ସୁଧା ଚନ୍ଦ୍ରନଙ୍କୁ କ୍ଷମା ଯାଚନା କଲେ କେନ୍ଦ୍ରମନ୍ତ୍ରୀ ଓ CISF, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | October 23, 2021 IST

ମୁମ୍ବାଇ ୨୩।୧୦:  ପ୍ରଖ୍ୟାତ ଭାରତନାଟ୍ୟମ ନୃତ୍ୟାଙ୍ଗନା ତଥା ବଲିଉଡ ଅଭିନେତ୍ରୀ ସୁଧାଚନ୍ଦ୍ରନଙ୍କୁ ଶେଷରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ବିମାନ ବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା କେନ୍ଦ୍ରୀୟ ଔଦ୍ୟୋଗିକ ଫୋର୍ସ (ସିଆଇଏସଏଫ) କ୍ଷମାଯାଚନା କରିଛନ୍ତି। ନିକଟରେ ସୁଧା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ କରିଥିଲେ। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁହାରୀ କରୁଥିବା ଦେଖା ଯାଇଥିଲା।

{"id":532047,"width":839,"height":524,"sizeSlug":"full","linkDestination":"none"}

ସୁଧା ଚନ୍ଦ୍ରନ ଯେବେବି କୌଣସି କାମରେ ବାହାରକୁ ଯାତ୍ରା ଲାଗି ବିମାନ ବନ୍ଦରକୁ ଯାଉଥିଲେ ତାଙ୍କୁ ସୁରକ୍ଷା କର୍ମୀ ଆର୍ଟିଫିସିଆଲ ଲିମ୍ବ ବାହାର କରି ଯାଞ୍ଚ କରିବାକୁ କହନ୍ତି। ଏହା ବାସ୍ତବିକ ମୋ ଲାଗି ବେଦନାଦାୟକ ବୋଲି କହିଥିଲେ। ଏଥିଲାଗି ସେ ପୋଷ୍ଟ କରିଥିବା ଭିଡିଓରେ ଏହା ମୋର ବ୍ୟକ୍ତିଗତ ନୋଟ୍‌ ଓ ଏହା ମୁଁ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ କହିବାକୁ ଚାହେଁ ବୋଲି ଉଲ୍ଲେଖ କରିଥିଲେ।

ତେବେ ସୁଧାଚନ୍ଦ୍ରନଙ୍କ ସୋସିଆଲ ମିଡିଆ ନିବେଦନ ଭାଇରଲ ହେବା ପରେ ବେ ସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏକ ଟ୍ୱିଟ୍‌ କରି ଦୁଃଖ ପ୍ରକାଶ କରିବା ସହ ତାଙ୍କ ପ୍ରତି ହେଉଥିବା କଷ୍ଟ ନିମନ୍ତେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ପ୍ରସଙ୍ଗର ବ୍ୟକ୍ତିଗତ ସମୀକ୍ଷା କରିବା ସହ ଏଥିରେ ସଂଶୋଧନ ଲାଗି ଉଦ୍ୟମ କରିବେ ବୋଲି କହିଛନ୍ତି।

{"id":532048,"sizeSlug":"full","linkDestination":"none"}

ସେପଟେ ବିମାନ ବନ୍ଦର ସୁରକ୍ଷାରେ ନିୟୋଜିତ ସିଆଇଏସଏଫ ମଧ୍ୟ ଏକ ଟ୍ୱିଟ୍‌ କରି ଏଥିଲାଗି ଦୁଃଖ ପ୍ରକାଶ କରିବା ସହ କ୍ଷମାଯାଚନା କରିଛନ୍ତି। ଏହା ବିମାନ ବନ୍ଦରରେ ସୁରକ୍ଷା ପ୍ରୋଟକଲ ଓ ସମସ୍ତଙ୍କୁ ଏହି ବ୍ୟବସ୍ଥା ଦେଇ ଯିବାକୁ ପଡିଥାଏ। ତେବେ ବିଶେଷ କ୍ଷେତ୍ରରେ ଏଥିପ୍ରତି ଏଣିକି ଦୃଷ୍ଟି ଦିଆଯିବ ବୋଲି ସିଆଇଏସଏଫ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.