ଚୁରୁ ଛାତ୍ର ହତ୍ୟା ମାମଲା : ହାଜତରେ ଖାଇ ଆରାମରେ ଶୋଇଲେ ସୈତାନ୍ ଶିକ୍ଷକ

Published By : Prameya-News7 Bureau | October 22, 2021 IST

ଚୁରୁ ୨୨/୧୦ : ରାଜସ୍ଥାନର ଚୁରୁ ଜିଲ୍ଲା ସାଲାସର ଥାନା କୋଲାସର ଗାଁରେ ସପ୍ତମ ଶ୍ରେଣୀ ଛାତ୍ର ହତ୍ୟା ମାମଲାରେ  ନୂଆ ଖୁଲାସା ସାମ୍ନାକୁ ଆସିଛି । କୁହାଯାଉଛି ଯେ ମୃତଛାତ୍ର ଗଣେଷକୁ ସଂସ୍କୃତରେ ହୋମୱାର୍କ କରିବାକୁ ଦିଆଯାଇଥିଲା । କିନ୍ତୁ ଗଣେଷ ତାହା କରିନଥିବାରୁ ସଂସ୍କୃତ ଶିକ୍ଷକ ତାକୁ ମୃତ୍ୟୁ ଦଣ୍ଡ ଦେଇଛନ୍ତି ।

ଘଟଣା ଅନୁସାରେ ସଂସ୍କୃତ ଶିକ୍ଷକ ସମ୍ପୃକ୍ତ ଛାତ୍ରଙ୍କୁ ଅତି ନିର୍ମମ ଭାବେ ପିଟିଛନ୍ତି ଯାହା ଫଳରେ ତାର ଲିଭର ନଷ୍ଟ ହୋଇଯାଇଛି। ଅତ୍ୟଧୀକ ମାଡ଼ହେବା କାରଣରୁ ଛାତ୍ରଙ୍କର ଲିଭର ନଷ୍ଟ ହୋଇ ତାଙ୍କର ମୃତ୍ୟୁ ହୋଇଛି ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସାଲାସର ଥାନାଧିକାରୀ ସଂଦୀପ ବିଷ୍ନୋଇ କହିଛନ୍ତି ଛାତ୍ରଙ୍କ ଶରୀରରେ ଆଘାତ ହେବାର ସେମିତି କୌଣସି ଚିହ୍ନ ଜଣାପଡ଼ୁ ନାହିଁ ,କିନ୍ତୁ ଅତି ନିର୍ମମ ଭାବେ ପିଟିବାରୁ ଲିଭର ନଷ୍ଟ ହୋଇ ସଂମ୍ପୃକ୍ତ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ଜଣାପଡ଼ିଛି । ଏହି ଅପରାଧ ପରେ ସ୍ଥାନୀୟ ପୋଲିସ ଅଭିଯୁକ୍ତ ସଂସ୍କୃତ ଶିକ୍ଷକଙ୍କୁ ଗିରଫ କରିଛି । ଗିରଫ ପରେ ସଂମ୍ପୃକ୍ତ ଶିକ୍ଷକ ହାଜତରେ ଖାଦ୍ୟ ଖାଇ ଆରାମରେ ସେ ଶୋଇଥିବା ଦେଖିବାକୁ ମିଳିଛି ।

wp:gallery {"ids":[531231],"linkTo":"none"} /wp:gallery

ସୂଚନା ଥାଉକି କୋଲାସର ଗାଁ ବିଦ୍ୟାଳୟର  ଅଭିଯୁକ୍ତ ଶିକ୍ଷକ ଜଣଙ୍କ ବୁଧବାର ଦିନ ଗଣେଷକୁ ପିଟିପିଟି ହତ୍ୟା କରିଛନ୍ତି। ପୋଲିସ ମୃତ ଛାତ୍ରର ବାପା ଓମପ୍ରକାଶଙ୍କ ଅଭିଯୋଗ ଆଧାରରେ  ଅଭଯୁକ୍ତଙ୍କ ବିରୋଧରେ ଆପିସି ଧାରା ୩୦୨, ଜେଜେ ଆକ୍ଟ ଧାରା ୭୫ ଅଧୀନରେ ମାମଲା ରୁଜୁ କରି ଶିକ୍ଷକ ମନୋଜଙ୍କୁ ଅଧୀକ ପଚରାଉଚୁରା କରୁଛି। ଶିକ୍ଷକଙ୍କ ରୟାଲ ହସ୍ପିଟାଲରେ ପୋଲିସ ଦ୍ୱାରା ସ୍ୱାସ୍ଥ୍ୟପରୀକ୍ଷା ହେବା ସହ ଗୁରୁବାର ଦିନ ତାଙ୍କୁ ଅଦାଲତରେ ହାଜର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.