୨୦ ଲକ୍ଷ ଟଙ୍କାର ସିଗାରେଟ୍ ଜବତ, ଜଣେ ଗିରଫ

Published By : Prameya-News7 Bureau | June 20, 2020 IST

ମୁନିଗୁଡା ୨୦।୬: ରାୟଗଡା ଜିଲ୍ଲା ମୁନିଗୁଡା ସହରର ଷ୍ଟେଟବ୍ୟାଙ୍କ ନିକଟରେ ଥିବା ଏକ ଟ୍ରାନ୍ସପୋର୍ଟ ଗୋଦାମରେ ବିପୁଳ ପରିମାଣର ଚୋରା ସିଗାରେଟ୍ ଜବତ କରିଛି ମୁନିଗୁଡା ପୋଲିସ । ଉକ୍ତ ଗୋଦାମରେ ଚୋରା ସିଗାରେଟ୍ ମହଜୁଦ ରହିଥିବା କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ମୁନିଗୁଡା ପୋଲିସ । ଚଢ଼ାଉ ବେଳେ ଗୋଦାମରେ ବେଆଇନ ଭାବେ ଗଚ୍ଛିତ ରହିଥିବା ପ୍ରାୟ ୨୭ କାର୍ଟୁନ ନାମୀଦାମୀ କମ୍ପାନୀର ସିଗାରେଟ୍ ଜବତ ହୋଇଛି  । ଜବତ ହୋଇଥିବା ସିଗାରେଟର  ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି । ଏହି ଚୋର କାରବାରରେ ଜଡିତ ଗୋଦାମ ମାଲିକ ଦିଲୀପ କୁମାର ସୁବୁଦ୍ଧିକୁ ପୋଲିସ ଗିରଫ କରିଥିବା ବେଳେ ଉକ୍ତ ସିଗାରେଟ୍ କେଉଁଠାରୁ ଓ କିଭଳି ଆସି ଉକ୍ତ ଗୋଦାମରେ ଗଚ୍ଛିତ ଥିଲା ସେନେଇ ତଦନ୍ତ ଜାରି ରହିଥିବା ମୁନିଗୁଡା IIC ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.