Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ପ୍ରଥମ ଓଡିଆ ଚଳଚ୍ଚିତ୍ର ‘ସୀତା ବିବାହ’ ବର୍ଷପୂର୍ତ୍ତି, ସବ୍ୟସାଚୀ ମହାପାତ୍ର ଓ ଆଶୁତୋଷ ପଟ୍ଟନାୟକଙ୍କୁ ସିନେ କ୍ରିଟିକ୍ ସମ୍ମାନ

28/04/2021 at 8:35 PM

ଭୁବନେଶ୍ଵର ୨୮।୦୪: ସ୍ଵର୍ଗତ ମୋହନ ସୁନ୍ଦର ଦେବ ଗୋସ୍ଵାମୀଙ୍କ ଦ୍ଵାରା ନିର୍ମିତ ପ୍ରଥମ ଓଡିଆ ଚଳଚ୍ଚିତ୍ର  ‘ସୀତା ବିବାହ’ ୧୯୩୨ ମସିହା ଏପ୍ରିଲ ୨୮ରେ ପୁରୀ ଲକ୍ଷ୍ମୀ ଟକିଜ୍‌ରେ ମୁକ୍ତିଲାଭ କରିଥିଲା। ଏହି ସ୍ମରଣୀୟ ଦିନକୁ ଓଡିଶା ସିନେ କ୍ରିଟିକ୍ ଆସୋସିଏସନ ପକ୍ଷରୁ ପ୍ରତି ବର୍ଷ ‘ସୀତା ବିବାହ ଦିବସ’ ରୂପେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବୁଧବାର ଏହି ଦିବସ ପାଳନ କରାଯାଇଛି।

ଏହି ଅବସରରେ ଆସୋସିଏସନ ପକ୍ଷରୁ ଆଜି ବୁଦ୍ଧ ମନ୍ଦିର ପରିସର ମଧ୍ୟରେ  କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଦୁଇ ପ୍ରଖ୍ୟାତ ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ଆଶୁତୋଷ ପଟ୍ଟନାୟକଙ୍କୁ ସ୍ଵତନ୍ତ୍ର ଭାବେ ସିନେ କ୍ରିଟିକ୍ ସମ୍ମାନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି।  

ଏହି ଉତ୍ସବରେ ମହାବୋଧି ସୋସାଇଟିର ସଂପାଦକ ସୋରେନ ମହାପାତ୍ର, ସିନେ କ୍ରିଟିକ୍ ଆସୋସିଏସନର ସଭାପତି ପ୍ରଦୋଷ ପଟ୍ଟନାୟକ, ସଂପାଦକ ଦିଲ୍ଲୀପ ହାଲି, ରବୀନ୍ଦ୍ର ବିଶ୍ଵାଳ ଓ ପ୍ରଶାନ୍ତ ପାଇକରାୟ ଉପସ୍ଥିତ ଥିଲେ।

   Related Posts