ସୋମବାର ଖୋଲିବ ରେଷ୍ଟୁରାଣ୍ଟ, ହୋଟେଲ ଓ ମଲ୍, ଜାଣନ୍ତୁ ୧୦ ନୂଆ ନିୟମ

Published By : Prameya-News7 Bureau | June 06, 2020 IST

ନୂଆଦିଲ୍ଲୀ ୬।୬: ଦୀର୍ଘ ୨ ମାସର କରୋନା ଲକଡାଉନ୍‌ ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ଅନ୍ୟକ୍ଷେତ୍ର ଭଳି ହୋଟେଲ, ରେଷ୍ଟୁରାଣ୍ଟ ଓ ସପିଙ୍ଗ ମଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ଠାରୁ ନିୟମ କୋହଳ କରିବା ଲାଗି ମନ୍ତ୍ରାଳୟ ନିଷ୍ପତ୍ତି ନେଇଥିବା ବେଳେ କରୋନା ସମୟରେ ଆବଶ୍ୟକ ସତର୍କତା ପୂର୍ବକ ଏହି ସବୁ କ୍ଷେତ୍ରକୁ କାରବାର ଲାଗି ଅନୁମତି ପ୍ରଦାନ କରାଯିବ।  ଲକଡାଉନ୍ ପ୍ରଥମ ଦିନରୁ ହୋଟେଲ, ରେଷ୍ଟୁରାଣ୍ଟ ଓ ମଲ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଦୀର୍ଘ ସମୟର ବନ୍ଦ ପରେ ପୁଣି ଥରେ ବ୍ୟବସାୟ ଆରମ୍ଭ ହେବାକୁ ଯାଉଥିବା ବେଳେ ସରକାର ଏଥିଲାଗି ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଜିୟର (ଏସଓପି) ଜାରି କରିଛନ୍ତି। ତେବେ ଏଥିଲାଗି କଣ ରହିବ ନୀତି ନିୟମ ଆସନ୍ତୁ ଜାଣିବା।

{"id":282015,"sizeSlug":"large"}

ପ୍ରଥମତଃ ଏଭଳି ସବୁ ସ୍ଥାନରେ ହାଇଜିନ ଓ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କଡାକଡି ରହିବ। ସେହିପରି ଥଣ୍ଡା, କାଶ, ଛିଙ୍କ ଓ ସର୍ଦ୍ଦିର ଲକ୍ଷଣ ନଥିବା ଲୋକଙ୍କୁ କେବଳ ଏହି ସବୁ ସ୍ଥାନକୁ ପ୍ରବେଶ ଅନୁମତି ଦେବାକୁ କୁହାଯାଇଛି। ସଂସ୍ଥାର ସମସ୍ତ କର୍ମଚାରୀ, ଗ୍ରାହକଙ୍କ ଲାଗି ଫେସ ମାସ୍କ ପିନ୍ଧିବା ଅନିବାର୍ଯ୍ୟ ଓ ଯେତେସମୟ ସେମାନେ ଏହି ସବୁ ସ୍ଥାନରେ ରହିବେ ସେତେସମୟ ମୁହଁରୁ ମାସ୍କ କାଢିବେ ନାହିଁ।

{"id":282016,"width":581,"height":482,"sizeSlug":"large"}

ଏଭଳି ବ୍ୟବସାୟୀକ ସ୍ଥାନମାନଙ୍କରେ ଲୋକଙ୍କୁ ସଚେତନ କରିବା ଲାଗି କୋଭିଡ-୧୯ ପ୍ରତିଷେଧକ ସମ୍ପର୍କିତ ସ୍ପଷ୍ଟ ଦୃଷ୍ୟମାନ ହେଉଥିବା ବଡବଡ ପୋଷ୍ଟର, ଅଡିଓ ଭିଡିଓ ପ୍ରଦର୍ଶନର  ବ୍ୟବସ୍ଥା ନିଶ୍ଚିତ କରିବେ। ବ୍ୟବସାୟୀକ ସ୍ଥଳରେ ଲୋକଙ୍କ ସାମାଜିକ ଦୂରତା ନିରୀକ୍ଷଣ ଲାଗି ଅଧିକ କର୍ମଚାରୀଙ୍କ ନିଯୁକ୍ତି ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି। ସେହିପରି କୋଭିଡ-୧୯ ଲାଗି ସମ୍ବେଦନଶୀଳ ବୟସ୍କ କର୍ମଚାରୀ, ଗର୍ଭବତୀ, ଅସୁସ୍ଥ କର୍ମଚାରୀଙ୍କୁ ଏହି ସମୟରେ କାର୍ଯ୍ୟସ୍ଥଳରୁ ଦୂରେଇ ରଖିବାକୁ ମଧ୍ୟ କୁହାଯାଇଛି। ଯଦି ବି ଏମାନଙ୍କୁ କାର୍ଯ୍ୟରେ ନିୟୋଜିତ ରଖା ଯାଏ ସେମାନଙ୍କୁ ଫ୍ରଣ୍ଟଲାଇନରେ କାମ ନ କରାଇବାକୁ ପରାମର୍ଶ ଦିଆଯାଇଛି।

