କରୋନା ଔଷଧ ଅଭିଯାନରେ ଆଗରେ ଭାରତ : ସିପଲା ଲିମିଟେଡ ତିଆରି କଲା ତୃତୀୟ ଔଷଧ
22/06/2020 at 10:13 AM

ନୂଆଦିଲ୍ଲୀ ୨୨/୬: ଭାରତୀୟ କମ୍ପାନୀ କରୋନାର ଚିକିତ୍ସା ପାଇଁ ଲଗାତାର ଔଷଧ ପ୍ରସ୍ତୁତ କରିବା ପାଇଁ ଆଗକୁ ବଢ଼ୁଛନ୍ତି। ଭାରତର ପ୍ରମୁଖ ଔଷଧ କମ୍ପାନୀ ସିପଲା ଲିମିଟେଡ ରେମଡିସିଭରର ଜେନେରିକ୍ ସଂସ୍କରଣ ସିପ୍ରେମି ଆରମ୍ଭ କରିଛି,ଯାହାକୁ ଆମେରିକୀୟ ଔଷଧ ନିୟାମକ କରୋନା ରୋଗୀଙ୍କୁ ଜରୁରୀକାଳୀନ ସ୍ଥିତିରେ ଦେବାକୁ ସ୍ବୀକୃତି ଦେଇଛି। ସିପଲା ଭାରତର ତୃତୀୟ ଔଷଧ କମ୍ପାନୀ,ଯିଏ କରୋନାର ଔଷଧ ଲଞ୍ଚ୍ କରିଛନ୍ତି। ଏହା ପୂର୍ବରୁ ହେଟରୋ ଲାବ୍ସ ଏବଂ ଗ୍ଲେନମାର୍କ ଫାର୍ମା ଭାରତରେ କରୋନା ଔଷଧ ଲଞ୍ଚ କରିଛନ୍ତି। ଗ୍ଲେନମାର୍କ ଫାର୍ମାର ଔଷଧକୁ ଶୁକ୍ରବାର ମଞ୍ଜୁରୀ ମିଳିଛି। ଏହାର ଗୋଟିଏ ଟ୍ୟାବଲେଟ୍ ୧୦୩ଟଙ୍କା।
ଆମେରିକୀୟ ଔଷଧ ନିୟାମକ କରୋନା ରୋଗୀଙ୍କ ଚିକିତ୍ସା କରିବା ପାଇଁ ଗିଲିୟଡ ସାଇନ୍ସେସକୁ ରେମଡିସିଭରର ଜରୁରୀକାଳୀନ ବ୍ୟବହାର ପାଇଁ ଜରୁରୀକାଳୀନ ଉପଯୋଗ ଅନୁମୋଦନ ଦେଇଛି। ଗିଲିୟଡ ସାଇନ୍ସେସ ମେ ମାସରେ ସିପଲା ସହ ରେମଡିସିଭରର ବିନିର୍ମାଣ ଏବଂ ବିପଣନ ପାଇଁ ଏକ ଅଣ-ବିଶେଷ ଲାଇସେନ୍ସ ଚୁକ୍ତି କରିଥିଲା।
ସିପଲା କହିଛି ଯେ ତାକୁ ଭାରତୀୟ ଔଷଧ ମହାନିୟନ୍ତ୍ରକ ଏହି ଔଷଧର ଜରୁରୀକାଳୀନ ସ୍ଥିତିରେ ସୀମିତ ଉପଯୋଗର ମଞ୍ଜୁରୀ ମିଳିଯାଇଛି। କମ୍ପାନୀ ଏକ ବୟାନରେ କହିଛି ଯେ ସିପଲା ଔଷଧ ବ୍ୟବହାର ପାଇଁ ପ୍ରଶିକ୍ଷଣ ଦିଆଯିବ ରୋଗୀଙ୍କ ସହମତିର ଦସ୍ତାବିଜର ଯାଞ୍ଚ କରାଯିବ ତଥା ବିପଣନ ପରେ ପୂରା ନଜର ରଖାଯିବା ସହ ଭାରତୀୟ ରୋଗୀଙ୍କ ଚତୁର୍ଥ ପର୍ଯ୍ୟାୟର କ୍ଲିନିକାଲ୍ ଟେଷ୍ଟ୍ କରାଯିବ। କମ୍ପାନୀ କହିଛି ଯେ ଏହି ଔଷଧର ଯୋଗାଣ ସରକାର ଏବଂ ଖୋଲା ବଜାର ଜରିଆରେ କରାଯିବ।