Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ବିକ୍ଷୋଭକାରୀ କହିଲେ ପାକିସ୍ତାନର ନୁହେଁ ଗିଲଗିଟ ଓ ବାଲତିସ୍ତାନ : POKରେ ଲାଗୁ ହୋଇପାରିବନି ପାକ୍ ଆଇନ

21/10/2020 at 9:32 PM

ଗିଲଗିଟ୍‌ : ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ରାଜନୈତିକ ବନ୍ଦୀଙ୍କ ମୁକ୍ତି ଦାବିରେ ଜାରି ଆନ୍ଦୋଳନ ବେଳକୁ ବେଳ ଗୁରୁତର ହେବାରେ ଲାଗିଛି। ଆନ୍ଦୋଳନରେ ଏବେ ଦୂରଦୂରାନ୍ତ ଗ୍ରାମାଞ୍ଚଳର ଲୋକେ ଆସି ସାମିଲ ହେବାରେ ଲାଗିଛନ୍ତି। ତେବେ ପାକିସ୍ତାନୀ ଗଣମାଧ୍ୟମ ଏଥିପ୍ରତି ଗୁରୁତ୍ୱ ଦେଉନଥିବାରୁ ଆନ୍ଦୋଳନ ସମ୍ପର୍କରେ ବାହରକୁ ସୂଚନା ମିଳିପାରୁନାହିଁ। ପିଓକେ ପାକିସ୍ତାନର ନୁହେଁ,ଏଣୁ ଏଠାରେ ଆଇନ ଲାଗୁ କରିପାରିବନି। ଏହି ଆଇନ ବଳରେ ଅଟକ ପିଓକେର ଲୋକଙ୍କୁ ତୁରନ୍ତ ମୁକ୍ତି ଦାବିରେ ଲୋକେ ଅନିର୍ଦ୍ଧିଷ୍ଟ  କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚଳାଇଛନ୍ତି।

ପାକିସ୍ତାନ ସରକାର ୨୦୧୧ ମସିହାରେ ଉପତ୍ୟାକାର ବାବା ଜାନଙ୍କୁ ଗିରଫ କରିଥିଲେ। ଗିଲଗିଟ୍ ବାଲତିସ୍ତାନରେ ପାକ୍ ପ୍ରଶାସନ ଲୋକଙ୍କ ଅଭିବ୍ୟକ୍ତିର ଅଧିକାର ଛଡାଇ ନେଇଛନ୍ତି। ଏହା ବିରୋଧରେ ବାବା ଜାନ ଶ୍ୱର ଉତ୍ତୋଳନ କରିବାରୁ ପାକ୍‌ ପ୍ରଶାସନ ତାଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ଜେଲରେ ବନ୍ଦୀ ଥିବା ବେଳେ ତାଙ୍କ ଭଳି ଅନେକ ଲୋକଙ୍କୁ ପ୍ରଶାସନ ଗିରଫ କରି ଜେଲରେ ବନ୍ଦୀ ରଖିଛି। ଏଥିଲାଗି ଆରମ୍ଭ ହୋଇଥିବା ଜନଆନ୍ଦୋଳନ ଏବେ ବେଶ ପ୍ରସାରିତ ହେଲାଣି ବୋଲି ଲୋକେ କହିଛନ୍ତି।

ପାକିସ୍ତାନୀ ଗଣମାଧ୍ୟମ ଜନ ଆନ୍ଦୋଳନକୁ ଗୁରୁତ୍ୱ ଦେଉନି। ଏଣୁ ପିଓକେର ଜନ ଆନ୍ଦୋଳନ ବାହାରକୁ ଜଣାପଡୁ ନାହିଁ। ତେବେ ୨୧ ବିଂଶ ଶତାବ୍ଦୀରେ ଲୋକେ ଆଉ ଏପରି ଗଣମାଧ୍ୟମଙ୍କୁ ଆବଶ୍ୟକ କରୁନଥିବା କହିଛନ୍ତି। ଏଣୁ ସେମାନେ ସୋସିଆଲ ମିଡିଆକୁ ଅସ୍ତ୍ର କରିଥିବା ବେଳେ ଆନ୍ଦୋଳନର ସୂଚନା ଭାଇରାଲ ହେବାରେ ଲାଗିଛି।

   Related Posts