{"id":282017,"sizeSlug":"large"}

ପାର୍କିଂ ଓ ପରିସରରେ ଯେପରି ସାମାଜିକ ଦୂରତାର ସଠିକ ପାଳନ ହୁଏ ତାହା ମଧ୍ୟ  ଧ୍ୟାନରେ ରଖିବାକୁ ମାର୍ଗଦର୍ଶନରେ ପରାମର୍ଶ ଦିଆଯାଇଛି। ଏହି ସବୁ ସ୍ଥାନରେ ଅଧିକ କର୍ମଚାରୀଙ୍କ ନିୟୋଜନ ଲାଗି ମଧ୍ୟ କୁହାଯାଇଛି। ସେହିପରି ଏପରି ବ୍ୟବସାୟୀକ ସ୍ଥଳରେ ଗ୍ରାହକଙ୍କ ଆଗମନ ନିୟନ୍ତ୍ରଣ ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି। ରେଷ୍ଟୁରାଣ୍ଟ, ହୋଟେଲ ଓ ମଲକୁ ଯେପରି ଏକକାଳୀନ ଅଧିକ ସଂଖ୍ୟକ ଲୋକେ ପ୍ରବେଶ ନ କରନ୍ତି ସେଥିପ୍ରତି ପରିଚାଳନା କର୍ତ୍ତୃପକ୍ଷ ଧ୍ୟାନ ଦେବେ। ଏହି ସବୁ ସ୍ଥଳରେ ଯେତେ କମ୍ ସଂଖ୍ୟକ ଗ୍ରାହକ ଯେତେଶୀଘ୍ର ସେମାନଙ୍କ କାରବାର ସାରି ଫେରିବେ ସେଥିପ୍ରତି କର୍ତ୍ତୃପକ୍ଷ ଧ୍ୟାନ ଦେବା ସହ ଗ୍ରାହକଙ୍କ ପ୍ରବେଶ ଓ ପ୍ରସ୍ଥାନ ମାର୍ଗ ପୃଥକ କରିବେ।

{"id":282018,"width":577,"height":325,"sizeSlug":"large"}

ଏଭଳି ବ୍ୟବସାୟୀକ ସ୍ଥଳରେ ବାୟୁଚଳାଚଳର ଉପଯୁକ୍ତ ବ୍ୟବସ୍ଥା ଥିବା ଆବଶ୍ୟକ। ଯଦି ବାତାନୁକୂଳିତ ଯନ୍ତ୍ର ଦ୍ୱାରା ଭେଣ୍ଟିଲେସନ ହେଉଥାଏ ଏଭଳି ଯନ୍ତ୍ରର ତାପମାତ୍ରା ୨୪ରୁ ୩୦ ଡିଗ୍ରିରେ ସେଟ୍ କରିବାକୁ କୁହାଯାଇଛି। ଫୁଡକୋର୍ଟ ଓ ରେଷ୍ଟୁରାଣ୍ଟରେ କ୍ଷମତାର ୫୦ ପ୍ରତିଶତରୁ ଅଧିକ ଗ୍ରାହକଙ୍କୁ ଅନୁମତି ଦିଆନଯିବା, ବସିବା ବ୍ୟବସ୍ଥାରେ ଆବଶ୍ୟକ ଶାରୀରିକ ଦୂରତା ପାଳନ, କର୍ମଚାରୀ ଏବଂ ୱେଟରଙ୍କ ମାସ୍କ, ଗ୍ଲୋବସ୍ ପିନ୍ଧିବା ବାଧ୍ୟତା ମୂଳକ କରିବା ଲାଗି ପରାମର୍ଶ ଦିଆଯାଇଛି। ବିଲ ପୈଠ ବେଳେ ଗ୍ରାହକଙ୍କ ମଧ୍ୟରେ ସଠିକ ଦୂରତା ସାଙ୍ଗକୁ କଣ୍ଟାକ୍ଟଲେସ୍ ପେମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି।

{"id":282020,"sizeSlug":"large"}

ତେବେ ଏହି ସବୁ ବ୍ୟବସାୟୀକ ସ୍ଥଳରେ ଥିବା ଗେମିଂ ଆର୍କେଡ, ପିଲାଙ୍କ ଖେଳିବା ଅଞ୍ଚଳ, ସପିଙ୍ଗ କମ୍ପ୍ଲେକ୍ସରେ ଥିବା ସିନେମା ହଲ ଆଦି ବନ୍ଦ ରହିବ। ଏହା ସତ୍ତ୍ୱେ ଯଦି ବ୍ୟବସାୟୀକ ଅଞ୍ଚଳରେ କୌଣସି ବ୍ୟକ୍ତି ଅସୁସ୍ଥ ହୁଅନ୍ତି ତେବେ ସେ ସ୍ଥାନକୁ ଖାଲି କରିଦିଆଯିବ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧାଇ ଓ ଘୋଡାଇ ହସ୍ପିଟାଲ ପଠାଯିବା ସହ ସେ ଅଞ୍ଚଳକୁ ଖାଲି ରଖାଯିବ। ଯଦି ବ୍ୟକ୍ତି ସଂକ୍ରମିତ ସ୍ପଷ୍ଟ ହୁଏ ତେବେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶରେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.