ସିପ୍‌ଲା କରୋନା ଔଷଧ ରେମଡେସିଭିରର ଦାମ୍ ୫ ହଜାରରୁ କମ୍, ସଫଳତା ନେଇ କମ୍ପାନୀ ନିଶ୍ଚିତ

Published By : Prameya-News7 Bureau | June 24, 2020 IST

ବେଙ୍ଗାଲୁରୁ ୨୪।୬: ଭାରତୀୟ ଔଷଧ ଉତ୍ପାଦନକାରୀ ସିପଲା ଲିମିଟେଡ୍ ଏବଂ ଆମେରିକାର ଔଷଧ ଉତ୍ପାଦନକାରୀ ଗିଲିଆଡ୍ ସାଇନ୍ସେସ୍ ର ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭିର ମୂଲ୍ୟ ୫ ହଜାରରୁ କମ୍ ରହିବ । ଯାହା କୋଭିଡ୍-୧୯ ମହାମାରୀର ଚିକିତ୍ସାରେ ପ୍ରଭାବଶାଳୀ ହେବ । ବାସ୍ତବରେ, ସିପଲା ଏବଂ ହେଟେରୋ ଲ୍ୟାବ୍ସକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ରୁ କୋଭିଡ୍-୧୯ ଡ୍ରଗ୍ ଆରମ୍ଭ କରିବାକୁ ଅନୁମତି ମିଳିଛି । ଏହାପରେ ସିପଲା CIPREMI ନାମରେ କରୋନା ଔଷଧ ଲଞ୍ଚ କରିଛି । ସୂଚନାଯୋଗ୍ୟ ଯେ ଗତ ମାସରେ ଗିଲିଆଡ୍ ସାଇନ୍ସେସ୍ ରିମେଡେସଭିର ଉତ୍ପାଦନ ଏବଂ ମାର୍କେଟିଂ ପାଇଁ ସିପ୍ଲାକୁ ଅଣ-ସ୍ବତନ୍ତ୍ର ଅନୁମୋଦନ ଦେଇଥିଲା । ଏହାପୂର୍ବରୁ, ଆମେରିକାର FDA ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (EUA) ଅଧୀନରେ କରୋନା ଚିକିତ୍ସା ପାଇଁ ରେମଡେସିଭିର ବ୍ୟବହାର କରିବାକୁ ଗିଲିଆଡ୍ ସାଇନ୍ସକୁ ଅନୁମୋଦନ ଦିଆଯାଇଛି ।

କୋଭିଡ-୧୯ର ଚିକିତ୍ସା ପାଇଁ ସିପଲା ଏବଂ ହେଟେରୋ ଜେନେରିକ ଔଷଧ ଲଞ୍ଚ କରିଛନ୍ତି । ସିପଲା ବ୍ୟତୀତ, ହେଟେରୋ ୫ ହଜାରରୁ ୬ ହଜାର ମଧ୍ୟରେ ୧୦୦ ମିଗ୍ରା ଡୋଜର ମୂଲ୍ୟ ମଧ୍ୟ ଦେଇପାରେ । ଆସନ୍ତୁ ଜାଣିବା ଯେ ବାଂଲାଦେଶର ସବୁଠୁ ବଡ ଔଷଧ ନିର୍ମାତା ବେକ୍ସିମୋ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ପ୍ରଥମେ ମେ ମାସରେ ରେମଡେସିଭିରର ଏକ ଜେନେରିକ୍ ସଂସ୍କରଣ ଲଞ୍ଚ କରିଥିଲା । କମ୍ପାନୀ ଔଷଧର ମୂଲ୍ୟ ୫ ୬ହଜାର ଟଙ୍କା ମଧ୍ୟରେ ରଖିଛି । ଡାକ୍ତରଙ୍କ ତତ୍ତିବାବଧାନରେ ରେମଡେସିଭିର ଶିରା ଭିତରେ ଇଞ୍ଜେକ୍ସନ ଦିଆଯାଏ । ଏହା ହେଉଛି ପ୍ରଥମ ଔଷଧ, ଯାହା ପରୀକ୍ଷଣ ସମୟରେ କରୋନା ରୋଗୀଙ୍କ ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ଦେଖାଇଛି ।

ଆମେରିକା, ଭାରତ ଏବଂ ଦକ୍ଷିଣ କୋରିଆରେ ସଂକ୍ରମଣର ଗୁରୁତର ରୋଗୀଙ୍କ ଚିକିତ୍ସାରେ ରେମଡେସିଭିର ବ୍ୟବହାରକୁ ଅନୁମତି ଦିଆଯାଇଛି । ଏଥି ସହିତ ଜାପାନରେ ଏହାର ସମ୍ପୂର୍ଣ୍ଣ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଛି । ତେବେ ଚିକିତ୍ସା ପାଇଁ ବଜାରରେ CIPREMI କେବେ ଉପଲବ୍ଧ ହେବ ତାହା ସିପଲା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ । ଆମେରିକାରେ ରେମଡେସିଭିର ମୂଲ୍ୟ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ସୋମବାର ଗିଲିୟଡ୍ କହିଛନ୍ତି ଯେ ବର୍ଷ ଶେଷ ସୁଦ୍ଧା ରେମଡେସିଭିର ୨ କୋଟିରୁ ଅଧିକ କରୋନା ରୋଗୀଙ୍କୁ ଯୋଗାଇ ଦିଆଯିବ। ଆମେରିକା, ୟୁରୋପ ଏବଂ ଏସିଆର ୬୦ଟି କେନ୍ଦ୍ରରେ ୧୦୬୩ ରୋଗୀଙ୍କ ଉପରେ ରେମଡେସିଭିରର ପରୀକ୍ଷା କରାଯାଇଥିଲା । ଏହି ଔଷଧ ପରୀକ୍ଷଣରେ ଭଲ ଫଳପ୍ରଦ ହୋଇଛି । ରେମଡେସିଭିର ଦିଆଯାଇଥିବା ରୋଗୀମାନଙ୍କର ମୃତ୍ୟୁ ହାର ୭.୧ ପ୍ରତିଶତ ଥିଲା ।

ଫାର୍ମାସ୍ୟୁଟିକାଲ୍ ମାର୍କେଟର ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ, ୨୦୨୦ ରୁ ୨୦୨୧ ମଧ୍ୟରେ ରେମଡେସିଭିରର ବିକ୍ରି ୨ ରୁ ୩ ବିଲିୟନ ଡଲାର ମଧ୍ୟରେ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.