ରୋଜଗାର କୋଟି କୋଟି କିନ୍ତୁ ପ୍ରକୃତି ଛୋଟ : ଅଫିସ୍ କ୍ୟାଣ୍ଟିନରୁ ସ୍ୟାଣ୍ଡଓ୍ବିଚ୍ ଚୋରି କରି ଅଫିସର ସସପେଣ୍ଡ
4/02/2020 at 3:19 PM

କୋଟି କୋଟି ଟଙ୍କାର ବାର୍ଷିକ ଆୟ ଥିବା ଜଣେ ବ୍ୟକ୍ତିଙ୍କୁ ଚାକିରୀରୁ ନିଲମ୍ବିତ କରି ଦିଆଯାଇଛି କାରଣ ସେ କ୍ୟାଣ୍ଟିନରୁ ସ୍ୟାଣ୍ଡଓ୍ବିଚ୍ ଚୋରି କରିଥିଲେ। ବ୍ୟାଙ୍କିଙ୍ଗ୍ କମ୍ପାନୀ ସିଟି ଗ୍ରୃପ୍ ନିଜ ଲଣ୍ଡନ ହେଡକ୍ବାର୍ଟରରେ କାମ କରୁଥିବା ସିନିୟର ବ୍ରାଣ୍ଡ ଟ୍ରେଡର ପାରସ ଶାହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛି।

ସିଟି ଗ୍ରୃପ୍ ଏବଂ ୩୧ବର୍ଷ ବୟସ୍କ ପାରସ ଏହି ଘଟଣା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ପାରସ ପ୍ରଥମେ ଏଚଏସବିସିରେ କାମ କରୁଥିଲେ ଏବଂ ୨୦୧୭ମସିହାରେ ସେ ସିଟି ଗ୍ରୃପ୍ ଜଏନ୍ କରିଥିଲେ।

ଏହା ଜଣାପଡ଼ିନାହିଁ ଯେ ସେ କେତେ ଥର ଏବଂ କେବେଠୁ କ୍ୟାଣ୍ଟିନରୁ ଖାଇବା ଚୋରି କରୁଥିଲେ। ପାରସଙ୍କ ଦୁଇ ପୂର୍ବତନ ସହକର୍ମୀ କହିଥିଲେ ଯେ ସେ ଜଣେ ସଫଳ ଟ୍ରେଡର ଭାବେ ଜଣା ଯାଉଥିଲେ ଏବଂ ତାଙ୍କୁ ଖୁବ୍ ପସନ୍ଦ କରାଯାଉଥିଲା। ତାଙ୍କ ବାର୍ଷିକ ଆୟ ୯କୋଟି ଟଙ୍କା କିମ୍ବା ଏହାଠୁ ଅଧିକ।

ଗତ କିଛି ଦିନ ହେବ ବ୍ୟାଙ୍କିଙ୍ଗ୍ ରେଗୁଲେଟର କଡ଼ାକଡ଼ିଭାବେ ନିଜ ନିୟମ ପାଳନ କରୁଛି।

ଜାପାନର ମିଜୁହୋ ବ୍ୟାଙ୍କ୍ ଲଣ୍ଡନରେ କାମ କରୁଥିବା ଜଣେ ଅଧିକାରୀଙ୍କୁ ୨୦୧୬ରେ ଚାକିରୀରୁ ବରଖାସ୍ତ କରାଯାଇଥିଲା। ସେହି ଅଧିକାରୀଙ୍କ ବିରୋଧରେ ନିଜର ଜଣେ ସହକର୍ମୀଙ୍କ ବାଇକରୁ ଏକ ପାର୍ଟ ଚୋରି କରିବାର ଅଭିଯୋଗ ଥିଲା ଯାହାର ମୂଲ୍ୟ ୫୦୦ଟଙ୍କାରୁ ମଧ୍ୟ କମ୍ ଥିଲା।