Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଳି ସମାଧାନ କରିବା ହେଲା କାଳ, ଯୁବକଙ୍କୁ ଛୁରାମାଡ଼

6/05/2021 at 10:48 AM

ବିନିକା ୦୬।୦୫: ସମାଧାନ କରିବାକୁ ଯାଇ ଛୁରାମାଡ଼ । ସୋନପୁର ଜିଲ୍ଲା ବିନିକା ସହରରେ ଛୁରାମାଡ଼ । ପୁରୁଣା ବସ୍‌ଷ୍ଟାଣ୍ଡ ଛକରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି । ଯେଉଁଥିରେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି । ସେଠାରୁ ଉଦ୍ଧାର କରି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ସାମାନ୍ୟ କଥାକୁ ନେଇ ୨ଜଣ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ତେବେ ସମାଧାନ ପାଇଁ ଚେଷ୍ଟ କରୁଥିବା ଜଣେ ଯୁବକଙ୍କୁ ଛୁରମାଡ଼ ହୋଇଛି । ପ୍ରଥମେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ତେବେ କୌଣସି କଥାକୁ ନେଇ ୨ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ତାହା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସ ଘଟଣାସ୍ଥଳରେ ତଦନ୍ତ କଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକ ଆଶା କରିଛନ୍ତି ।

   Related Posts