Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ନାଗରିକ ସଂଶୋଧନ ଆଇନ ବା CAA ବିଷୟରେ କିଛି ଜାଣିବା କଥା

19/12/2019 at 3:13 PM

ନାଗରିକ ସଂଶୋଧନ ବିଲ୍‌ରେ କୌଣସି ଭାରତୀୟ ନାଗରିକଙ୍କର ନାଗରିକତ୍ୱ ପ୍ରଭାବିତ ହେବ ନାହିଁ ।

ଏଥିରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଚାଲିଆସିଥିବା ଅଣ ମୁସଲମାନ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ ଏବେ ସହଜ ହେବ।

ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଅତ୍ୟାଚାରିତ ହୋଇ ଭାରତରେ ଶରଣ ନେଇଥିବା ଅଣ ମୁସଲମାନ ସମୂଦାୟର ଲୋକଙ୍କୁ ଦେଶରେ ବୈଧ ନାଗରିକତା ପ୍ରଦାନ ଲାଗି ସରକାର ଏ ନେଇ ଥିବା ଆଇନରେ ସଂଶୋଧନ କରିଛନ୍ତି ।

ଏଥିରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଚାଲିଆସିଥିବା ଅଣ ମୁସଲମାନ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ ଏବେ ସହଜ ହେବ।

ନାଗରିକତା ସଂଶୋଧନ ବିଧେୟକର ଉଦ୍ଦେଶ୍ୟ ୬ଟି ସମୁଦାୟ ହିନ୍ଦୁ, ଇସାଇ, ଶିଖ, ଜୈନ, ବୌଦ୍ଧ ଓ ପାରସୀ ଲୋକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା। ଆଇନ ସଂଶୋଧନ ଦ୍ୱାରା କିଛି ନିର୍ଦ୍ଧିଷ୍ଟ ବର୍ଗର ଅପ୍ରବାସୀଙ୍କୁ ନାଗରିକତା ପ୍ରଦାନରେ ଆଇନ କୋହଳ କରାଯିବ।

ଏହି ବିଲ୍‌କୁ ପ୍ରଥମେ ଲୋକସଭାରେ ୧୯ ଜୁନ୍‌ ୨୦୧୬ ମସିହାରେ ଉପସ୍ଥାପିତ କରାଯାଇଥିଲା । ଏହାପରେ ଯୁଗ୍ମ ସଂସଦୀୟ କମିଟିକୁ ୧୨ ଅଗଷ୍ଟ ୨୦୧୬ ମସିହାରେ ପଠାଯାଇଥିଲା । ଜାନୁଆରୀ ୭ ତାରିଖ ୨୦୧୯ ମସିହାରେ କମିଟି ସଂସଦରେ ତାହାର ରିପୋର୍ଟ ପ୍ରଦାନ କରିଥିଲା ।
ଜାନୁଆରୀ ୮ ତାରିଖ ୨୦୧୯ ମସିହାରେ ଲୋକସଭାରେ ଏହାକୁ ଗ୍ରହଣ କରାଯାଇଥିଲା । ପରେ ରାଜ୍ୟସଭାକୁ ପଠାଯାଇଥିଲା ।

ସାଧାରଣ ନିର୍ବାଚନପରେ ୧୭ ତମ ଲୋକସଭା ଗଠନ ହୋଇଥିଲା। କେନ୍ଦ୍ର କ୍ୟାବିନେଟ୍‌ ନାଗରିକ ସଂଶୋଧନ ବିଲ୍‌ ୨୦୧୯ ଏହାକୁ ସଂସଦରେ ଉପସ୍ଥାପନ ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲା ।

୪ ଡିସେମ୍ବରରେ ଏହାକୁ ଲୋକସଭାରେ ଉପସ୍ଥାପନ କରାଯାଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ଉପସ୍ଥାପନ କରିଥିଲେ । ଏହାକୁ ଡିସେମ୍ବର ୧୦ ତାରିଖରେ ଲୋକସଭାରେ ପାରିତ କରାଯାଇଥିଲା ।

ଡିସେମ୍ବର ୧୧ ତାରିଖରେ ରାଜ୍ୟ ସଭାରେ ଏହା ପାରିତ ହୋଇଥିଲା ।
୧୨ ଡିସେମ୍ବରର ରାଷ୍ଟ୍ରପତିଙ୍କ ଅନୁମୋଦନପରେ ଏହା ଆଇନରେ ପରିଣତ ହୋଇଥିଲା । ଏବେ କେନ୍ଦ୍ର ସରକାର ତାରିଖ ଘୋଷଣା କଲେ ଏହା କାର୍ଯ୍ୟକାରୀ ହେବ ।
୧୮ ଡିସେମ୍ବର ସୁପ୍ରିମକୋର୍ଟରେ ୬୦ ଜଣ ଆବେଦନକର୍ତ୍ତା ଏହି ବିଲ୍‌ ବିରୋଧରେ ଆବେଦନ କରିଥିଲେ ।

ଏହାକୁ ରୋକାଯିବା ପାଇଁ କରାଯାଇଥିବା ଆବେଦନକୁ କୋର୍ଟ ଖାରିଜ କରିଥିଲେ । ଏହାର ପରିବର୍ତ୍ତୀ ଶୁଣାଣୀ ଜାନୁଆରୀ ୨୨, ୨୦୨୦ ମସିହାରେ କରାଯିବ ।

ନାଗରିକ ସଂଶୋଧନ ବିଧେୟକରେ କରାଯାଇଥିବା ସଂଶୋଧନ ଅନୁସାରେ ନାଗରିକ ଆଇନ ୧୯୫୫ ସେକ୍ସନ ୨ ସବସେକ୍ସନ ବା ଉପଧାନା ୧ କ୍ଲଜ ବିରେ ରଖାଯିବ ।

ଆଫଗାନୀସ୍ତାନ, ପାକିସ୍ତାନ ଓ ବଙ୍ଗଳାଦେଶରୁ ଆସିଥିବା ହିନ୍ଦୁ, ଇସାଇ, ଶିଖ, ଜୈନ, ବୌଦ୍ଧ ଓ ପାରସୀ ଲୋକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ଏହି ସଂଶୋଧିତ ଆଇନର ଉଦ୍ଦେଶ୍ୟ ।

ଭାରତକୁ ଆଫଗାନୀସ୍ତାନ, ପାକିସ୍ତାନ ଓ ବଙ୍ଗଳାଦେଶରୁ ଆସିଥିବା ହିନ୍ଦୁ, ଇସାଇ, ଶିଖ, ଜୈନ, ବୌଦ୍ଧ ଓ ପାରସୀ ଲୋକ ଭାରତୀୟ ନାଗରିକତା ପାଇଁ ଅବେଦନ କରିପାରିବେ ।

ଡିସେମ୍ବର ୨୦୧୪ ପୂର୍ବରୁ ଆସିଥିବା ହିନ୍ଦୁ, ଇସାଇ, ଶିଖ, ଜୈନ, ବୌଦ୍ଧ ଓ ପାରସୀ ଲୋକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ ।

ଏଥିରେ ଭାରତରେ ବାସ କରୁଥିବା କୌଣସି ନାଗରିକଙ୍କ କୌଣସି ପ୍ରକାର ଅସୁବିଧା ହେବ ନାହିଁ ।

   Related Posts