Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ମହାମାରୀ: ଲକଡାଉନ ସପକ୍ଷରେ ଆସିଲେ ଉଦ୍ୟୋଗ ଜଗତ, ଡାକ୍ତର ହେଉ ନାହାନ୍ତି ରାଜି

4/05/2021 at 8:47 PM

ନୂଆଦିଲ୍ଲୀ ୪।୫: କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ସାରା ଦେଶକୁ ଅସ୍ତବ୍ୟସ୍ତ କରିପକାଇଛି। ଏଥିରେ ପୁଣି ଲକଡାଉନକୁ ନେଇ ତର୍କ ଆରମ୍ଭ ହୋଇଯାଇଛି। ଦେଶର ସର୍ବ ବୃହତ୍ତ ଉଦ୍ୟୋଗ ସଙ୍ଗଠନ ସିଆଇଆଇ ମଧ୍ୟ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ଲାଗି ବ୍ୟାପକ ସ୍ତରରେ ଲକଡାଉନ ନିମନ୍ତେ ସହମତ ହୋଇଯାଇଛନ୍ତି।  ତେବେ ଉପୁଜିଥିବା ସମସ୍ୟାରେ ଲକଡାଉନ୍‌ ବିକଳ୍ପ ନୁହେଁ ବୋଲି କହିଛନ୍ତି ଡାକ୍ତର।

ଏବେ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ଜାରି ହେବା ଉଚିତ ନୁହେଁ ବୋଲି ଡାକ୍ତରମାନେ କହୁଛନ୍ତି। ସେମାନଙ୍କର କହିବା କଥା ହେଲା ଯଦି ଆମେ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ କରିବା ଓ ଲୋକଙ୍କୁ ଟିକା ଦେଇପାରିବା ମହାମାରୀ କିଛିଟା ହ୍ରାସ ହୋଇପାରେ। ହେଲେ ଲକଡାଉନ କରି ମହାମାରୀକୁ ରୋକାଯାଇପାରିବନି। ଗତବର୍ଷ କରୋନା ଆରମ୍ଭ କାଳରେ ସରକାର ଦେଶକୁ ଲକଡାଉନ କରିଥିଲେ। ଫଳରେ ସରକାରଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡିଥିଲା। ହେଲେ ଚଳିତବର୍ଷ ପରିସ୍ଥିତି ଭିନ୍ନ ଲକଡାଉନ ଲାଗି ବିଭିନ୍ନ ସ୍ତରରୁ ସରକାରଙ୍କ ଉପରେ ଚାପ ପକା ଯାଉଛି।

ତେବେ ସଫଦରଜଙ୍ଗ ହସ୍ପିଟାଲର ମେଡିସିନ ଡାଇରେକ୍ଟର ଡା.ଯୁଗଳ କିଶୋର ଗତବର୍ଷ ଲକଡାଉନ କରିବାର ଉଦ୍ଦେଶ୍ୟ ଭିନ୍ନ ଥିଲା ବୋଲି କହିଛନ୍ତି। ସେତେବେଳେ ଆମେ ହସ୍ପିଟାଲମାନଙ୍କୁ ମଜଭୁତ କରିବା ଲାଗି ଲକଡାଉନ କରିଥିଲେ। ଏବେ ଆମ ପାଖରେ ଭାକ୍ସିନ ଅଛି ଆବଶ୍ୟକତା ଅନୁରୂପ ପିପିଇ କିଟ୍‌ ମଧ୍ୟ ଅଛି। ସେହିପରି ମାସ୍କ ଓ ଭେଣ୍ଟିଲେଟରର ମଧ୍ୟ ଅଭାବ ନାହିଁ ଲକଡାଉନ କାହିଁକି ଲଗାଯିବ ବୋଲି ସେ ଓଲଟି ପ୍ରଶ୍ନ କରିଛନ୍ତି।

