Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

CIA ନିର୍ଦ୍ଦେଶକଙ୍କ ଗୋପନ ଭାରତ ଗସ୍ତରେ ସାମିଲ ଅଫିସରଙ୍କ ଦେହରେ‘ହାଭନା ସିଣ୍ଡ୍ରୋମ’! ଯାଞ୍ଚ ନିର୍ଦ୍ଦେଶ

21/09/2021 at 6:14 PM

ୱାସିଂଟନ : ନିକଟରେ ଗୋପନ ଭାରତ ଗସ୍ତରେ ଆସିଥିବା ଆମେରିକୀୟ ଗୁଇନ୍ଦା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସୀ ଏଜେନ୍ସୀ (ସିଆଇଏ) ନିର୍ଦ୍ଦେଶକ ୱିଲିୟମ ବର୍ଣ୍ଣସ୍ ଙ୍କ ଜଣେ ଅଧିକାରୀ ଫେରିବା ପରେ ‘ହାଭନା ସିଣ୍ଡ୍ରୋମସ’ର ଅଭିଯୋଗ ଆଣିଛନ୍ତି। ଆମେରିକୀୟ ଗଣମାଧ୍ୟମ ଚର୍ଚ୍ଚାରୁ ଏହା ଜଣାପଡିଛି। ତେବେ ଅଧିକାରୀ ରହସ୍ୟମୟ ଅସୁସ୍ଥତାର ଅଭିଯୋଗ ଆଣିବାପରେ ତାଙ୍କୁ ତୁରନ୍ତ ଚିକିତ୍ସକୀୟ ସହାୟତା ଯୋଗାଇ ଦିଆଯାଇଛି। ଘଟଣାକୁ ନେଇ ଆମେରିକା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବର୍ଣ୍ଣସ ଗୋପନ ଗସ୍ତକାଳରେ ଏନଏସଏ ଅଜିତ ଡୋଭାଲଙ୍କୁ ଭେଟିଥିଲେ।

ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ପରେ ସିଆଇଏ ଶୀର୍ଷ ଅଧିକାରୀଙ୍କ ଏହା ଗୋପନ ଭାରତ ଗସ୍ତ ଥିଲା। ତେବେ ଶତ୍ରୁଙ୍କୁ କିପରି ଏହାର ସୁରାଗ ମିଳିଲା ସେ ନେଇ ଆମେରିକା ଯାଞ୍ଚ ନିର୍ଦ୍ଦେଶ ଦେଇଛି। ଆମେରିକା ୯/୧୧ ଆକ୍ରମଣ କାଳରେ ଓସାମାବିନ ଲାଡେନ ବିରୋଧରେ ଯେଉଁଭଳି ତଦନ୍ତ ହାତକୁ ନିଆଯାଇଥିଲା ଠିକ୍ ସେହି ଢଙ୍ଗରେ ସିଆଇଏ ଏହି ତଦନ୍ତ କରୁଥିବା ଜଣାପଡିଛି। ଘଟଣା ବର୍ଣ୍ଣସଙ୍କୁ କ୍ରୋଧିତ କରିଛି। ଏହା ତାଙ୍କ ଲାଗି ଏକ ସିଧା ଚାଲେଞ୍ଜ ବୋଲି ସେ ଏବେ ବୁଝୁଛନ୍ତି, ଯେଉଁଥିରେ ସିଆଇଏ ଲାଗି ପ୍ରତ୍ୟକ୍ଷ ହେଉ କି ଅପ୍ରତ୍ୟକ୍ଷ କାମକରୁଥିବା କେହିବି ସୁରକ୍ଷିତ ନୁହେଁ ବୋଲି ଆକ୍ରମଣକାରୀ ବାର୍ତ୍ତା ଦେଇଥିବା ବୁଝା ଯାଉଛି।

