Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଆସନ୍ତାକାଲିଠୁ ସାରା ଦେଶରେ ୧୦୦ ପ୍ରତିଶତ କ୍ଷମତା ସହ ଖୋଲିବ ସିନେମାହଲ୍, ଲାଗୁ ହେବ ନୂଆ ଏସଓପି

31/01/2021 at 12:41 PM

ନୂଆଦିଲ୍ଲୀ ୩୧/୦୧ : ସାରାଦେଶରେ ୧୦୦ ପ୍ରତିଶତ କ୍ଷମତ ସହ ସିନେମା ହଲ ଖୋଲିବାକୁ ଅନୁମତି ଦିଆଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କରୋନା ମହାମାରୀ ବିସ୍ତାର ରୋକିବାକୁ ସିନେମାହଲ ପାଇଁ ନୂଆ ଏସଓପି ଜାରି କରିଛନ୍ତି। ନୂଆ ଏସଓପି ଅନୁସାରେ ଫେବୃଆରୀ ୧ ତାରିଖରୁ ସାରା ଦେଶରେ ୧୦୦ ପ୍ରତିଶତ କ୍ଷମତା ସହ ସିନେମାହଲ ଖୋଲାଯାଇ ପାରିବ।

କରୋନା ମହାମାରୀ ଆରମ୍ଭ ସମୟରୁ ଗତ ମାର୍ଚ୍ଚ ମାସରୁ ସାରା ଦେଶରେ ସିନେମାହଲ, ଥିଏଟର, ମଲ୍ଟିପ୍ଲେକ୍ସ ଆଦି ବନ୍ଦ ରହିଥିଲା। ବର୍ତ୍ତମାନ ଏସଓପି ପାଳନ କରି ସିନେମାହଲ ଓ ମଲ୍ଟିପ୍ଲେକ୍ସରେ ବସିବା କ୍ଷମତା ୫୦ ପ୍ରତିଶତରୁ ବଢ଼ାଇ ୧୦୦ ପ୍ରତିଶତ କରିବାକୁ ଅନୁମତି ଦିଆଯାଇଛି। ରବିବାର ସନ୍ଧ୍ୟା ସୁଦ୍ଧା ବିସ୍ତୃତ ସୂଚନା ଜାରି କରାଯିବ। 

ପ୍ରକାଶ ଜାବଡେକର ଏ ସମ୍ବନ୍ଧରେ ସୂଚନା ଦେଇ କହିଛନ୍ତି ଯେ, ସିନେମାପ୍ରେମୀଙ୍କ ପାଇଁ ଖୁସି ଖବର। ଫେବୃଆରୀ ମାସରେ ୧୦୦ ପ୍ରତିଶତ କ୍ଷମତା ସହ ସିନେମାହଲ ଖୋଲିବ। ତେବେ ଅନଲାଇନ ବୁକିଂ ଉପରେ ଅଧିକ ଜୋର ଦିଆଯିବ। ତେବେ ଦୁଇଟି ଶୋ’ ମଧ୍ୟରେ ଅନ୍ତର ରଖାଯିବ ଯେପରି ଅଧିକ ଭିଡ ନ ହେବ। କରୋନା କଟକଣା ବର୍ତ୍ତମାନ ଶେଷ ହେବାରେ ଉପରେ। ଲୋକେ ଖାଇବା ସାମଗ୍ରୀ ନେଇ ସିନେମାହଲ ଭିତରକୁ ଯାଇପାରିବେ ବୋଲି ସେ କହିଛନ୍ତି।

ମନ୍ତ୍ରାଳୟ ଜାରି କରିଥିବା ଗାଇଡଲାଇନ ଯାହା ପାଳନ କରିବା ବାଧ୍ୟତାମୂଳକ

୧. ସଭା, ସାଧାରଣ କ୍ଷେତ୍ରରେ ଅତିକମରେ ୬ ଫୁଟ ଦୂରତା ଅନିବାର୍ଯ୍ୟ

୨. ସିନେମାହଲକୁ ଯାଉଥିବା ଦର୍ଶକ ମାସ୍କ ଲଗାଇବା ଅନିବାର୍ଯ୍ୟ

୩. ସିନେମାହଲର କମନ ଏରିଆ, ଏଣ୍ଟ୍ରି ଓ ଏକଜିଟ ସ୍ଥାନରେ ସାନିଟାଇଜର ରଖିବା ଅନିବାର୍ଯ୍ୟ

୪. ସାଧାରଣ ସ୍ଥାନରେ ଛେପ ପକାଇବା ବର୍ଜନ କରାଯାଇଛି

୫. ସିନେମାହଲ ଆସୁଥିବା ଦର୍ଶକ ମୋବାଇଲରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ଼ କରିବା ଅନିବାର୍ଯ୍ୟ

   Related Posts