍‌କୁ ନେଇ ସନ୍ଦେହ ଦୂର ନହେବା ପର୍ଯ୍ୟନ୍ତ ଏହା ରାଜ୍ୟସଭାରେ ସମର୍ଥନ ଜଣାଇବ ନାହିଁ ବୋଲି ସଫାସଫା କହିଦେଇଛି ।

ଲୋକସଭାରେ ନାଗରିକତା ସଂଶୋଧନ ବିଲ୍‌କୁ ଶିବସେନା ସମର୍ଥନ କରିଥିବାରୁ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଖପ୍ପା ହୋଇଛନ୍ତି । ଏଥିପାଇଁ ଦଳକୁ ସେ ପରୋକ୍ଷରେ ହମଲା କରିଛନ୍ତି । ଟ୍ୱିଟ୍‌ କରି ରାହୁଲ କହିଛନ୍ତି, ବିଲ୍‌ଟି ଭାରତୀୟ ସମ୍ବିଧାନ ପାଇଁ ଏକ ଆକ୍ରମଣ ସଦୃଶ । ଏହାକୁ ସମର୍ଥନ କରିଥିବା ଦଳଗୁଡ଼ିକ ରାଷ୍ଟ୍ରର ପ୍ରତିଷ୍ଠାକୁ ନଷ୍ଟ କରିବାକୁ ଚେଷ୍ଟା କରିଛନ୍ତି । ଶିବସେନା ଏହି ବିଲ୍‌କୁ ଲୋକସଭାରେ ସମର୍ଥନ କରିଥିବାରୁ ରାହୁଲ ଏଭଳି ଟ୍ୱିଟ୍‌ କରିଛନ୍ତି ।
ରାହୁଲଙ୍କ ପକ୍ଷରୁ ଏଭଳି ବୟାନ ପ୍ରକାଶ ପରେ ଶିବସେନା ଏହାର ଆଭିମୁଖ୍ୟ ବଦଳାଇଛି । ରାଜ୍ୟସଭାରେ ଏହା ବିଲ୍‌କୁ ସମର୍ଥନ କରିବ ନାହିଁ ବୋଲି କହିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ କହିଛନ୍ତି ଯେ, ବିଲ୍‌କୁ ନେଇ ଦଳର ଯେଉଁସବୁ ସନ୍ଦେହ ରହିଛି, ତାହା ସ୍ପଷ୍ଟ ହେବା ଦରକାର । ଦଳ ଏ ବାବଦରେ ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ରାଜ୍ୟସଭାରେ ବିଲ୍‌କୁ ସମର୍ଥନ କରିବ ନାହିଁ ।

ବିବାଦୀୟ ନାଗରିକ ସଂଶୋଧନ ବିଲ୍‌କୁ ଜେଡିୟୁ ସମର୍ଥନ କରିବା ପରେ ଦଳ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଦଳର ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋରଙ୍କ ଓ ସାଧାରଣ ସମ୍ପାଦକ ତଥା ଜେଡିୟୁ ମୁଖପାତ୍ର ପୱନ ବର୍ମା ବିଲ୍‌କୁ ବିରୋଧ କରିଛନ୍ତି । ବିଲ୍‌କୁ ସମର୍ଥନ ପାଇଁ ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାରଙ୍କ ନିଷ୍ପତ୍ତି ଉପରେ ସେମାନେ ଅଙ୍ଗୁଳି ଉଠାଇଛନ୍ତି । ତେବେ ରାଜ୍ୟସଭାରେ ବିଲ୍‌କୁ ସମର୍ଥନ ନିଷ୍ପତ୍ତିର ପୁନର୍ବିଚାର ପାଇଁ ସେ ଅନୁରୋଧ କରିଛନ୍ତି ।

ରାଜ୍ୟସଭାରେ ଗୃହୀତ ହେବା ଲାଗି ବିଲ୍‌କୁ ୧୨୧ ସାଂସଦଙ୍କ ସମର୍ଥନ ଆବଶ୍ୟକ । ୨୪୫ ସଦସ୍ୟବିଶିଷ୍ଟ ରାଜ୍ୟସଭାରେ ୫ଟି ଆସନ ଖାଲିଥିବାରୁ ବର୍ତ୍ତମାନ ଗୃହରେ ସଭ୍ୟ ସଂଖ୍ୟା ୨୪୦ରହିଛି । ତେଣୁ ବହୁମତ ଅଙ୍କ ୧୨୧କୁ ଆସିଛି । ଏନ୍‌ଡିଏ ନିକଟରେ ୧୧୭ ସାଂସଦ ରହିଥିବା ବେଳେ ଉପାର ୬୭ ରହିଛନ୍ତି ।  ରାଜ୍ୟସଭାରେ ତ୍ରୁଣମୁଲ କଂଗ୍ରେସ ୧୩, ସମାଜବାଦୀ ପାର୍ଟି ୯, ବିଜୁ ଜନତା ଦଳ ୭, ତେଲୁଗୁ ରାଷ୍ଟ୍ରୀୟ ସମିତି ୬, ସିପିଏମ୍ ୫, ବହୁଜନ ସମାଜ ପାର୍ଟି ୪, ଆମ ଆଦମୀ ପାର୍ଟି ୩, ତେଲୁଗୁ ଦେଶମ ପାର୍ଟି ୨, ଜମ୍ମୁ ଓ କାଶ୍ମୀର ପିପୁଲ୍ସ ଡେମୋକ୍ରେଟିକ ପାର୍ଟି ୨, ୟାଇଏସଆର କଂଗ୍ରେସ ୨, ସିପିଆଇ ୧ଜଣ ସାଂସଦ ରହିଛନ୍ତି ।  ଏମାନଙ୍କ ମଧ୍ୟରୁ ୟାଇଏସ୍‌ଆର କଂଗ୍ରେସ ବିଲକୁ ସମର୍ଥନ କରିବା ବୋଲି ଜଣାପଡିଛି ।

   Related Posts