ନଙ୍ଗଳା ପାଦରେ ପହଞ୍ଚିଲେ ପଦ୍ମଶ୍ରୀ ନେବାକୁ, ହାତ ଯୋଡ଼ି ଅଭିବାଦନ କଲେ ପ୍ରଧାନମନ୍ତ୍ରୀ, ଏମିତି ସାଦାସିଧା ତୁଲସୀ ଗୌଡ଼ା, ଆଜି ପାଲଟିଛନ୍ତି Photo of the Day

Published By : Prameya-News7 Bureau | November 09, 2021 IST

ନୂଆଦିଲ୍ଲୀ ୯।୧୧: କର୍ଣ୍ଣାଟକର ପରିବେଶବିଦ୍‌ ତୁଲସୀ ଗୌଡ଼ାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି। ଜଙ୍ଗଲ ଏନସାଇକ୍ଲୋପିଡିଆ ଭାବେ ଜଣାଶୁଣା ତୁଳସୀ ସୋମବାର ରାଷ୍ଟ୍ରପତିଙ୍କଠାରୁ ଶୀର୍ଷ ନାଗରିକ ସମ୍ମାନ ଗ୍ରହଣ କରିଛନ୍ତି। ତେବେ ରାଷ୍ଟ୍ରପତି ଭବନରେ ସୋମବାର ଅନୁଷ୍ଠିତ କାର୍ଯ୍ୟକ୍ରମର କେନ୍ଦ୍ର ପାଲଟିଥିଲେ ତୁଳସୀ। ତାଙ୍କ ସାଦାସିଧା ପୋଷାକ ଖାଲି ପାଦ ସମସ୍ତଙ୍କୁ ସମ୍ତମ୍ବିଭୂତ କରିଥିଲା।

wp:embed {"url":"https://twitter.com/Rajeev_GoI/status/1457754294044672000","type":"rich","providerNameSlug":"twitter","responsive":true}
https://twitter.com/Rajeev_GoI/status/1457754294044672000
/wp:embed

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ହାତ ଯୋଡ଼ି ଅଭିବାଦନ କରିଥିବା ବେଳେ ତୁଳସୀଙ୍କ ଫଟୋ ସୋମବାର ସୋସିଆଲମିଡିଆରେ ଛାଇଯାଇଛି। ୟୁଜର ସାଦାସିଧା  ତୁଳସୀଙ୍କ  ଫଟୋକୁ ‘ଫଟୋ ଅଫ ଦି ଡେ’ ଭାବେ ବର୍ଣ୍ଣନା କରିଛନ୍ତି। ହଲ୍ଲକୀ ଜନଜାତୀର ତୁଳସୀ ଗୌଡ଼ା କର୍ଣ୍ଣାଟକର ହୋନାଲି ଗାଁର ବାସିନ୍ଦା। ଗତ ୬ ଦଶନ୍ଧୀରୁ ଅଧିକ କାଳ ହେଲା ସେ ପରିବେଶ ଲାଗି କାମ କରିଆସୁଛନ୍ତି। ଜଙ୍ଗଲ ଜଡ଼ବୁଟି ଓ ବିଭିନ୍ନ ଉଦଭିଦ ପ୍ରଜାତୀ ସମ୍ପର୍କରେ ତାଙ୍କର ଗଭୀର ଜ୍ଞାନ ଯୋଗୁ ତୁଳସୀଙ୍କୁ ଜଙ୍ଗଲ ଏନସାଇକ୍ଲୋପିଡିଆ ବୋଲି କୁହାଯାଏ।

wp:embed {"url":"https://twitter.com/yoursdharm/status/1457756592535793666","type":"rich","providerNameSlug":"twitter","responsive":true}
https://twitter.com/yoursdharm/status/1457756592535793666
/wp:embed

ତୁଳସୀ ତାଙ୍କର ଏପର୍ଯ୍ୟନ୍ତ ଜୀବନ କାଳରେ ଅନୁନ୍ୟ ୩୦ ହଜାରରୁ ଅଧିକ ବୃକ୍ଷାରୋପଣ କରିଛନ୍ତି। ଏହା ବାଦେ ସେ ବନ ବିଭାଗଙ୍କ ନର୍ସରୀର ମଧ୍ୟ ଦେଖାଶୁଣା କରନ୍ତି। ପରିବେଶ ଲାଗି ତାଙ୍କର ଯୋଗଦାନ ନିମନ୍ତେ ଶୀର୍ଷ ନାଗରିକ ସମ୍ମାନରେ ରାଷ୍ଟ୍ରପତି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.