ଗତବର୍ଷ ହୋଇଥିବା ଲକଡାଉନ ଦେଶକୁ ଗୁରୁତର ପରିସ୍ଥିତିରୁ ରକ୍ଷା କରିଥିଲା। ହେଲେ ସବୁ ପ୍ରସ୍ତୁତି ଥାଇ ବି ଯଦି ଚଳିତବର୍ଷ ଲକଡାଉନ କରାଯାଏ ଲାଭ କଣ ହେବ ବୋଲି ଡା.ଯୁଗଳ କିଶୋର କହିଛନ୍ତି। ସେହିପରି ଦିଲ୍ଲୀ ଆଇସିଏମଆରର ଡା.ରଜନୀକାନ୍ତ ଶ୍ରୀବାସ୍ତବ ଲକ ଡାଉନ କରାଯିବ କି ନା ତାହା ସମ୍ପୂର୍ଣ୍ଣ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ଭରସା କରେ। କାରଣ ଗତବର୍ଷ ଲୋକେ ଜାଣି ନଥିଲେ କରୋନା କେତେ ଭୟଙ୍କର। ଏବେ ଲୋକେ ଜାଣି ଗଲେଣି ଓ ଏ ବାବଦେ ସଚେତନ ମଧ୍ୟ । ଏଣୁ ସରକାର ଲକଡାଉନ ନ କରି ୱାନ-ଟୁ ୱାନ କଣ୍ଟାକ୍ଟ ଯେପରି ହ୍ରାସ ହେବ ସେଥିଲାଗି ସୋସିଆଲ ଗେଦରିଂ ଉପରେ କଟକଣା ଲଗାଇବା ଦରକାର ବୋଲି କହିଛନ୍ତି।  

ଭୂତାଣୁ ବାୟୁ ସମେତ ପର୍ସନାଲ ଟଚ୍‌ରୁ ମଧ୍ୟ ପ୍ରସାରିତ ହେଉଥିବାର ଜଣାପଡିଲାଣି। ଗତ ୧୦-୧୫ ଦିନରେ ଭୂତାଣୁ ସଂକ୍ରମିତ ହୋଇଥିବା ଲୋକେ ଚିହ୍ନଟ ହେବା ନିଶ୍ଚିତ। ହେଲେ ଲକଡାଉନ ହେଲେ ସବୁକିଛି ବନ୍ଦବାନ୍ଦ ହୋଇଯିବ। ଏଥିରେ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବା ମଧ୍ୟ କଷ୍ଟକର ହୋଇପଡିବ। ଏଣୁ ଲକଡାଉନ ନ କରି ଆମକୁ ହସ୍ପିଟାଲରେ ସୁବିଧା ସୁଯୋଗ ବଢାଇବାକୁ ପଡିବ ବୋଲି ଡା. ଯୁଗଲକିଶୋର କହିଛନ୍ତି।

ତେବେ କରୋନା ଦ୍ୱିତୀୟ ଲହର ଆସିବ ବୋଲି ସମସ୍ତଙ୍କୁ ଜଣାଥିଲା। କେନ୍ଦ୍ର ଓ ରାଜ୍ୟ ସରକାରମାନେ ଜାଣିଥିଲେ, ଆମ ପାଖରେ ପର୍ଯ୍ୟାପ୍ତ ସମୟ ମଧ୍ୟ ଥିଲା। ହେଲେ ଗତବର୍ଷର ଲହର ଥମିବା ପରେ ସ୍ଥାପନା କରାଯାଇଥିବା ଅସ୍ଥାୟୀ କୋଭିଡ କେୟାର ସେଣ୍ଟରଗୁଡିକୁ ବନ୍ଦ କରିଦିଆଯାଇଥିଲା। ଏହି ସବୁ କୋଭିଡ କେୟାର ସେଣ୍ଟର ବନ୍ଦ ହୋଇଯାଇଥିବାରୁ ଭିତ୍ତିଭୂମି ପୁଣି ଛିଡା କରିବା ଏବେ କଷ୍ଟକର ହେଉଛି।

   Related Posts