ଏହି ରାଜ୍ୟରେ ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ୍, ଥିଏଟର୍ସ ଓ ମଲ୍‌ଟିପ୍ଲେକ୍ସ, ଆଡଭାଇଜରି ଜାରି

Published By : Prameya-News7 Bureau | October 13, 2020 IST

ଲକ୍ଷ୍ନୌ ୧୩।୧୦: କେନ୍ଦ୍ର ସରକାର ଅକ୍ଟୋବ ର ୧୫ରୁ ସିନେମା ହଲ ଓ ଥିଏଟର୍ସ ଖୋଲିବା ନେଇ ମାର୍ଗଦର୍ଶିକା ଜାରି କରି ସାରିଛି। ଏହା ମଧ୍ୟରେ ଉତ୍ତରପ୍ରଦେଶ ସରକାର ମଙ୍ଗଳବାର ଅକ୍ଟୋବର ୧୫ରୁ ସିନେମା ହଲ ଓ ମଲ୍‌ଟିପ୍ଲେକ୍ସ ଖୋଲିବା ନେଇ ମାର୍ଗଦର୍ଶିକା ଜରି କରିଛନ୍ତି।

ଉତ୍ତର ପ୍ରଦେଶର ମୁଖ୍ୟ ସଚିବ ରାଜେନ୍ଦ୍ର ତିଓ୍ଵାରୀ ଆଦେଶ ଜାରି କରି କହିଛନ୍ତି, ୫୦ ପ୍ରତିଶତ ଆସନ ସହିତ ଅକ୍ଟୋବର ୧୫ରୁ ସିନେମା ହଲ୍ ଓ ଥିୟଟର୍ସ ପୁଣି ଥରେ ଖୋଲିବାକୁ ମଞ୍ଜୁରୀ ଦିଆଯାଇଛି। ସେଥିପାଇଁ ସାମାଜିକ ଦୂରତ୍ଵ ଓ ଗୃହ ମନ୍ତ୍ରଣାଳୟ ମାର୍ଗଦର୍ଶିକା ସଂପୂର୍ଣ୍ଣ ପାଳନ ଜରୁରୀ। କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ସିନେମା ହଲ୍, ମଲ୍‌ଟିପ୍ଲେକ୍ସ ଓ ଥିଏଟର୍ସ ଖୋଲିବ।

ଉଲ୍ଲେଖଯୋଗ୍ୟ, ପିଭିଆର, ଆଇନକ୍ସ, ସିନେପୋଲିସ ଓ ମୁକ୍ତା ସିନେମାଜ ସହିତ ମଲ୍‌ଟିପ୍ଲେକ୍ସ ଚଲାଉଥିବା କମ୍ପାନୀ ୫୦ ପ୍ରତିଶତ କ୍ଷମତା ସହିତ ସଞ୍ଚାଳନ କରିବା ପାଇଁ ପ୍ରସ୍ତୁତ। ଏହା ପୂର୍ବରୁ ସିନେପୋଲିସ ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ ଦେବାଙ୍ଗ ସମ୍ପତ କହିଛନ୍ତି, ଆମେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସ୍ଵାଗତ କରୁଛୁ। ଆମର ୩୫୦ ସ୍କ୍ରିନ୍ ମଧ୍ୟରୁ ପ୍ରାୟ ୭୫ ପ୍ରତିଶତ ସ୍କିନ ଖୋଲିବାକୁ ଯାଉଛି।

ବର୍ତ୍ତମାନ ସିନେମା ହଲ୍‌ ଭିତରେ ସଫେଇ ଏବଂ ସାନିଟାଇଜ୍‌ କାମ ଜାରି ରହିଛି। ସିନେମା ହଲ୍‌ର ମ୍ୟାନେଜର କହିଛନ୍ତି, ଦର୍ଶକଙ୍କ ସ୍ଵାସ୍ଥ୍ୟର ସଂପୂର୍ଣ୍ଣ ଧ୍ୟାନ ଦିଆଯିବ। ଆମେ ଚାହୁଁଛୁ ଦର୍ଶକ ବିନା ଭୟରେ, ବିନା ଶଙ୍କାରେ ଫିଲ୍ମ ଦେଖିବାକୁ ଆସନ୍ତୁ। ସେମାନେ ପୂର୍ବ ପରି ପୁଣି ଥରେ ଫିଲ୍ମ ଉପଭୋଗ କରନ୍ତୁ। ତଥାପି ସେମାନଙ୍କୁ ମଧ୍ୟ ନିଜର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପଡିବ ଏବଂ ଜରୁରୀ ମାସ୍କ ଲଗାନ୍ତୁ।

ମ୍ୟାନେଜର କହିଛନ୍ତି, ସିନେମା ହଲ୍‌ରେ ବସିବା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ଏବେ ପ୍ରତି ସିଟ୍ ଛାଡି ଦର୍ଶକଙ୍କୁ ବସାଯିବ। ପ୍ରତି ସୋ ପରେ ସିନେମା ହଲ୍‌କୁ ପୁଣି ଥରେ ସାନିଟାଇଜ୍ କରାଯିବ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସଂକ୍ରମଣ ରୋକିବା ପାଇଁ ଜାରି ଗାଇଡ୍‌ଲାଇନ୍‌ର ପାଳନକୁ ଗମ୍ଭୀରତାର ସହ  ଲାଗୁ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.