ଅନ୍ୟପକ୍ଷରେ ଅଧିକାରୀ ବର୍ଣ୍ଣସଙ୍କ ସହ ଯାତ୍ରାରେ ଥିଲେ ବୋଲି ତାଙ୍କୁ ଆକ୍ରମଣ କରାଯାଇଛି କି ତାଙ୍କୁ ଅନ୍ୟ କାରଣରୁ ଟାର୍ଗେଟ କରାଯାଇଛି ତାର ମଧ୍ୟ ତଦନ୍ତ ହେଉଛି। ତେବେ ହାଭନା ସିଣ୍ଡ୍ରୋମ ଆମେରିକୀୟ ଗୁଇନ୍ଦା ଲାଗି କୌଣସି ଶତ୍ରୁ ଦେଶଙ୍କ ଗୋପନ ଆକ୍ରମଣ। ଯେଉଁଥିରେ ଏପର୍ଯ୍ୟନ୍ତ ଅନେକ ଆମେରିକୀୟ କୁଟନୈତିକ ଓ ଗୁଇନ୍ଦା ଅଧିକାରୀଙ୍କୁ ନିଶେଷ କରିଦିଆଗଲାଣି। ଏଣୁ ଘଟଣା ଆମେରିକା ଲାଗି ବାସ୍ତବିକ୍‌ ଚିନ୍ତାଜନକ ବୁଝା ଯାଉଛି। ଯାହାବି ହେଉ ଶତ୍ରୁଙ୍କୁ ବର୍ଣ୍ଣସଙ୍କ ଯାତ୍ରାର ସୂଚନା କିପରି ମିଳିଲା ଓ ସେମାନେ ଆକ୍ରମଣ ଲାଗି ଯୋଜନା ପ୍ରସ୍ତୁତ କରିପାରିଲେ ତାହାହିଁ ବର୍ତ୍ତମାନ ସମୟର ବଡ଼ ପ୍ରଶ୍ନ ପାଲଟିଛି।

ଆମେରିକୀୟ କୁଟନୀତିଜ୍ଞ ଓ ସରକାରୀ ଅଧିକାରୀଙ୍କୁ  ହାଭନା ସିଣ୍ଡ୍ରୋମ ଏକ ଗୋପନ ଆକ୍ରମଣ। ଏ ସମ୍ପର୍କରେ ପ୍ରଥମ ଥର ୨୦୧୭ ମସିହାରେ ଜଣାପଡିଥିଲା। ଏପରି ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ମଧ୍ୟରୁ କେତେକ ଏବେ ଅକାମୀ । ତେବେ ଏହା ଏକ ରହସ୍ୟମୟ ଅସୁସ୍ଥତା। ଏପରି ଆକ୍ରମଣର ଶିକାର ଲୋକେ ମୁଣ୍ଡ ବୁଲାଇବା, ଥକ୍କା ଅନୁଭବ କରିବା ସହ ଶରୀର ମଚଳିବା ଓ ଭୀଷଣ ମୁଣ୍ଡ ବିନ୍ଧାର ଅଭିଯୋଗ କରିଥାନ୍ତି। ଏଥିରେ ସେମାନେ ବିସ୍ଫୋରଣର ଅଦୃଷ୍ୟ ଲହରରେ ଆକ୍ରାନ୍ତ ହୋଇଥିବା ପରି କହିଥାନ୍ତି।  ଏପରି ଆକ୍ରମଣର ଶିକାର କିଛି ଲୋକଙ୍କ ମସ୍ତିଷ୍କରେ ସ୍ଥାୟୀ କ୍ଷତି ମଧ୍ୟ ହୋଇଛି। ତେବେ ଭାରତ ଗସ୍ତକାଳରେ ଅଧିକାରୀ ଅସୁସ୍ଥ ହୋଇଥିବାରୁ ଆକ୍ରମଣ ଭାରତରେ ହୋଇଛି ବୋଲି ପୁଷ୍ଟି କରିବାକୁ ଆମେରିକୀୟ ଅଧିକାରୀମାନେ ମନା କରିଦେଇଛନ୍ତି।

   Related Posts