ଜୁନ୍ ୩ୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

Published By : Prameya-News7 Bureau | June 12, 2019 IST

ଭୁବନେଶ୍ବର ୧୨|୬: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ଜୁନ୍ ତୃତୀୟ ସପ୍ତାହରେ ପ୍ରକାଶ ପାଇବ । ଆସନ୍ତା ୧୭ କିମ୍ବା ୧୮ତାରିଖରେ ରେଜଲ୍ଟ ପ୍ରକାଶ ପାଇବ । ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଗୋଟିଏ ଦିନରେ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କଳାରେ ୨ଲକ୍ଷ ୩୫ହଜାର ୧୮୩ଜଣ, ବାଣିଜ୍ୟରେ ୨୭ହଜାର ୨୭୮ଜଣ ଏବଂ ଧନ୍ଦାମୂଳକ ପରୀକ୍ଷାରେ ୮ ହଜାର ୫୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । 

ସେପଟେ ଚଳିତ ଶିକ୍ଷାବର୍ଷ ଲାଗି ଯୁକ୍ତ ଦୁଇ ନାମଲେଖା ପାଇଁ ଜାରି ରହିଛି ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା । ଆସନ୍ତା ୨୬ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ କଟ୍‌ଅଫ୍‌ ମାର୍କ । ଜୁନ୍‌ ୨୮ରୁ ଜୁଲାଇ ୨ ମଧ୍ୟରେ ଛାତ୍ରଛାତ୍ରୀମାନେ ନିଜ ନିଜ ପସନ୍ଦର କଲେଜରେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇବେ । ଜୁଲାଇ ୨୪ରୁ ଆରମ୍ଭ ହେବ ପାଠପଢା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.