ଅଗଷ୍ଟ ୧ରୁ ଖୋଲିବ ସିନେମା ହଲ୍ ! ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦେଲା ପରାମର୍ଶ

Published By : Prameya-News7 Bureau | July 25, 2020 IST

ନୂଆଦିଲ୍ଲୀ, ୨୫|୦୭: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଗଷ୍ଟରୁ ସିନେମା ହଲ୍ ପୁଣି ଥରେ ଖୋଲିବା ପାଇଁ ପରାମର୍ଶ ଦେଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଏପରି ପରାମର୍ଶ ଦିଆଯାଇଛି । ମନ୍ତ୍ରାଳୟର ସଚିବ ଅମିତ ଖରେ ଏହା ସିଆଇଆଇ ମିଡିଆ କମିଟିକୁ କହିଛନ୍ତି  । ସେ ଗୃହ ସଚିବ ଅଜୟ ଭଲ୍ଲାଙ୍କ ସହ ଏନେଇ ଆଲୋଚନା କରିଛନ୍ତି । ଗୃହ ମନ୍ତ୍ରାଳୟ ଏନେଇ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି ।

ଅମିତ କହିଛନ୍ତି ଯେ, ଅତି ଶୀଘ୍ର ଅର୍ଥାତ ଅଗଷ୍ଟ ୧ରୁ ଦେଶରେ ସିନେମା ହଲ୍ ଖୋଲିବା ପାଇଁ ଅନୁମତି ମିଳୁ । ଅଗଷ୍ଟ ୩୧ ଯାଏଁ ଏହାକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଉ । ଦର୍ଶକମାନେ ଯେପରି ଗୋଟିଏ ଧାଢି ଛାଡି ବସିବେ ସେନେଇ ମଧ୍ୟ ପରାମର୍ଶ ଦିଆଯାଇଛି । ଏହି ନିୟମକୁ ସିନେମା ହଲ୍ କଡାକଡି ଭାବେ ପାଳନ କରନ୍ତୁ ।

ସେ ଆହୁରି କହିଛନ୍ତି ଯେ, ସୂଚନା ଓ ପ୍ରସାରଣ ବିଭାଗର ପରାମର୍ଶକୁ ଗମ୍ଭୀରତାର ସହ ବିଚାର କରାଯାଉ । ତେବେ ଗୃହ ମନ୍ତ୍ରାଳୟ ତରଫରୁ ଏବେସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ । ତେବେ ଅନେକ ସିନେମା ହଲର ମାଲିକ ୨୫ ପ୍ରତିଶତ ଦର୍ଶକରେ ହଲ୍ ଖୋଲିବା ଅପେକ୍ଷା ବନ୍ଦ କରାଯାଉ ବୋଲି କହିଥିଲେ । ସୂଚନାଯୋଗ୍ୟ, କରୋନା ଭାଇରସ ପାଇଁ ଗତ ମାର୍ଚ୍ଚରୁ ସାରା ଦେଶରେ ସିନେମା ହଲକୁ ବନ୍ଦ ରଖାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.