ଆଜିଠୁ ୫୦% ଦର୍ଶକଙ୍କୁ ନେଇ ଖୋଲିବ ସିନେମା ହଲ୍, ମାସ୍କ-ଗ୍ଲୋବସ ପିନ୍ଧିବା ବାଧ୍ୟତାମୂଳକ

Published By : Prameya-News7 Bureau | January 08, 2021 IST

ଭୁବନେଶ୍ବର ୮।୧: ଧିରେ ଧିରେ ସ୍ବାଭାବିକ ହେଉଛି ସିଟି ଲାଇଫ୍ । ଆଜିଠୁ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବ ସିନେମା ହଲ୍ । ତେଣୁ ସିନେମା ହଲ୍ ଖୋଲିବାକୁ ସଜବାଜ ହେଉଛନ୍ତି ହଲ୍ ମାଲିକ । ହଲ୍ ଗୁଡିକୁ ସାନିଟାଇଜ୍ କରାଯାଇଛି । ଯେଉଁମାନେ ସିନେମା ଦେଖିବାକୁ ହଲ୍ କୁ ଯିବେ ସେମାନେ ଟିକେଟ୍ କାଉଣ୍ଟରେ ଫୋନ୍ ନମ୍ବର ଦେଲେ ସେହି ନମ୍ବରକୁ ସିନେମା ଟିକେଟ୍ ଆସିବ ।

ଦର୍ଶକମାନେ ହଲ୍ ଏଣ୍ଟ୍ରି କରିବା ପୂର୍ବରୁ ଥର୍ମାଲ ସ୍କାନିଂ ସହ ମାସ୍କ ସାନିଟାଇସେନ୍ ଗ୍ଲୋବସ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମୋଟ୍ ୫୦ ପ୍ରତିଶତ ହିସାବରେ ପ୍ରତ୍ୟେକ ସିଟ୍ ରୁ ଗୋଟିଏ ଲେଖାଁଏ ସିଟ୍ ଛାଡି ଦର୍ଶକମାନେ ସିନେମା ହଲରେ ବସିପାରିବେ । ତେବେ ହଲ୍ ଖୋଲୁଥିବାରୁ ରାଜଧାନୀବାସୀଙ୍କ ମନରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି ।

ସେହିପରି ଗତକାଲିଠୁ ଟ୍ବିନିସିଟିର ହୋଟେଲ ରେଷ୍ଟୁରାଣ୍ଟ ଓ କ୍ଲବରେ ବାର୍ ଏବଂ ବିୟର ପାର୍ଲର ଖୋଲିସାରିଛି । ତେବେ ସବୁଠି କୋଭିଡ୍ ନିୟମ ପାଳନକୁ କଡାକଡି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.