Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଅଭିନେତା ଚଙ୍କି ପାଣ୍ଡେଙ୍କ ମା’ ସ୍ନେହଲତା ପାଣ୍ଡେଙ୍କ ଦେହାନ୍ତ

10/07/2021 at 5:10 PM

ନୂଆଦିଲ୍ଲୀ ୧୦/୦୭: ନିକଟରେ ବଲିଉଡ ଦିଗଜ କଳାକାର ଦିଲୀପ କୁମାରଙ୍କୁ ତିନି ଦିନ ପୂର୍ବରୁ ହରାଇଛି । ଏହି ସମୟରେ ବି ଟାଉନରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବଲିଉଡର ଜଣାଶୁଣା ଅଭିନେତା ଚଙ୍କି ପାଣ୍ଡେଙ୍କ ମା ସ୍ନେହଲତା ପାଣ୍ଡେଙ୍କ ଦେହାନ୍ତ ହୋଇଛି। ମାଙ୍କ ମୃତ୍ୟୁରେ ଅଭିନେତା ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ତେବେ ତାଙ୍କ ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। କିନ୍ତୁ ବଲିଉଡର ଅନେକ ଷ୍ଟାର ଏବଂ ପରିବାର ଘନିଷ୍ଠ ତାଙ୍କ ବାନ୍ଦ୍ରା ସ୍ଥିତ ଘରେ ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି ।

ସୂଚନା ଅନୁଯାୟୀ ଖୁବ୍ ଶୀଘ୍ର ଚଙ୍କି ପାଣ୍ଡେଙ୍କ ମା’ଙ୍କୁ ଶବଦାହ କରାଯିବ। ଚଙ୍କି ପାଣ୍ଡେ ଏବଂ ଭବନା ପାଣ୍ଡେଙ୍କ ନିକଟତର ଥିବା ଅଭିନେତା ସମୀର ସୋନି ଏବଂ ଅଭିନେତ୍ରୀ ନୀଲମ ପାଣ୍ଡେ ଘରେ ପହଞ୍ଚିଛନ୍ତି। ସ୍ନେହଲତା ଜଣାଶୁଣା ସର୍ଜନ ଶରଦ ପାଣ୍ଡେଙ୍କ ପତ୍ନୀ ଥିଲେ ଏବଂ ବୃତ୍ତି ଅନୁଯାୟୀ ଜଣେ ଚିକିତ୍ସକ ମଧ୍ୟ ଥିଲେ। ତାଙ୍କର ଦୁଇ ପୁଅ ଅଛନ୍ତି, ଚଙ୍କି ପାଣ୍ଡେ ଏବଂ ଚିକ୍କି ପାଣ୍ଡେ ।

   Related Posts