Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ପୂର୍ବ ଘାନାରେ ଭୂଷୁଡ଼ି ପଡିଲା ଚର୍ଚ୍ଚ, ୨୨ ମୃତ

24/10/2020 at 4:07 PM

ଆକିମ ବାଟାବି ୨୪।୧୦: ପୂର୍ବ ଘାନାର ଆକିମ ବାଟାବି ସହରରେ ଏକ ନିର୍ମାଣାଧୀନ ଗିର୍ଜାଘର ଭୂଷୁଡି ପଡିଛି। ଫଳରେ ଘଟଣା ବେଳେ ସେଠାରେ ଉପସ୍ଥିତ ଥିବା ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ଜାତୀୟ ବିପର୍ଯ୍ୟୟ ପରିଚାଳନା ସଙ୍ଗଠନ (ଏନଏଡିଏମଓ) ଅଧିକାରୀ ରିଚାର୍ଡ ୟାମୋ ୟାର୍ଟି କହିଛନ୍ତି। ମୃତକଙ୍କ ମଧ୍ୟରେ ୧୧ ମହିଳା, ଗୋଟିଏ ଶିଶୁ ଓ ୧୦ ଜଣ ପୁରୁଷ ଥିବା ଏନଏଡିଏମଓ ଅଧିକାରୀ  କହିଛନ୍ତି।

ଏହା ଏକ ୩ମହଲା ବିଶିଷ୍ଟ ଚର୍ଚ୍ଚ ହୋଇଥିବା ବେଳେ ନିର୍ମାଣାଧୀନଥିଲା। ଏଠାରେ ଚର୍ଚ୍ଚ ପକ୍ଷରୁ ଏକ କମ୍ୟୁନିଟି ସର୍ଭିସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଦୁର୍ଘଟଣା ଘଟିଛି।  ଘଟଣା ବେଳେ ସେଠାରେ ପ୍ରାୟ ୬୦ ଜଣ ଲୋକ ଥିଲେ। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିବା ବେଳେ ଚର୍ଚ୍ଚର ଭଗ୍ନାବଶେଷ ତଳୁ ବାକି ଲୋକଙ୍କ ତଲାସ ଜାରି ଥିବା ଏନଏଡିଏମଓ ଅଧିକାରୀ କହିଛନ୍ତି।

ଘଟଣା ସ୍ଥଳରେ ପୋଲିସ ସହ ସେନା ଓ ବିପର୍ଯ୍ୟୟ ପ୍ରସମନ ସଙ୍ଗଠନର ଉଦ୍ଧାରକାରୀ ଦଳ ଉପସ୍ଥିତ ରହି ଉଦ୍ଧାର ପରିଚାଳନା କରୁଛନ୍ତି। ଚର୍ଚ୍ଚର ଭଗ୍ନାବଶେଷ ତଳୁ ଅହୁରି ଲୋକଙ୍କ ଶବ ମିଳିବ ବୋଲି ଆଶଙ୍କା କରାଯାଉଛି। ତେବେ ଏ ପର୍ଯ୍ୟନ୍ତ କେହି ନିଖୋଜ ଥିବା ନେଇ ଅଭିଯୋଗ ମିଳିନଥିବାର କହିଛନ୍ତି ରିଚାର୍ଡ।  

   Related Posts