Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

୮୮ ବର୍ଷ ବୟସରେ ଚୁନ୍ଦଡୀୱାଲେ ମାତାଜୀଙ୍କ ପରଲୋକ, ୭୬ ବର୍ଷଧରି ଗ୍ରହଣ କରୁନଥିଲେ ଅନ୍ନଜଳ

26/05/2020 at 3:57 PM

ଅହମ୍ମଦାବାଦ :  ପ୍ରାୟ ୭୬ ବର୍ଷ ହେଲା ଅନ୍ନ ଜଳ ତ୍ୟାଗ କରି ତପସ୍ୱୀ ଜୀବନ ବିତାଉଥିବା ଚୁନ୍ଦଡୀୱାଲେ ମାତାଜୀ ଓରଫ ପ୍ରହ୍ଲାଦ ଜାନୀଙ୍କର ପରଲୋକ ହୋଇଛି। ସେ ମଙ୍ଗଳବାର ଭୋର ପ୍ରାୟ ୨ଟା ବେଳେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦଶକ ଧରି ବିନା ଅନ୍ନଜଳରେ ସୁସ୍ଥ ଜୀବନଯାପନ କରି ପ୍ରହ୍ଲାଦ ବିଜ୍ଞାନ ଲାଗି ଏକ ଆହ୍ୱାନ ପାଲଟିଥିଲେ।

ପାଲନପୁରର ଅମ୍ବାମାତାଜୀଙ୍କ ମନ୍ଦିର ନିକଟସ୍ଥ ଗବର ପାହାଡରେ ଏକ ଆଶ୍ରମ କରି ରହୁଥିଲେ ଚୁନ୍ଦଡୀୱାଲେ ମାତାଜୀ। ସେ ୧୧ ବର୍ଷ ବୟସରୁ ସାଧନାରେ ବ୍ରତି ହୋଇ ଯୋଗ ଓ ପ୍ରାଣାୟମ ଦ୍ୱାରା ବିନା ଆହାର ଓ ପାଣିରେ ସୁସ୍ଥ ଜୀବନଯାପନ କରୁଥିଲେ। ତାଙ୍କପାର୍ଥିବ ଶରୀରକୁ ଅମ୍ବାଜୀରେ ଜନସାଧାରଣଙ୍କ ଦର୍ଶନାର୍ଥେ ରଖାଯାଇଛି। ମେ ୨୮ ତାରିଖରେ ତାଙ୍କୁ ସମାଧି ଦିଆଯିବ ବୋଲି ଜଣାପଡିଛି।

ଦେହରେ ନାଲି ଶାଢୀ,ନାକରେ ନୋଥ, ହାତରେ ଚୂଡି ଓ ସଂଖା ଚୁନ୍ଦଡିୱାଲେ ମାତାଜୀଙ୍କ ପରିଚୟ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶିବସେନା ପୂର୍ବ ପ୍ରମୁଖ  ବାଲ ସାହେବ ଠାକରେ ଓ ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ଭଳି ଅନେକ ନାମୀଦାମୀ ଲୋକେ ତାଙ୍କୁ ମାନୁଥିଲେ। ଗାନ୍ଧିନଗର ଜିଲ୍ଲା ମଣସା ତହସିଲ ଚରଡା ତାଙ୍କର ପୈତୃକ ଗ୍ରାମ। ତେବେ ସେ ଦୀର୍ଘ ଦଶକରୁ ଅମ୍ବାଜୀର ଗବରପାହାଡକୁ ତାଙ୍କ ସାଧନା କେନ୍ଦ୍ର କରିଥିଲେ।

   Related Posts