Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

କାଲିଠୁ ଖୋଲିବ ସିନେମା ହଲ୍: ପିଭିଆର୍‌ରେ ଏମାନଙ୍କୁ ମିଳିବ ଫ୍ରି ଟିକେଟ୍

14/10/2020 at 4:58 PM

ମୁମ୍ବାଇ ୧୪/୧୦ : କରୋନା ମହାମାରୀ ଯୋଗୁଁ ଗତ ୭ ମାସ ହେଲା ଦେଶରେ ସିନେମା ହଲ୍ ବନ୍ଦ ରହିଥିଲା। ଅକ୍ଟୋବର ୧୫ ତାରିଖ ଗୁରୁବାର ଠାରୁ ସିନେମା ହଲ୍ ଖୋଲାଯିବ। ଏଥିପାଇଁ ସିନେମା ହଲ୍ ମାଲିକ ଓ ଦର୍ଶକଙ୍କୁ ସଚେତନ ରହିବାକୁ ପଡିବ। ପିଭିଆର ସିନେମା ହଲ୍ ଦର୍ଶକଙ୍କ ସ୍ୱାଗତ ପାଇଁ ଖାସ୍ ପ୍ରସ୍ତୁତି କରିଛି। କିଛି ଖାସ୍ ଲୋକଙ୍କୁ ଫ୍ରି ଟିକେଟ୍ ସୁବିଧା ସହ ସିନେମା ହ୍ଲ ଆସୁଥିବା ଦର୍ଶକଙ୍କ ସୁରକ୍ଷା ପାଇଁ ବିଶେଷ ପ୍ରସ୍ତୁତି କରାଯାଇଛି। ଏପରିକି ଖାଦ୍ୟପେୟ ଜିନିଷ ପାଇଁ ମଧ୍ୟ ସୁରକ୍ଷିତ ବ୍ୟବସ୍ଥା ଲାଗୁ କରାଯାଇଛି।

ପିଭିଆର ନିଜ କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ଫ୍ରି ଶୋ’ ଆୟୋଜନ କରିବ। ୱିକେଣ୍ଡ୍ କରୋନା ୱାରିୟରଙ୍କ ନାଁ ରଖାଯିବ। ଅର୍ଥାତ କରୋନା ୱାରିୟର୍ସଙ୍କୁ ମଧ୍ୟ ୱିକେଣ୍ଡରେ ଫ୍ରିରେ ଶୋ’ ଦେଖିବାକୁ ମିଳିବ। କରୋନା କାଳରେ ପ୍ରଥମଥର ସିନେମା ଘର ଖୋଲିବା ସହ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ବର୍ତ୍ତମାନ ସିନେମା ଘରମାନଙ୍କରେ ଡିଜିଟାଲ୍ ଟିକେଟ ବୁକିଂ ପ୍ରତି ଜୋର ଦିଆଯିବ। ବକ୍ସ ଅଫିସରେ କେବଳ ଗୋଟିଏ ହିଁ ଟିକେଟ୍ କାଉଣ୍ଟର୍ ଖୋଲାଯିବ। ସୁରକ୍ଷା ଦୃଷ୍ଟିରୁ ଯଦି କାହାକୁ ପିପିଇ କିଟ୍ କିଣିବାକୁ ଚାହିଁବେ ତାହେଲେ କାଉଣ୍ଟରରେ ଉପଲବ୍ଧ ହେବ। ଏଠାରେ ୩୦, ୫୦ ଓ ୧୦୦ ଟଙ୍କା ମୂଲ୍ୟର ପିପିଇ କିଟ୍ କିଣିପାରିବେ। ସିନେମା ଘରକୁ ପ୍ରବେଶ କରିବ ସମୟରେ ଦର୍ଶକଙ୍କ ତାପମାନ ଯାଞ୍ଚ କରାଯିବ। ଦର୍ଶକଙ୍କ ଫୋନରେ ଆରୋଗ୍ୟ ସେତୁ ଆପ ଅଛି ନା ନାହିଁ ତାହା ମଧ୍ୟ ଯାଞ୍ଚ କରାଯିବ। ସିନେମା ଘର ଭିତରେ ୫୦ ପ୍ରତିଶତ ସିଟ୍ ଅଧିଗ୍ରହଣ ନିୟମ ପାଳନ କରାଯିବ। ଏହି ନିୟମ ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଗୋଟିଏ ସିଟ୍ ଛାଡି ବସିବା ବ୍ୟବସ୍ଥା କରାଯିବ।

ଏହାସହ ଶୋ’ ପରେ ପୁରା ହଲକୁ ଡିପ୍ ସାନିଟାଇଜ୍ କରାଯିବ। ଖାଦ୍ୟପେୟ ପାଇଁ ଖାସ୍ ୟୁବି ଷ୍ଟେରିଲାଇଜେସନ୍ କ୍ୟାବିନେଟ୍‌ରେ ରଖାଯିବ ଏବଂ ଜିନିଷ ଷ୍ଟେରିଲାଇଜ୍ ହେବାପରେ ଗ୍ରାହକଙ୍କୁ ଦିଆଯିବ। ଏଠାରେ ପୂର୍ବରୁ ହିଁ ପ୍ୟାକ୍ଡ ଖାଦ୍ୟ ରଖାଯିବ। ସିନେମା ଘର କବାଟ ହ୍ୟାଣ୍ଡଲରେ ଆଣ୍ଟି ମାଇକ୍ରୋଵିୟୋଲ୍ ସିଟ୍ ଲଗାଯାଇଛି।

   Related Posts