କରୋନା ଚିକିତ୍ସା ପାଇଁ ସିପ୍ଲା ଲଞ୍ଚ୍ କଲା ସିପ୍ଲେଞ୍ଜା ଟାବଲେଟ୍, ଦାମ୍ ମାତ୍ର ୬୮ ଟଙ୍କା

Published By : Prameya-News7 Bureau | July 24, 2020 IST

ନୂଆଦିଲ୍ଲୀ, ୨୪|୦୭:  ଫାର୍ମାସ୍ୟୁଟିକାଲ କମ୍ପାନୀ ସିପ୍ଲା ଲିମିଟେଡ୍ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସିପ୍ଲେଞ୍ଜା ବ୍ରାଣ୍ଡରେ ଫାବିପିରାବିର୍ ଲଞ୍ଚ୍ କରିବାକୁ ଘୋଷଣା କରିଛି । ଏଥିପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ ଅଫ୍ ଇଣ୍ଡିଆର ଅନୁମତି ମିଳିସାରିଛି ।

କମ୍ପାନୀ କହିଛି ଯେ, କରୋନାକୁ ନଜରରେ ରଖି ଚାହିଦା ଦୃଷ୍ଟିକୋଣରୁ ଅଗଷ୍ଟ ପ୍ରଥମ ସପ୍ତାହରେ ସିପ୍ଲେଞ୍ଜା ଳଞ୍ଚ୍ କରାଯିବ । ପ୍ରତ୍ୟେକ ଟାବଲେଟ୍‌ର ଦାମ୍ ହେଉଛି ୬୮ ଟଙ୍କା । କମ୍ପାନୀ ନିଜ ଓ୍ୱେବସାଇଟରେ କହିଛି ଯେ, ଔଷଧର ଉଚିତ ବିତରଣକୁ ସୁନିଶ୍ଚିତ କରିବା ପାଇଁ ଏହା ବିଭିନ୍ନ ମେଡିକାଲରେ ମିଳିବ । ଯେଉଁ ସବୁ ସ୍ଥାନରେ କରୋନା ମାମଲା ଅଧିକ ରହିଛି ସେହି ସବୁ ଅଞ୍ଚଳକୁ ପ୍ରାଥମିକତା ଦିଆଯିବ ।

ଏହି ଔଷଧକୁ ସିପ୍ଲା ଓ ସିଏସଆଇଆର-ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲୋଜିର ମିଳିତ ଉଦ୍ୟମରେ ବିକଶିତ କରାଯାଇଛି । ସିଏସଆଇଆର ଆଇଆଇସିଟି ଫାବିପିରାବିର ପାଇଁ ସୁବିଧାଜନକ ଓ ପ୍ରଭାବୀ ସିନ୍ଥେଟିକ୍ ପ୍ରକ୍ରିୟାକୁ ସଫଳତାପୂର୍ବକ ବିକଶିତ କରିଛି । ଔଷଧର ସମସ୍ତ ପ୍ରକ୍ରିୟା ଓ ସକ୍ରିୟ ଫାର୍ମାସ୍ୟୁଟିକାଲକୁ ସିପ୍ଲାକୁ ଟ୍ରାନ୍ସଫର କରାଯାଇଛି ଓ ଅଧିକ ଔଷଧ ନିର୍ମାଣ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.