୨୦୨୦-୨୧ ବର୍ଷ ଲାଗି ହ୍ରାସ ହେଲା ICSE ଓ ISC ସିଲାବସ୍, ଜାଣନ୍ତୁ CISCE ଙ୍କ ନିଷ୍ପତ୍ତି

Published By : Prameya-News7 Bureau | July 04, 2020 IST

ନୂଆଦିଲ୍ଲୀ ୪।୭: କରୋନା ଭାଇରସ୍ ସଂକ୍ରମଣ ଯୋଗୁ ସାରା ଦେଶ ଏବେ ଲକଡାଉନ୍‌ରେ। ଏଣୁ ସ୍କୁଲ ଓ କଲେଜ୍‌ ବନ୍ଦ ଥିବା ବେଳେ ପିଲାଙ୍କ ପାଠପଢା ମଧ୍ୟ ପ୍ରଭାବିତ ହୋଇଛି। ଏଣୁ ୨୦୨୦-୨୧ ଶିକ୍ଷାବର୍ଷରେ ଆଇସିଏସଇ ଓ ଆଇଏସସି ବୋର୍ଡ ପରୀକ୍ଷା ଲାଗି କାଉନସିଲ ଫର ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକଜାମିନେସନ ( ସିଆଇଏସସିଇ) ସିଲାବସ ହ୍ରାସ କରିଛନ୍ତି। ଏ ନେଇ ଜୁଲାଇ ୩ ତାରିଖରେ ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପରି,ଦର ସାଧାରଣ ସମ୍ପାଦକ ଗ୍ୟାରି ଆର୍ଥୁନ୍ ଏକ ସର୍କୁଲାର ଜାରି କରିଛନ୍ତି।

{"id":295893,"sizeSlug":"large"}

ଆର୍ଥୁନ କହିଛନ୍ତି ଯେ ସ୍କୁଲ ବନ୍ଦ ରହିବା ଛାତ୍ରଛାତ୍ରୀଙ୍କ ପାଠପଢାରେ ଗଭୀର ବାଧା ସୃଷ୍ଟି କରିଛି। ତେବେ ସ୍କୁଲମାନେ ଅନଲାଇନ୍‌ ଜରିଆରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବାକୁ ଉଦ୍ୟମ କରୁଛନ୍ତି। ହେଲେବି ଛାତ୍ରଛାତ୍ରୀଙ୍କ  ପାଠପଢା କ୍ଷତିଗ୍ରସ୍ତ ହେଉଛି। ଏଣୁ ସିଆଇଏସସିଇ ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ପରୀକ୍ଷାରେ ସିଲାବସ୍ କମ୍‌ କରବାକୁ ନିଷ୍ପତ୍ତି ନେଇଛନ୍ତି। ପରିଷଦଙ୍କ ନିଷ୍ପତ୍ତି ସିଆଇଏସସିଇ ଡଟ୍ ଓଆରଜିରେ ପ୍ରକାଶିତ ହୋଇଛି।

{"id":295895,"sizeSlug":"large"}

ସିଆଇଏସସିଇ ଜାରି କରିଥିବା ସିଲାବସ୍‌ ଅନୁସାରେ ଏବେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ଲାଗି ସ୍କୁଲ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ସିଲାବସ ଶେଷ ହୋଇ ପାରିବା ସହ ପରୀକ୍ଷା ଦେବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.