Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

୭ ମାସ ପରେ ସିନେମାହଲ୍, ଥିଏଟର୍, ମଲ୍ଟିପ୍ଲେକ୍ସ ଖୋଲିବାକୁ ମିଳିଲା ଅନୁମତି, ଜାରି ହେଲା ଏସଓପି

28/10/2020 at 11:37 AM

ଶିମଲା ୨୮/୧୦ : ହିମାଚଳ ପ୍ରଦେଶରେ ସିନେମାଘର୍, ଥିଏଟର୍, ମଲ୍ଟିପ୍ଲେକ୍ସ ଆଦି ଖୋଲିବାକୁ ମଞ୍ଜୁରୀ ମିଳିଛି। ଏ ସମ୍ବନ୍ଧରେ ଏସଓପି ମଧ୍ୟ ଜାରି କରାଯାଇଛି। ଦେଶର ଅନ୍ୟ କିଛି ରାଜ୍ୟରେ ସିନେମାହଲ ଖୋଲି ସାରିଛି। କିନ୍ତୁ ହିମାଚଳରେ କରୋନା ମହାମାରୀ ଯୋଗୁଁ ୭ ମାସ ହେଲା ସିନେମାହଲ୍ ଓ ମଲ୍ଟିପ୍ଲେକ୍ସ ବନ୍ଦ ରହିଛି। ସୂଚନା ଏବଂ ଜନସମ୍ପର୍କ ବିଭାଗ କରୋନା ସଂକ୍ରମଣ ମଧ୍ୟରେ ଫିଲ୍ମ ପ୍ରଦର୍ଶନ ପାଇଁ ଏସଓପି ଜାରି କରିଛି। ସୂଚନା ଏବଂ ଜନସମ୍ପର୍କ ପ୍ରଧାନ ସଚିବ ଜେସି ଶର୍ମା ଏ ସମ୍ପର୍କରେ ନିର୍ଦେଶ ଜାରି କରିଛନ୍ତି।

ଏସଓପିଙ୍କ ଅନୁଯାୟୀ, ୬ ଫୁଟର ସାମାଜିକ ଦୂରତା ଅନିବାର୍ଯ୍ୟ। ଏହି ଦୂରତା ବାହାରେ ଭିତରେ ସବୁ ଜାଗାରେ ଅନିବାର୍ଯ୍ୟ। ଫେସ୍ କଭର୍ ଓ ମାସ୍କ ମଧ୍ୟ ଅନିବାର୍ଯ୍ୟ। ହ୍ୟାଣ୍ଡ୍ ସାନିଟାଇଜର୍ ଟଚ୍ ଫ୍ରି ମୋଡ଼ରେ ଥିଲେ ଅଧିକ ଭଲ ଏବଂ ଏହାକୁ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରାରେ ରହିବା ଆବଶ୍ୟକ। ଏହାଛଡା କେଉଁ ବି ଜାଗାରେ ଛେପ ପକାଇବା ପ୍ରତିବନ୍ଧକ ରହିବ ଏବଂ ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା ଅନିବାର୍ଯ୍ୟ। ଏହାଛଡା ଥର୍ମାଲ ସ୍କ୍ରିନିଙ୍ଗ ବ୍ୟବସ୍ଥା ମଧ୍ୟ ରହିବ।

ସିନେମାହଲ୍, ଥିଏଟର୍ ଓ ମଲ୍ଟିପ୍ଲେକ୍ସରେ ୫୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଅନୁମତି ଦିଆଯିବ ନାହିଁ। କଣ୍ଟେନମେଣ୍ଟ ଜୋନରେ କୌଣସି ସିନେମାହଲ କିମ୍ବା ଥିଏଟର୍ ଖୋଲିବ ନାହିଁ। ସିନେମାହଲ୍, ଥିଏଟର୍ ଓ ମଲ୍ଟିପ୍ଲେକ୍ସ ଆଦି କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦେଶ ଅନୁସାରେ ସଞ୍ଚାଳିତ କରାଯିବ। ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ନିଜ ଫିଲ୍ଡ ଆସେସମେଣ୍ଟ ହିସାବରେ ଅତିରିକ୍ତ ଉପାୟ କରିପାରିବେ।

   Related Posts