Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ସିଆଇଏସଏଫ୍(CISF) ଯବାନଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ମହିଳା ପର୍ଯ୍ୟଟକ, ସିସିଟିଭି ଫୁଟେଜ୍ ହେଲା ଯାଞ୍ଚ, ପଢ଼ନ୍ତୁ ପୂରା ଘଟଣା

4/11/2019 at 12:49 PM

ମୁମ୍ବାଇ୪/୧୧: ସିଆଇଏସଏଫ(CISF) ଯବାନଙ୍କ ବିରୋଧରେ ଜଣେ ମହିଳା ପର୍ଯ୍ୟଟକ ଦୁର୍ବ୍ୟବହାର ଓ ମାରପିଟ୍‌ ଭଳି ଅଭିଯୋଗ ଆଣିଛନ୍ତି। ତାଜମହଲ ଦେଖିବା ପାଇଁ ଆସିଥିବା ମହିଳା ପର୍ଯ୍ୟଟକ ଏହି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା ଓ ସିଆଇଏସଏଫଙ୍କ ମୁଖ୍ୟ କାର୍ଯ୍ୟଳୟର ଟ୍ବିଇଟ୍ ସାଇଟ୍‌ରେ ସେ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗ ପରେ ବିଭାଗୀୟ ଅଧିକାରୀମାନେ ଘଟଣାର ଖୋଳତାଡ଼ କରିଥିଲେ। ଯେଉଁ ସ୍ଥାନରେ ଏହି ଘଟଣା ଘଟିଥିଲା ଉକ୍ତ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ ପାଇଁ ଅଧିକାରୀ ନିର୍ଦେଶ ଦେଇଥିଲେ। ପ୍ରକୃତ ଘଟଣା ସାମ୍ନାକୁ ଆସିବା ପରେ ଯବାନ କାହିଁକି ମହିଳାଙ୍କୁ ଏଭଳି ଦୁର୍ବ୍ୟବହାର କଲେ ଏନେଇ ସଂପୃକ୍ତ ଯବାନଙ୍କୁ ପଚାର ଯାଇଥିଲା।

ସୂଚନାଯୋଗ୍ୟ ଯେ ଅକ୍ଟୋବର ୩୧ ତାରିଖରେ ଶାହୀନ୍‌ ନାମକ ଜଣେ ମହିଳା ପର୍ଯ୍ୟଟକ ଓ ତାଙ୍କ ମାଆ ତାଜମହଲ ଦେଖିବା ଲାଗି ଯାଇଥିଲେ। ଗହଳି ସ୍ଥାନରେ ମହିଳା ପର୍ଯ୍ୟଟକଙ୍କ ଦେହରେ ସିଆଇଏସଏଫ୍‌ ଯବାନ ଧକ୍କା ହୋଇଥିଲେ। ଏମିତି କାହିଁକି ଧକ୍କା ଦେଲ ବୋଲି ମହିଳା ପର୍ଯ୍ୟଟକ ଯବାନଙ୍କୁ ପ୍ରଶ୍ନ କରିଥିଲେ। ଏହି କଥାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉଭୟଙ୍କ ମଧ୍ୟରେ ଝଗଡ଼ା ବଢ଼ିବାରୁ ସଂପୃକ୍ତ ଯବାନ ମହିଳା ପର୍ଯ୍ୟଟକ ଓ ତାଙ୍କ ବୁଢ଼ୀ ମାଆଙ୍କୁ ଦୁର୍ବ୍ୟବହାର କରିଥିବା କଥା ସେ ଅଭିଯୋଗ କହିଛନ୍ତି। ଏହି ଘଟଣାରେ ସଂପୃକ୍ତ ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି।

ସେହିପରି ଗତ ଜୁଲାଇ ୩୧ ତାରିଖରେ ମଧ୍ୟ ଆଉ ଜଣେ ମହିଳା ପର୍ଯ୍ୟଟକଙ୍କୁ ଯାଞ୍ଚ କରିବା ସମୟରେ ଆଇଡି ବା ପରିଚୟ ପ୍ରମାଣ ପତ୍ର ମାଗିବା ଯୋଗୁଁ ବହୁ ବିବାଦ ହୋଇଥିଲା। ଏନେଇ ମହିଳା ପର୍ଯ୍ୟଟକମାନେ ସିଆଇଏସଏଫର ସଂପୃକ୍ତ ଯବାନଙ୍କ ବିରୋଧରେ ପର୍ଯ୍ୟଟନ ଥାନାରେ ଏତଲା ଦେଇଥିଲେ। ସେହି ଘଟଣାର ଠିକ୍ ଦୁଇମାସ ପରେ ପୁଣି ଜଣେ ମହିଳା ପର୍ଯ୍ୟଟକ ସମାନ ଅଭିଯୋଗ ଆଣିଛନ୍ତି।

   Related Posts