ଭୁଶୁଡି ପଡିଲା ଛାତ, ମାଆ ଓ ୩ ଶିଶୁ ମୃତ : ଅଳ୍ପକେ ବର୍ତ୍ତିଗଲେ ବାପା ଓ ବଡ ପୁଅ...

Published By : Prameya-News7 Bureau | May 20, 2021 IST

ଲକ୍ଷ୍ନୌ ୨୦।୦୫ : ଆରବ ସାଗରରେ ସୃଷ୍ଟ ବାତ୍ୟା ତାଉକତେର ପ୍ରଭାବ ଉତ୍ତର ପ୍ରଦେଶ ଉପରେ ମଧ୍ୟ ପଡିଛି । ଗତ ୩୬ଘଣ୍ଟା ହେଲା ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗି ରହିଛି । ବର୍ଷା ପ୍ରଭାବରେ ସାମଲି ଥାନା ଅନ୍ତର୍ଗତ କଲନ୍ଦରଶାହରେ ଏକ ଘରର ଛାଡ ଭାଙ୍ଗିଯାଇଛି । ଏହି ଘଟଣାରେ ୩ ଶିଶୁ ସହ ମାଆ ମଧ୍ୟ ପ୍ରାଣ ହରାଇଛି । କେବଳ ପୁଅ ଓ ବାପା ଏହି ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଅଘଟଣ ସେହି ସମୟରେ ଘଟିଥିଲା ଯେତେବେଳେ ଘରେ ସମସ୍ତେ ଶୋଇଥିଲେ । ବୁଧବାର ଆରମ୍ଭ ହୋଇଥିବା ବର୍ଷା କାରଣରୁ ଘରର ଛାଡ ଭଶୁଡି ପଡିଥିଲା । ଛାତର ଭଗ୍ନାବଶେଷ ତଳେ ପୁରା ପରିବାର ରହିଯାଇଥିଲା । ପାଖ ପଡୋଶୀ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ଭଙ୍ଗା ଛାତ ତଳୁ ୩ ଶିଶୁ ଓ ମାଆଙ୍କୁ ବାହାର କରାଯାଇଥିଲେ । ଏହାପରେ ତୁରନ୍ତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଗୁରୁବାର ସକାଳ ସାଢେ ୫ଟାରେ ଏହି ଅଘଟଣ ଘଟିଥିଲା । ଗତ ରାତିରେ ଗାଁରେ ଜୋରରେ ବର୍ଷା ହୋଇଥିଲା । ଘରର ଛାତ ମଧ୍ୟ ଆଜବେଷ୍ଟରେ ତିଆରି ହୋଇଥିଲା । ଅଘଟଣରେ ପ୍ରାଣ ହରାଇଥିବା ଶିଶୁଙ୍କ ମଧ୍ୟରେ ୨ ଝିଅ ଓ ଜଣେ ପୁଅ ରହିଛନ୍ତି । ତେବେ ପିତା ଓ ବଡ ପୁଅ ପରିସ୍ରା ପାଇଁ ଘର ବାହାରକୁ ଯାଇଥିବା କାରଣରୁ ବର୍ତ୍ତି ଯାଇଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.