ସିନେମା ସୂର୍ଯ୍ୟବଂଶମରେ ଅମିତାଭଙ୍କ ବିପକ୍ଷରେ ଅଭିନୟ କରିଥିବା ଅଭିନେତ୍ରୀଙ୍କର କେମିତି ହେଲା ଅକାଳମୃତ୍ୟୁ , ଆସନ୍ତୁ ଜାଣିବା
9/12/2018 at 10:19 PM

ଚଳଚ୍ଚିତ୍ର ଜଗତରେ ଏଭଳି କିଛି କଳାକାର ଥାନ୍ତି,ଯେଉଁମାନେ ନିଜର ସଫଳତାକୁ ଏତେ ଶୀର୍ଷରେ ପହଂଚାଇଥାନ୍ତି ସେମାନଙ୍କୁ ଦୁନିଆ ସବୁବେଳେ ଝୁରି ହେଉଥାଏ ।ଅନେକ ସମୟରେ ଅନେକ ଲୋକପ୍ରିୟ କଳାକାରଙ୍କର ଅକାଳମୃତ୍ୟୁ ଘଟିଯାଏ ,ତାଂକ ଅବର୍ତ୍ତମାନରେ ଦୁନିଆ ସବୁବେଳେ ଝୁରି ହେଉଥାଏ ।ସେଭଳି ଜଣେ ଅଭିନେତ୍ରୀଙ୍କ ବାବଦରେ କଥାହେବା ଯିଏ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଯାହାଙ୍କ ପାଇଁ କେବଳ ହିନ୍ଦୀ ଇଣ୍ଡଷ୍ଟ୍ରୀ କାହିଁକି ତେଲୁଗୁ ,ତାମିଲ ଇଣ୍ଡଷ୍ଟ୍ରୀ ବି ଆଜିଦିନ ଯାଏଁ ଝୁରି ହେଉଛି ।

ଆପଣମାନେ ଦେଖିଥିବେ ନିଶ୍ଚୟ ଅମିତାଭ ବଚ୍ଚନଙ୍କ ହିନ୍ଦୀ ସିନେମା ସୂର୍ଯ୍ୟବଂଶମ । ମନେପକାନ୍ତୁ ସେଥିରେ ଅମିତାଭବଚ୍ଚନଙ୍କ ପତ୍ନୀ ଭୂମିକା ତୁଲାଇଥିବା ଅଭିନେତ୍ରୀଂକୁ । ହଁ , ମନେପଡ଼ିଲା ତ ଏଥର ।
ଆମେ ସେଇ ଅଭିନେତ୍ରୀ ଜଣକ କଥା ହିଁ କହୁଛୁ ।
ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ସୌନ୍ଦର୍ଯ୍ୟା ରଘୁ । ଯିଏ ୧୮ ଜୁଲାଇ ୧୯୭୨ରେ କର୍ଣ୍ଣାଟକରେ ଜନ୍ମ ଗ୍ରହଣ କରିଥିଲେ । ସେ କେବଳ ହିନ୍ଦୀ କାହିଁକି କନ୍ନଡ଼, ମାଲାୟାଲାମ, ତେଲୁଗୁରେ ମଧ୍ୟ ସୁପରଷ୍ଟାର ଭାବେ ନିଜର ଖ୍ୟାତି ଅର୍ଜନ କରିଛନ୍ତି । ସେ ୨୦୦୨ ମସିହାରେ କନ୍ନଡ଼ ସିନେମା ଦୀପା ପାଇଁ ରାଷ୍ଟ୍ରୀୟ ପୁରସ୍କାର ପାଇଥିଲେ । ତାଙ୍କର ସୁନ୍ଦର ଅଭିନୟ ପାଇଁ ସମ୍ମାନଜନକ ଫିଲ୍ମ ଫେୟାର ଆଓ୍ଵାର୍ଡ଼ ଓ ନନ୍ଦୀ ପୁରସ୍କାର ମଧ୍ୟ ପାଇଥିଲେ । ୨୦୦୪ ମସିହା ଜୁଲାଇ ୧୭ ସକାଳେ ଘଟିଥିଲା ଏହି ଘଟଣା । ସୌନ୍ଦର୍ଯ୍ୟା ବିଜେପିର ନିର୍ବାଚନ ପ୍ରଚାର ପାଇଁ କରିମନଗର ଯାଉଥିବା ବେଳେ ବିମାନ ଦୁର୍ଘଟଣା ଘଟିଥିଲା । ସେଥିରେ ସେ ମୃତ୍ୟୁବର