ସିଗାରେଟ୍ ବୋଝେଇ କଣ୍ଟେନରରୁ ସିଗାରେଟ୍ ଲୁଟ୍ : ଡ୍ରାଇଭରଙ୍କୁ ବାନ୍ଧି ପିଟିଲେ ଳୁଟେରା

Published By : Prameya-News7 Bureau | November 05, 2019 IST

ଟାଙ୍ଗୀ  ୦୫।୧୧ : ଖୋର୍ଦ୍ଧା ଜିଲ୍ଲା ୧୬ନଂ ଜାତୀୟ ରାଜପଥ  ନିକଟରୁ ଏକ କୋଟିର ଅଧିକ ଟଙ୍କାର ସିଗାରେଟ୍ ଲୁଟ୍ । ପୋଲିସର ତଦନ୍ତ ଜାରି

{"id":179333}

ସୂଚନାଯୋଗ୍ୟ ଯେ, : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଉଗ୍ରତାରା ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ସିଗାରେଟ ବୋଝେଇ କଣ୍ଟେନରରୁ ସିଗାରେଟ୍ ଲୁଟିଲେ ଲୁଟେରା ।ଲୁଟ୍  କରିବା ସମୟରେ ଲୁଟେରା କଣ୍ଟେନର ଡ୍ରାଇଭର କୁ ମାଡମାରି   ଜଂଗଲରେ ହାତଗୋଡ ବାନ୍ଧି ପକାଇଦେଇଥିଲେ ।  ଡ୍ରାଇଭରକୁ ମାଡ଼ ମାରି ଫିଙ୍ଗିବା ପରେ  କଣ୍ଟେନର୍ ନେଇ ଛୁ ମାରିଛନ୍ତି  ଲୁଟେରା   । ୪/୫ ଜଣ  ଲୁଟେରା ଏହି ସିଗାରେଟ ବୋଝେଇ  କଣ୍ଟେନର୍   ଲୁଟକରିଥିଲେ  । ପରେ  କଣ୍ଟେନରରୁ  ସମସ୍ତ ସିଗାରେଟ  ଲୁଟିନେବା ପରେ  କଣ୍ଟେନର୍ କୁ ରାସ୍ତା କଡରେ ଛାଡ଼ି ପଳାଇଦେଇଥିଲେ ।  କଣ୍ଟେନରଟି BST କଂପାନୀ ର ଚାର୍ମସ୍ ସିଗାରେଟ  ଯାହାକି ହାଇଦ୍ରାବାଦ ରୁ କଲିକତା  ଯାଉଥିଲା  ।  ଚୋରୀ  ହୋଇଥିବା ସିଗାରେଟର  ମୂଲ୍ୟ ପ୍ରାୟ ୧ କୋଟି ରୁ ଅଧିକ  ହେବ ବୋଲି ଅନୁମାନ କରାଯାଉଛି  । ଘଟଣାସ୍ଥଳରେ ପୋଲିସ ପହଞ୍ଚି କଣ୍ଟେନର ଜବତ କରିବା ସହ  ତଦନ୍ତ  ଜାରି  ରଖିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.