ଏଣିକି ବିବାହ କାର୍ଯ୍ୟରେ ସାମିଲ ହୋଇପାରିବେ ୧୦୦ ଜଣ, ରାତି ୧୦ ଯାଏଁ ଖୋଲିପାରିବ ଦୋକାନ ବଜାର, ଅନ୍ତିମ ସଂସ୍କାର ପାଇଁ ୫୦ ଜଣଙ୍କୁ ଅନୁମତି

Published By : Prameya-News7 Bureau | July 13, 2021 IST

ଭୋପାଳ ୧୩/୦୭ : ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଅନଲକ୍‌ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ଆଉ ଏକ ବଡ ଘୋଷଣା କରିଛନ୍ତି ମଧ୍ୟ ପ୍ରଦେଶ ସରକାର । ରାଜ୍ୟରେ ଆଜି ଅର୍ଥାତ ମଙ୍ଗଳବାରଠାରୁ କରୋନା କଟକଣା କୋହଳ କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ନୂଆ ଗାଇଡଲାଇନ ଅନୁଯାୟୀ ଏଣିକି ବିବାହ ସମାରୋହରେ ୧୦୦ ଜଣ ଯୋଗ ରହିପାରିବେ । ଅନ୍ତିମ ସଂସ୍କାରରେ ୫୦ ଜଣ ସାମିଲ ହୋଇପାରିବେ । ଏହା ସହିତ ରାଜ୍ୟରେ ଥିବା ସିନେମା ହଲଗୁଡିକ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ । ରେଷ୍ଟୁରାଣ୍ଟ ଶତ ପ୍ରତିଶତ କ୍ଷମତା ସହିତ ସଞ୍ଚାଳିତ ହୋଇପାରିବ । ସାରା ରାଜ୍ୟରେ ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବା ନେଇ ନୂଆ ଗାଇଡଲାଇନ୍‌ରେ ଉଲ୍ଲେଖ ରହିଛି ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ କହିଛନ୍ତି, ‘ତୃତୀୟ ଲହର ଆସିବା ଆପାତତ୍ ସ୍ପଷ୍ଟ ହୋଇସାରିଛି । ବିଶେଷଜ୍ଞମାନେ ଏ ନେଇ ସ୍ପଷ୍ଟ କରିସାରିଛନ୍ତି । ତେଣୁ କରୋନା ପ୍ରୋଟୋକଲ ପାଳନ କରିବା ପାଇଁ ଲୋକମାନଙ୍କୁ ଅପିଲ କରାଯାଇଛି । ସଂକ୍ରମଣକୁ ଦୃଷ୍ଟି​ରେ ରଖି ଭୋପାଳ ଏବଂ ଇନ୍ଦୋର ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି ।  

ମଧ୍ୟ ପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେଉଁଥିରୁ ଭୋପାଳରୁ ୮ ଜଣ, ଇନ୍ଦୋରରୁ ୩ ଜଣ, ଜବଲପୁର ୨, ନୀମଚ, ସାଗର, ଶିବପୁରୀ ଏବଂ ସିଙ୍ଗରୋଲୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ୪୪ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ବି ସଂକ୍ରମଣ ମାମଲା ସାମ୍ନାକୁ ଆସିନାହିଁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.