Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ଚଳନ୍ତା ଗାଡିରେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର

7/03/2021 at 9:43 PM

ଆଠଗଡ଼, ୦୭/୦୩: ଦିନକୁ ଦିନ ଦୈତନଗରୀରେ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଭୁବନେଶ୍ୱରେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ଆଜି କଟକ କାଜିବଜାରଠାରେ ଥିବା ଭକ୍ତବନ୍ଧୁ ବିଦ୍ୟାପୀଠର ଶିକ୍ଷକ ସୁମନ୍ତ କୁମାର ପରିଡାଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ଜଣାପଡ଼ିଛି ।

ଶ୍ରୀ ପରିଡ଼ା ନିଜ ମୋଟର ସାଇକେଲ ଗ୍ଲାମର  OD -19-E-9127 ନମ୍ବରରେ କଟକରୁ ଅନୁଗୁଳ ଯାଉଥିବା ବେଳେ ପୁରୁଣା କଟକ ସମ୍ବଲପୁର ରାସ୍ତା ଆଠଗଡ ଥାନା ଅନ୍ତର୍ଗତ ପତଣ୍ଡା ଛକ ନିକଟରେ କେହି ଦୁର୍ବତ୍ତ ତାଙ୍କୁ ଚଳନ୍ତା ଗାଡିରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଏଥିରେ ଚଳନ୍ତା ଗାଡିରୁ ସୁମନ୍ତ ଖସି ପଡ଼ିଥିଲେ ।

ଦୁର୍ବତ୍ତମାନେ ଘଟଣା ଘଟାଇ ଫେରାର ହୋଇଯାଇଥିବା ବେଳେ ଛଟପଟ ହେଉଥିବା ଶିକ୍ଷକଙ୍କୁ ରାସ୍ତାରେ ଯାଉଥିବା ବାଟୋଇମାନେ ୧୦୮ ଆମ୍ବୁଲାନ୍ସ ସହାୟତାରେ ଆଠଗଡ ଡାକ୍ତରଖାନାକୁ ପଠାଇଥିଲେ । ଆଠଗଡ ଡାକ୍ତରଖାନାର ଡାକ୍ତର ଶାନ୍ତି ଭୂଷଣ ପଣ୍ଡା ସୁମନ୍ତଙ୍କ ଚିକିତ୍ସା କରିବା ସମୟରେ ସୁମନ୍ତଙ୍କ ବେକ ତଳେ ଧାରୁଆ ଅସ୍ତ୍ରରେ କଟାଯାଇଥିବା ଦେଖିଥିଲେ । ତାଙ୍କ ଦେହରେ ଗଭୀର ଆଘାତ ଲାଗିଥିବା ବେଳେ ଛାତିରେ ଗଭୀର ଆଘାତ ହୋଇଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ରେଫର କରାଯାଇଛି ।

ତେବେ ଗୁରୁତର ଆହତ ଜଣଙ୍କ ହେଲେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବିଜିଗୁଳ ପଞ୍ଚାୟତ ଗଣ୍ଡବେରେଣା ଗ୍ରାମର ବିମ୍ବାଧର ପରିଡାଙ୍କ ପୁଅ ସୁମନ୍ତ ପରିଡା ବୋଲି ଜଣାପଡିଛି । ସୁମନ୍ତ ଜଣେ ଶିକ୍ଷକ ଭାବରେ କଟକ କାଜିବଜାରରେ ଥିବା ଭକ୍ତବନ୍ଧୁ ବିଦ୍ୟାପୀଠରେ ଶିକ୍ଷକତା କରିଥାନ୍ତି । ସେ ଆଜି କଟକରୁ ନିଜ ଘର ଅନୁଗୁଳ ଯାଉଥିବା ବେଳେ ଏହି ଅଘଟଣ ଘଟିଛି ।

   Related Posts