ଜୁନ୍ ୩ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ

Published By : Prameya-News7 Bureau | June 01, 2019 IST

ଭୁବନେଶ୍ବର ୧|୬: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଜୁନ୍ ୩ ତାରିଖରେ ପ୍ରକାଶ ପାଇବ । ନିର୍ଦ୍ଧିଷ୍ଟ ଓ୍ବେବସାଇଟ୍ ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ ଛାତ୍ରଛାତ୍ରୀ । www.chse.nic.in ଏବଂ http://orissaresults.nic.in ଓ୍ବେବସାଇଟ୍ ରେ ରେଜଲ୍ଟ ଜାଣିପାରିବେ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ବର୍ଷ ବିଜ୍ଞାନ, କଳା ଏବଂ ବାଣିଜ୍ୟ ପରୀକ୍ଷା ଫଳ ପୃଥକ ଭାବେ ପ୍ରକାଶ କରାଯାଇଥିଲା । ଚଳିତ ବର୍ଷ ମଧ୍ୟ ସେହିଭଳି ପ୍ରକାଶ କରାଯିବ । ଗତବର୍ଷ ବିଜ୍ଞାନରେ ମୋଟ୍ ପାସ୍ ହାର ୭୫ପ୍ରତିଶତ ରହିଥିଲା । ସେହିଭଳି କଳାରେ ୬୮.୭୯ ପ୍ରତିଶତ ଥିବାବେଳେ ବାଣିଜ୍ୟରେ ୭୪.୯୧ ପ୍ରତିଶତ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.