ସିଗାରେଟ୍‌ ସହ କରୋନାର କି ସମ୍ପର୍କ ? ପଢ ସୁଜନେ ଏହି ବୈଧାନିକ ସତର୍କତା...

Published By : Prameya-News7 Bureau | March 24, 2020 IST

ଜେନିଭା ୨୪।୦୩ : କରୋନା ଭାଇରସରେ ଧୂମପାନକାରୀମାନେ ଅଧିକ ବିପଦରେ ଅଛନ୍ତି କି? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଉତ୍ତର ହଁ। ବିଶ୍ବ ସ୍ଵାସ୍ଥ୍ୟ ସଂଗଠନ (WHO) ଏହି ପ୍ରଶ୍ନ ଉପରେ କହିଛି ଯେ, ଏହି ରୋଗରେ ଧୂମପାନ ଏକ ଜିନିଷ ଯାହା ଲୋକମାନେ ଏହି ରୋଗ ସମୟରେ କରିବା ଉଚିତ୍ ନୁହେଁ।

ଧୂମପାନକାରୀମାନେ ଅଧିକ ଅସୁରକ୍ଷିତ :

ଯେହେତୁ ଧୂମପାନକାରୀଙ୍କ ଫୁସଫୁସ ଏବଂ ଶ୍ଵାସକ୍ରିୟା ପୂର୍ବରୁ ବିଭିନ୍ନ ପ୍ରକାରର ସଙ୍କଟାପନ୍ନ ହୋଇପଡ଼ିଥାଏ, ସେମାନେ SARS CoV-2 ଦ୍ବାରା ଅଧିକ ସଂକ୍ରମିତ ହୋଇଥା’ନ୍ତି, ଯାହା ମୁଖ୍ୟତ  ମନୁଷ୍ୟର ଶ୍ବାସକ୍ରିୟା ଉପରେ ଆକ୍ରମଣ କରେ, ଏବଂ ଗମ୍ଭୀର ପରିସ୍ଥିତିରେ ନିଶ୍ବାସ ନେବା ଭଳି ସମସ୍ୟା ସୃଷ୍ଟି କରେ।

ଲୁଧିଆନା, ଫୋର୍ଟିସ୍ ହସ୍ପିଟାଲ୍, ଇଣ୍ଟରନାଲ ମେଡିସିନ୍ ନିର୍ଦ୍ଦେଶକ ଡାକ୍ତର ହରିମିନ୍ଦର ସିଂ ପନ୍ନୁ କହିଛନ୍ତି ଯେ, ପୂର୍ବରୁ ସଙ୍କଟାପନ୍ନ ଥିବା ଶ୍ଵାସକ୍ରିୟା ଉପରେ ଆକ୍ରମଣ କରୁଥିବା ଆଉ ଏକ ନୂତନ ସଂକ୍ରମଣ ବିପଜ୍ଜନକ ଅଟେ। ଏଣୁ ଧୂମପାନ କରୁଥିବା ବ୍ୟକ୍ତିଙ୍କ ପାଇଁ ବର୍ତ୍ତମାନ ସର୍ବୋତ୍ତମ ସମୟ ବୋଲି ସେ ମତ ଦେଇଛନ୍ତି। ଏହି ମହାମାରୀ ନିୟନ୍ତ୍ରଣ ନହେବା ପର୍ଯ୍ୟନ୍ତ ଅନ୍ତତଃ ପକ୍ଷେ ଏହି ଅଭ୍ୟାସକୁ ଛାଡ଼ି ଦିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.