Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ସଂସଦରେ ସୋମବାର ଆଗତ ହେବ ନାଗରିକତା ଅଧିକାର ସଂଶୋଧନ ବିଧେୟକ

6/12/2019 at 2:16 PM

ନୂଆଦିଲ୍ଲୀ ୬।୧୨ : କେନ୍ଦ୍ର ସରକାର ସୋମବାର ଲୋକସଭାରେ ନାଗରିକତା ଅଧିକାର ସଂଶୋଧନ ବିଧେୟକ ଆଗତ କରିବେ। ବିଧେୟକ ମଙ୍ଗଳବାର ଲୋକସଭାରେ ଗୃହୀତ ହେବ । ଏହାପରେ ବିଧେୟକୁ ରାଜ୍ୟସଭାରେ ଆଗତ କରାଯିବ । ଲୋକସଭାରେ ଏନଡିଏର ସଂଖ୍ୟାଗରିଷ୍ଠତା ଥିବା ଯୋଗୁ  ବିଧେୟକ ଗୃହୀତ ହେବାରେ କୌଣସି ଅସୁବିଧା ନାହିଁ। ହେଲେ ରାଜ୍ୟସଭାରେ ଏନଡିଏର ସଂଖ୍ୟାଗରିଷ୍ଠତା ନଥିଲେ ମଧ୍ୟ କେତେକ ଆଞ୍ଚଳିକ ଦଳଙ୍କ ସହଯୋଗରେ ବିଧେୟକକୁ ଗୃହୀତ କରାଇବାକୁ  ସରକାର ବିଚାର କରୁଛନ୍ତି। 

ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଅତ୍ୟାଚାରିତ ହୋଇ ଭାରତରେ ଶରଣ ନେଇଥିବା ଅଣ ମୁସଲମାନ ସମୂଦାୟର ଲୋକଙ୍କୁ ଦେଶରେ ବୈଧ ନାଗରିକତା ପ୍ରଦାନ ଲାଗି ସରକାର ଏ ନେଇ ଥିବା ଆଇନରେ ସଂଶୋଧନ କରିବେ। ଏଥିରେ  ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଚାଲିଆସିଥିବା ଅଣ ମୁସଲମାନ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ ଏବେ ସହଜ ହେବ।

ନାଗରିକତା ସଂଶୋଧନ ବିଧେୟକର ଉଦ୍ଦେଶ୍ୟ ୬ଟି ସମୁଦାୟ ହିନ୍ଦୁ, ଇସାଇ, ଶିଖ, ଜୈନ, ବୌଦ୍ଧ ଓ ପାରସୀ ଲୋକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା। ଆଇନ ସଂଶୋଧନ ଦ୍ୱାରା କିଛି ନିର୍ଦ୍ଧିଷ୍ଟ ବର୍ଗର ଅପ୍ରବାସୀଙ୍କୁ ନାଗରିକତା ପ୍ରଦାନରେ ଆଇନ କୋହଳ କରାଯିବ। ତେବେ ବିଧେୟକରେ ମୁସଲମାନମାନଙ୍କୁ ସାମିଲ କରାଯାଇନଥିବାରୁ ବିରୋଧୀ ଦଳ ଏହାକୁ ଭାରତୀୟ ସମ୍ବିଧାନର ଧର୍ମ ନିରପେକ୍ଷତା ସିଦ୍ଧାନ୍ତ ବିରୋଧୀ କହି ସମାଲୋଚନା କରୁଛନ୍ତି।

ସୂଚନା ଅନୁସାରେ ନୂଆ ବିଧେୟକରେ ଅନ୍ୟ ସଂଶୋଧନ ମଧ୍ୟ ହୋଇଛି। ଫଳରେ ଅବୈଧ ଭାବେ ଭାରତରେ ବସବାସ କରୁଥିବା ଲୋକେ ଓ ପଡୋଶୀ ଦେଶରେ ଧାର୍ମିକ ଅତ୍ୟାଚାରିତ ହୋଇ ଭାରତରେ ଶରଣ ନେଇଥିବା ଲୋକଙ୍କର ସହଜରେ ଚିହ୍ନଟ ହୋଇପାରିବ।

   Related Posts